• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏଲନ ମସ୍କ କହିଲେଣି ବିକିଦେବି ଟ୍ୱିଟର । ଆଉ ସମ୍ଭାଳି ହେଉନି । ଭାରି କଷ୍ଟ ଦେଲାଣି ଟ୍ୱିଟର । ଏହି ସଂସ୍ଥାର ମାଲିକାନା ଯେବେଠୁ ନେଲିଣି ସେବେଠୁ ଭାରି ଚିନ୍ତାରେ ମୁଁ । ଭଲ ଲୋକ ଦେଖି ଭାବୁଛି ବିକିଦେବି । କିଏ କିଣିବ ?

ଅରବପତି ଏଲନ ମସ୍କ । ତାଙ୍କୁ ଏବେ କିଏ ବା ନଜାଣେ । ଦିନେ ସେ ଦୁନିଆର ସବୁଠୁ ବଡ଼ ଧନୀ ଥିଲେ । ତାପରେ ଏମିତି ଏକ ଲସ୍‌ରେ ପଡ଼ିଲେ ଯେ, ଏକାଥରକେ ଏକ ନମ୍ବରରୁ ୩୪ ନମ୍ବରକୁ ଖସିଆସିଲେ । ଟେସ୍‌ଲା କମ୍ପାନୀର ମାଲିକ ଭାବେ ସେ ଯେତିକି ଚର୍ଚ୍ଚାରେ ନଥିଲେ ବା ସ୍ପେସ୍‌ ଏକ୍ସ ସଂସ୍ଥାର ମାଲିକ ଭାବେ ସେ ଯେତିକି ଚର୍ଚ୍ଚାରେ ନଥିଲେ ତାଠାରୁ ଅଧିକ ଚର୍ଚ୍ଚାକୁ ଆସିଲେ, ଯେତେବଳେ ସେ ଟ୍ୱିଟର କିଣିବାକୁ ଚାହିଁଲେ । ଆଉ ଟ୍ୱିଟର କିଣିବା ପରେ ସତେ ଯେମିତି ତାଙ୍କର ଶନିଦଶା ପଡ଼ିଲା । ଦିନକୁ ଦିନ ତାଙ୍କ ସମ୍ପତ୍ତିରେ ହ୍ରାସ ଘଟିବାକୁ ଲାଗିଲା ।

ନିକଟରେ ଆନ୍ତର୍ଜାତୀୟ ଗଣମାଧ୍ୟମ ବିବିସିକୁ ଏକ ସାକ୍ଷାତକାର ଦେଇ ଏଲନ ସିଧାସିଧା କହିଛନ୍ତି ଟ୍ୱିଟର କିଣି ମୁଁ ଖୁବ୍‌ କଷ୍ଟରେ ରହିଛି । ଯଦି କେହି ଠିକ୍‌ ଲୋକ ମିଳିବେ ତେବେ ମୁଁ ଟ୍ୱିଟର ବିକିଦେବି ।

ନିକଟରେ ଏଲନ୍‌, ଟ୍ୱିଟରରୁ ଫ୍ରି ବ୍ଲୁ-ଟିକ୍‌ ହଟେଇବା ନେଇ ଘୋଷଣା କରିଥିଲେ। ଆଉ ସେବେଠୁ ତାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ୁଛି ।

ସାକ୍ଷାତକାରରେ କହିଲେ ନିଜ ଅନୁଭୂତି

ଟ୍ୱିଟରର ମାଲିକାନା ନେବା ପରେ ଏଲନ କେମିତି ଅନୁଭବ କରୁଛନ୍ତି ଆଉ ତାଙ୍କର ସ୍ଥିତି ଏବେ କ’ଣ ରହିଛି ? ସାକ୍ଷାତକାରରେ ଏହି ପ୍ରଶ୍ନର ଉତ୍ତରଦେଇ ଏଲନ୍‌ କହିଛନ୍ତ ଯେ, ‘ଏହା ବିରକ୍ତିକର ନୁହେଁ କିନ୍ତୁ ଏହା ଖୁବ୍‌ ହଇରାଣ କଲାଣି । ଏହି ରାସ୍ତାରେ ଖୁବ୍‌ ଉତ୍ଥାନପତନ ରହିଛି ।’ ବର୍ତ୍ତମାନ ସ୍ଥିତିରେ ଏବେ ଏଲନଙ୍କ ଅବସ୍ଥା ସୁଧୁରି ଯାଇଛି । ଏବେ ସବୁ କିଛି ଠିକ୍‌ ଚାଲିଛି । ଗତ କିଛି ମାସ ଧରି ଏଲନଙ୍କ ସମୟ ଖୁବ ଖରାପ ଚାଲିଥିଲା । କିନ୍ତୁ ସେ ଏହା ମଧ୍ୟ କହିଛନ୍ତି ଯେ, ଟ୍ୱିଟରକୁ କିଣିବା ନିଷ୍ପତ୍ତି ସଠିକ୍ ଥିଲା ।

ଏହି ସାକ୍ଷାତକାରରେ ସେ ଆହୁରି କହିଛନ୍ତି ଯେ, ଟ୍ୱିଟରରେ ଅନେକ ଟେକ୍ନିକାଲ ସମସ୍ୟା ଦେଖାଦେଇଥିଲା । ଯାହାଫଳରେ କିଛି ସମୟ ପାଇଁ ଟ୍ୱିଟର ବନ୍ଦ ମଧ୍ୟ ପଡ଼ିଯାଇଥିଲା । ଏହି ସମସ୍ୟା ଦୀଘ ସମୟ ପାଇଁ ନଥିଲା, ଏବେ ସବୁ କିଛି ଠିକ୍ ଚାଲିଛି । ସେ କହିଛନ୍ତି କାମର ଚାପ ଅଧିକ ରହୁଛି । ଯାହାଫଳରେ ମୁଁ ବେଳେବେଳେ ଅଫିସ୍‌ରେ ଶୋଇଯାଉଛି ।

ତେବେ ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ୱିଟରକୁ ବିକିବା ନେଇ ସେ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି । ହେଲେ ପରୋକ୍ଷରେ ଇଙ୍ଗିତ କରିଛନ୍ତି । ଟ୍ୱିଟରକୁ ନେଇ କୋର୍ଟରେ ଏକ ମାମଲା ଚାଲିଛି । ଯାହାର ଶୀଘ୍ର ସମାଧାନ ଚାହୁଁଛନ୍ତି ଏଲନ । ଯାହାକି ଟ୍ୱିଟର ବିକିବା ଚର୍ଚ୍ଚାକୁ ଖୋରାକ ଯୋଗାଉଛି । ଏହାସହ ନିକଟରେ ଏଲନ X ଲେଖି ଏକ ପୋଷ୍ଟ କରିଥିଲେ । ଏହି ପୋଷ୍ଟରେ ୟୁଜର କହିଛନ୍ତି X ନାମକ କୌଣସି ସଂସ୍ଥା ହାତରେ ଟ୍ୱିଟରକୁ ଟେକିଦେବାକୁ ଚାହଁଛନ୍ତି ଏଲନ ।