• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୋସିଆଲ ମିଡିଆ ଟ୍ୱିଟରର କଟକଣା । ୟୁଜରଙ୍କ ପାଇଁ କଟକଣା ଜାରି କରିଛି ଟ୍ୱିଟର । ପୋଷ୍ଟ କରିବା ଓ ପଢ଼ିବା ଉପରେ ଅଙ୍କୁଶ ଲାଗିଛି । ଭେରିଫାଏଡ୍ ଆକାଉଣ୍ଟ ହୋଲଡର ଦୈନିକ ୬ ହଜାର ପୋଷ୍ଟ ପଢ଼ିପାରିବେ । ଭେରିଫାଏଡ୍ ହୋଇ ନ ଥିଲେ ଦୈନିକ ସର୍ବାଧିକ ୬ ଶହ ପୋଷ୍ଟ ପଢ଼ିପାରିବେ । ହେଲେ ନୂଆ ଅନ୍ ଭେରିଫାଏଡ୍ ଆକାଉଣ୍ଟ ପାଇଁ ଏହା ୩ ଶହରେ ସୀମିତ ରହିବ । ଡାଟା ସ୍କ୍ରାପିଂ ଓ ଜାଲିଆତି ରୋକିବାକୁ ଏପରି ଅସ୍ଥାୟୀ କଟକଣା ଲଗାଯାଇଥିବା ନେଇ ଟ୍ୱିଟର ମୁଖ୍ୟ ଏଲନ ମସ୍କ ସୂଚନା ଦେଇଛନ୍ତି ।

TwitterTwitter

କିଛି ଦିନ ପୂର୍ବରୁ ଟ୍ୱିଟରର ନୂଆ ସିଇଓ ଦାୟିତ୍ୱ ନେଇଛନ୍ତି ଲିଣ୍ଡା ୟାକ୍‌କାରିନୋ(Linda Yaccarino ) ।

୧.ଲିଣ୍ଡା ୟାକ୍‌କାରିନୋ ପ୍ରାୟ ଏକ ଦଶନ୍ଧି ହେବ NBCUniversalର ସିଇଓ ପଦବୀରେ ଦାୟିତ୍ୱ ତୁଲାଇ ଆସୁଛନ୍ତି । ସେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ ସଂସ୍ଥାକୁ ଆଗକୁ ନେବା ପାଇଁ ବଡ଼ ବଡ଼ ପଦକ୍ଷେପ ବି ନେଇଛନ୍ତି । ବିଜ୍ଞାପନ କ୍ଷେତ୍ରରେ ସେ ଏକ ବଡ଼ ପରିବର୍ତ୍ତନ ମଧ୍ୟ ଆଣିଛନ୍ତି ।

୨.ଲିଣ୍ଡା ୧୯ ବର୍ଷ ଧରି ଟର୍ଣ୍ଣର ଏଣ୍ଟରଟେନ୍‌ମେଣ୍ଟରେ କାର୍ଯ୍ୟ କରିବାର ଅଭିଜ୍ଞତା ମଧ୍ୟ ରଖିଛନ୍ତି । ନେଟୱର୍କ ବିଜ୍ଞାପନକୁ ସେ ଡିଜିଟାଲର ଭବିଷ୍ୟତ କରିବା ଦିଗରେ ଅନେକ କାମ କରିଛନ୍ତି ଓ ସଫଳ ହୋଇଛନ୍ତି ।

୩.ପେନ୍‌ ଷ୍ଟେଟ୍‌ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରୀ ହେଉଛନ୍ତି ଲିଣ୍ଡା । ସେଠାରେ ସେ ଲିବେରାଲ ଆର୍ଟସ୍‌ ଏବଂ ଟେଲିକମ୍ୟୁନିକେସନ୍‌ର ପାଠ ପଢ଼ୁଥିଲେ ।