• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆପଣ କେବେ ଭାବିଛନ୍ତି କି, ମୃତ୍ୟୁ ପରେ ଆପଣଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ କ’ଣ ହେବ ? ଆମେ ନିଶ୍ଚିତ ଯେ ଆପଣ ଏହା କେବେ ଭାବି ନଥିବେ । କିନ୍ତୁ ଆମ ଏଠି ଆପଣଙ୍କୁ ଏହା ଭାବିବା ପାଇଁ ପରାମର୍ଶ ଦେଉଛୁ । କାରଣ ଆପଣ ଜାଣିନାହାନ୍ତି ଆପଣଙ୍କ ପରେ ଆପଣଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ କ’ଣ ହେବ, କିଏ ଚଲାଇବ ? ହ୍ୟାକ୍‌ ହେବାର ଅଧିକ ସମ୍ଭାବନା ରହିଛି । ହାକ୍‌ କରି ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ବି ଚୋରି ହେବାର ସମ୍ଭାବନା ରହିଛି । ତେଣୁ ଏବେଠୁ ଏଥିପ୍ରତି ସତର୍କ ହୋଇଯାଆନ୍ତୁ ।

ଗୁଗୁଲ ଭଳି ଫେସ୍‌ବୁକ୍‌ରେ ବି ଏମିତି କିଛି ସେଟିଂ ରହିଛି, ଯାହାକି ବ୍ୟକ୍ତିଙ୍କ ମୃତ୍ୟୁ ପରେ ଆପେ ଆପେ ସବୁ କିଛି ଡିଲିଟ୍‌ ହୋଇଯିବ । ଯେମିତିକି ସବୁ ପୋଷ୍ଟ, ଫଟୋ, ପ୍ରୋଫାଇଲ ଫଟୋ ଏବଂ ଆକାଉଣ୍ଟ ମଧ୍ୟ ଡିଲିଟ୍ ହୋଇଯିବ । ଆପଣଙ୍କ ମୃତ୍ୟୁ ପରେ ଫେସ୍‌ବୁକ୍‌ ଆପଣଙ୍କ ସମସ୍ତ ତଥ୍ୟ ଡିଲିଟ୍ କରରିଦେବ । ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ବ୍ୟକ୍ତିର ମୃତ୍ୟୁ ହେଲା କି ନାହିଁ, ତାହା ଫେସ୍‌ବୁକ୍‌ କେମିତି ଜାଣିବ । ତେବେ ଏହାର ଉତ୍ତର ହେଲା, ଯେତେବେଳେ ଆପଣଙ୍କ ବନ୍ଧୁ ବା ସାଙ୍ଗସାଥି ଆପଣଙ୍କ ମୃତ୍ୟୁ ହୋଇଥିବା ନେଇ ଫେସ୍‌ବୁକ୍‌ ୱାଲ୍‌ରେ ଖବର କିମ୍ବା ପୋଷ୍ଟ କରନ୍ତି, ତେବେ ସେଥିରୁ ହିଁ ଫେସ୍‌ବୁକ୍‌ ଜାଣିପାରେ ।

ଯଦି କେହି ବ୍ୟକ୍ତି ନିଜ ଫେସ୍‌ବୁକ୍‌ ଆକାଉଣ୍ଟକୁ ସବୁଦିନ ପାଇଁ ସ୍ମୃତି ଭାବେ ରଖିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଫେସ୍‌ବୁକ୍‌ରେ ଭିନ୍ନ ସେଟିଂ ରହିଛି । ଜମିବାଡ଼ି ପାଇଁ ଯେଭଳି ଉତ୍ତରାଧିକାରୀ ଥାନ୍ତି, ଠିକ୍‌ ସେହିଭଳି ଆପଣଙ୍କ ଫେସ୍‌ବୁକ୍‌ ଆକାଉଣ୍ଟର ମଧ୍ୟ ଉତ୍ତରାଧିକାରୀ ରହିପାରିବେ । ଏଭଳି ଏକ ସୁବିଧା ରଖିଛି ଫେସ୍‌ବୁକ୍‌ । ସେଟିଂକୁ ଯାଇ ଆପଣ ମେମୋରିଆଲ ମଧ୍ୟ ଅନ୍‌ କରିପାରିବେ । 

କେମିତି ଅନ୍‌ କରିବେ ମେମୋରିଆଲ ?

