/odishatv-khabar/media/post_attachments/uploadimage/library/16_9/16_9_0/s_1683712008.jpg)
Drunk man rides bull at night video goes viral
ମଦ ନିଶାରେ ପୁରା ଟଳମଳ ଯୁବକ। ଏମିତି ନିଶା ଯେ, ଷଣ୍ଢ ପିଠିରେ ବସି ରାସ୍ତାରେ ଦୌଡ଼ିଲେ। ଏଭଳି ଅବସ୍ଥାରେ ଯୁବକଙ୍କୁ ଯେକେହିବି ଦେଖୁଥିଲେ ଭୟଭୀତ ହୋଇ ଯାଉଥିଲେ। କାରଣ କେତେବେଳେ ବି ତାଙ୍କୁ ଆଘାତ ପହଞ୍ଚିବାର ସମ୍ଭାବନା ଥିଲା। ହେଲେ ସମ୍ପୃକ୍ତ ଯୁବକ ନିଶାରେ କିଛି ବି ଜାଣି ପାରୁନଥିଲେ। ଆଉ ରାସ୍ତାରେ ଉତ୍ପାତ ମଚାଇଥିଲେ। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହେଉଛି। ଉତ୍ତରାଖଣ୍ଡ ପୋଲିସ୍ ଅନୁସାରେ, ମେ’ ୫ ତାରିଖରେ ଭିଡିଓଟି ରିଷିକେଶର ତପୋବନ ଅଞ୍ଚଳରେ ଉତ୍ତୋଳନ କରାଯାଇଛି।
ଅଧିକ ପଢ଼ନ୍ତୁ: ନିଶା ମଣିଷର କି ଅବସ୍ଥା କରେ ! ମଦ ପିଇ ବିଲ୍ ବୋର୍ଡରେ ଚଢ଼ିଲେ, ଝୁଲି ପଡ଼ିଲେ..
ବିଚ୍ ରାସ୍ତାରେ ମଧ୍ୟରାତ୍ରରେ ଯୁବକଙ୍କ ଏଭଳି ଉତ୍ପାତ ନା କେବଳ ଲୋକଙ୍କୁ ଭୟଭୀତ କରିଥିଲା ବରଂ ଏହା ପଶୁଙ୍କ ପ୍ରତି ଏକ ପ୍ରକାର ଅତ୍ୟାଚାର ବୋଲି କୁହାଯାଇଛି। ପୁନର୍ବାର ଏଭଳି ପ୍ରାଙ୍କ୍ ନକରିବା ପାଇଁ ପୋଲିସ୍ ଉକ୍ତ ଯୁବକଙ୍କୁ ଚେତାବନୀ ଦେବା ସହ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, ଯୁବକ ଜଣକ ଷଣ୍ଢ ପିଠିରେ ବସି ଫୁଲ୍ ସ୍ପିଡ୍ରେ ରାସ୍ତାରେ ଦୌଡ଼ୁଛନ୍ତି। ଏହି ସମୟରେ ସେ କହୁଛନ୍ତି, ‘କୈଳାଶ ପତି ନାଥ କୀ ଜୟ ହୋ’।
05 मई की देर रात्रि तपोवन ऋषिकेश में नशे में युवक के सांड के ऊपर सवार होने संबंधी सोशल मीडिया पर प्रसारित वीडियो का संज्ञान लेते हुए युवक के विरुद्व वैधानिक कार्यवाही करते हुए युवक को चेतावनी दी गयी कि पशुओं के साथ भविष्य में इस प्रकार दुर्व्यवहार न करें। pic.twitter.com/VrSxRdhqJX
— उत्तराखण्ड पुलिस - Uttarakhand Police (@uttarakhandcops) May 8, 2023
ଉତ୍ତରାଖଣ୍ଡ ପୋଲିସ୍ ଟ୍ୱିଟର ହ୍ୟାଣ୍ଡେଲରୁ ଭିଡିଓକୁ ଶେୟାର କରାଯିବା ସହ ଯୁବକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଇଛି। ଏହାସହ ଭବିଷ୍ୟତରେ ପଶୁମାନଙ୍କ ସହିତ ଏପରି ବ୍ୟବହାର ନକରିବାକୁ ଚେତାବନୀ ମଧ୍ୟ ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)