• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସୋସିଆଲ ମିଡିଆରେ ଭାଇରାଲ ହେଉଛି ବୃଦ୍ଧଙ୍କ ଭିଡିଓ । ଜଣେ ବୃଦ୍ଧ ଏକ ହାଣ୍ଡିକୁ ବାଦ୍ୟଯନ୍ତ୍ର ଭାବେ ବ୍ୟବହାର କରି ଏକ ସୁନ୍ଦର ପଞ୍ଜାବୀ ଗୀତ ଗାଉଥିବା ଭିଡିଓରେ ଦେଖିବାକୁ ମିଳୁଛି । ବୟସ ପାଖାପାଖି ୮୨ ହେବ । ହେଲେ କଣ୍ଠ ଆଜି ବି ଚମକୁଛି । ଭିଡିଓଟିକୁ ଜଣେ ଭାରତୀୟ ବନ ସେବା ଅଧିକାରୀ ପରଭେନ କାସୱାନ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ।

ପରଭେନ ଭିଡିଓଟିକୁ ସେୟାର କରି ‘କି ସୁନ୍ଦର ଗୀତ... ବହୁତ ସରଳ... ଆପଣ ପଞ୍ଜାବୀ ବୁଝନ୍ତି କି’ ବୋଲି କ୍ୟାପସନ୍‌ରେ ଲେଖିଛନ୍ତି । ବୃଦ୍ଧ ଜଣଙ୍କୁ ଅଧିକ ବୟସ ହୋଇଥିଲେ ମଧ୍ୟ ଅତି ସୁନ୍ଦର ଭାବେ ସେ ଗୀତକୁ ଗାଉଥିବା ଦେଖିବାକୁ ମିଳୁଛି । ତାଙ୍କ କଣ୍ଠର ସ୍ୱର କୌଣସି ଗାୟକଙ୍କ ଠାରୁ କମ୍‌ ନୁହେଁ । ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏହି ଭିଡିଓକୁ ୯୮ ହଜାରରୁ ଅଧିକ ଦର୍ଶକ ଦେଖିସାରିଥିବାବେଳେ ୧୯ଶହରୁ ଅଧିକ ଲାଇକ୍‌ ମିଳିଛି ।

ଖାଲି ସେତିକି ନୁହେଁ, ୩୨୩ ଜଣ ୟୁଜର୍ସ ଭିଡିଓଟିକୁ ରିଟ୍ୱିଟ୍‌ କରିଛନ୍ତି । ଅନେକ ଦର୍ଶକ ସେମାନଙ୍କ ମତାମତ ମଧ୍ୟ ଦେଇଥିବା ଦେଖିବାକୁ ମିଳିଛି । ଚିତ୍ରା ସୁଭ୍ରମଣ୍ୟମ ବୋଲି ଜଣେ ୟୁଜର୍ସ ବୃଦ୍ଧଙ୍କର ଏହି ଗୀତକୁ ଖୁବ୍‌ ପସନ୍ଦ କରିବା ସହ ଏହି ଗୀତ ଏତେ ସହଜ ନୁହେଁ ବୋଲି କହିଛନ୍ତି । ତା ସହିତ ଚିତ୍ରା ଭିଡିଓଟିକୁ ସେୟାର କରିବାକୁ କହିଥିବା କମେଣ୍ଟରେ ଦେଖିବାକୁ ମିଳଛି ।

ସେହିପରି ଦୀପକ ବଂଶଲ ନାମକ ଜଣେ ୟୁଜର୍ସ ବୃଦ୍ଧଙ୍କ ଗୀତକୁ ଖୁବ୍‌ ପସନ୍ଦ କରିବା ସହ ତାଙ୍କ କଣ୍ଠକୁ ଭୁରିଭୁରି ପ୍ରଶଂସା କରିଛନ୍ତି । ସେ ଲେଖିଛନ୍ତି ‘ବାଃ ବାଃ କି ଆୱାଜ, କି ଗାୟକ... ଏହି ବ୍ୟକ୍ତି ଜଣକ ଖାଲି ଗାୟକ ନୁହଁନ୍ତି, ଜଣେ ମହାଗାୟକ’ ବୋଲି ସେ କହିବା ସହ ତାଙ୍କୁ ନତମସ୍ତକ କରିଛନ୍ତି ।