୧. ପ୍ରଥମେ ଆପଣ ଫେସ୍‌ବୁକ୍‌ ଆପ୍‌କୁ ଯାଆନ୍ତୁ ।

୨. ପରେ ଡାହାଣ ପାଖ ଉପରେ ଥିବା ନିଜ ପ୍ରୋଫାଇଲ୍‌ ଫଟୋ ଉପରେ କ୍ଲିକ୍‌ କରନ୍ତୁ ।

୩. ପରେ ସେଟିଂ ଏବଂ ପ୍ରାଇଭେସିକୁ ଯାଇ ସେଟିଂ ଉପରେ କ୍ଲିକ୍‌ କରନ୍ତୁ ।

୪. ପରେ ଆକ୍ସେସ୍‌ ଆଣ୍ଡ କଣ୍ଟ୍ରୋଲ ଉପରେ କ୍ଲିକ୍‌ କରନ୍ତୁ ।

୫. ତାପରେ ମେମୋରାଲାଇଜ୍‌ ସେଟିଂକୁ ଯାଆନ୍ତୁ ।

୬. ଶେଷରେ Choose Legacy Contacts ସିଲେକ୍ଟ କରି ସମ୍ପୂର୍ଣ୍ଣ ପ୍ରୋସିଜିଓର ଫଲୋ କରନ୍ତୁ ।

ତାପରେ ଫେସ୍‌ବୁକ୍‌ ୟୁଜର ଜଣକ ଏଠାରେ ଏମିତି ବ୍ୟକ୍ତିଙ୍କୁ ଆଡ୍‌ କରିବେ ଯିଏ କି ତାଙ୍କ ପରେ ଏହି ଫେସ୍‌ବୁକ୍‌ ମ୍ୟାନେଜ କରିବେ ।

ଆକାଉଣ୍ଟ ଡିଲିଟ୍ ପାଇଁ କ’ଣ କରିବେ ?

ଯଦି ଉପଭୋକ୍ତା ଚାହୁଁ ନାହାଁନ୍ତି ଯେ ତାଙ୍କ ଫେସବୁକ୍ ପେଜ୍ ଏକ ସ୍ମୃତି ଭାବରେ ରହୁ, ତେବେ ସେ ଏହାକୁ ସ୍ଥାୟୀ ଭାବରେ ଡିଲିଟ୍ କରିବାର ବିକଳ୍ପ ମଧ୍ୟ ଚୟନ କରିପାରିବେ । ଫେସବୁକ୍ ସେଟିଂ ଅନୁଯାୟୀ, ଫେସବୁକ୍‌ ଉପଭୋକ୍ତାଙ୍କର ମୃତ୍ୟୁ ହୋଇଛି ବୋଲି କେହି ବି ଯଦି କିଛି ଏନେଇ ପୋଷ୍ଟ କରନ୍ତି ତେବେ ଆକାଉଣ୍ଟ ଡିଲିଟ୍ ହୋଇଯିବ । ଅର୍ଥାତ୍ କମ୍ପାନୀ ପକ୍ଷରୁ ତୁରନ୍ତ ଉପଭୋକ୍ତାଙ୍କର ଫଟୋ, ପୋଷ୍ଟ, କମେଣ୍ଟ ଆଦି ଡିଲିଟ କରି ଦିଆଯିବ ।

୧. ପ୍ରଥମେ ଆପଣ ଫେସ୍‌ବୁକ୍‌ ଆପ୍‌କୁ ଯାଆନ୍ତୁ ।

୨. ପରେ ଡାହାଣ ପାଖ ଉପରେ ଥିବା ନିଜ ପ୍ରୋଫାଇଲ୍‌ ଫଟୋ ଉପରେ କ୍ଲିକ୍‌ କରନ୍ତୁ ।

୩. ପରେ ସେଟିଂ ଏବଂ ପ୍ରାଇଭେସିକୁ ଯାଇ ସେଟିଂ ଉପରେ କ୍ଲିକ୍‌ କରନ୍ତୁ ।

୪. ପରେ ଆକ୍ସେସ୍‌ ଆଣ୍ଡ କଣ୍ଟ୍ରୋଲ ଉପରେ କ୍ଲିକ୍‌ କରନ୍ତୁ ।

୫. ତାପରେ ମେମୋରାଲାଇଜ୍‌ ସେଟିଂକୁ ଯାଆନ୍ତୁ ।

୬. ଏହାପରେ Delete after death ଅପ୍‌ସନ୍‌ ଉପରେ କ୍ଲିକ୍‌ କରନ୍ତୁ ।