/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711115091.jpg)
Elephant pushes safari vehicle
ହାତୀର ଅନେକ ଭିଡ଼ିଓ ଆପଣ ଦେଖିଥିବେ । ଅନେକ ଭିଡିଓ ଭାଇରାଲ୍ ମଧ୍ୟ ହୁଏ । ଯେଉଁଥିରେ ଆପଣ ସେମାନଙ୍କୁ ମଜାଳିଆ କାର୍ଯ୍ୟକଳାପ କରୁଥିବାର ଦେଖିଥିବେ । କିନ୍ତୁ ବର୍ତ୍ତମାନ ଏପରି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଭାଇରାଲ ଭିଡ଼ିଓରେ ହାତୀଟି ପର୍ଯ୍ୟଟକଙ୍କ ଗାଡିକୁ ଷୁଣ୍ଢରେ ପେଲୁ ଥିବାର ନଜର ଆସିଛି । ହାତୀଟି ତା’ର ସମସ୍ତ ବଳକୁ ଖର୍ଚ୍ଚ କରି ଗାଡ଼ିରେ ଥିବା ସମସ୍ତ ପର୍ଯ୍ୟଟକଙ୍କୁ ଟେକି କଚାଡ଼ି ଦେଉଥିବାର ମଧ୍ୟ ଦେଖିବାକୁ ମିଳୁଛି । ଯାହା ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ପର୍ଯ୍ୟଟକ ।
ଭିଡିଓ ଆରମ୍ଭରେ ଆପଣ ଦେଖିପାରିବେ ଯେ ରାସ୍ତା କଡରେ ଏକ ଗାଡି ପାର୍କିଂ ହୋଇ ଠିଆ ହୋଇଛି ଏବଂ ଏହା ସାମ୍ନାରେ ଏକ ବିରାଟ ହାତୀ ଠିଆ ହୋଇଛି । ସମୟ ସମୟରେ ହାତୀଟି ଗାଡି ଉପରେ ଆକ୍ରମଣ କରୁଛି । ହାତୀଟି ଗାଡ଼ିଟିକୁ ଟପି ଚାଲିଯିବାକୁ ଚେଷ୍ଟା ମଧ୍ୟ କରୁଛି । ଗାଡି ଭିତରେ ଥିବା ଲୋକମାନେ ମଧ୍ୟ ଚିତ୍କାର କରୁଛନ୍ତି ଏବଂ ପରେ ହାତୀ କିଛି ସମୟ ପାଇଁ ସ୍ଥିର ରହୁଛି । କିନ୍ତୁ, ସେ ପୁଣିଥରେ ଷୁଣ୍ଢରେ ଗାଡ଼ିକୁ ଠେଲୁଥିବାର ଦେଖିବାକୁ ମିଳିଛି । ଶେଷରେ ଗାଡିଟି ପଛୁଆ ପଛୁଆ ପଳେଇ ଯାଉଛି ।
ଭିଡିଓଟି ଗୋଟିଏ ଦିନ ପୂର୍ବରୁ ସେୟାର କରାଯାଇଥିଲା । ସେବେଠାରୁ ଏହି ଭିଡ଼ିଓଟିକୁ ୮.୫ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଏହି ଭିଡ଼ିଓ ବର୍ତ୍ତମାନ ପର୍ଯ୍ୟନ୍ତ ୪୫୦୦୦ରୁ ଅଧିକ ଲାଇକ୍ ପାଇଛି । ଭିଡ଼ିଓ ଉପରେ ପ୍ରତିକ୍ରିୟା ଦେଇ ଲୋକମାନେ ବିଭିନ୍ନ ପ୍ରକାରର ମନ୍ତବ୍ୟ ମଧ୍ୟ ଦେଉଛନ୍ତି ।
ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଭାଇ, ତାଙ୍କର ଦାନ୍ତ କେତେ ଶକ୍ତିଶାଳୀ ? ଆଉ ଜଣେ ବ୍ୟକ୍ତି ଲେଖିଛନ୍ତି ୬୦୦୦ ପାଉଣ୍ଡର ପ୍ରାଣୀ ପାଖକୁ ଯାଆନ୍ତୁ ନାହିଁ, ତାଙ୍କୁ ଶାନ୍ତିରେ ବଞ୍ଚିବାକୁ ଦିଅନ୍ତୁ । ’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)