Advertisment

ଚତୁର୍ଥ ମହଲାରୁ ଖସିପଡିଲା ୮ମାସର ଶିଶୁ; ଏମିତି ଉଦ୍ଧାର କଲେ ଲୋକେ...ଦେଖନ୍ତୁ ଭିଡିଓ

ଭିଡିଓରେ ୮ମାସର ଶିଶୁ ହରିନ୍ ମାଗି ଆପାର୍ଟମେଣ୍ଟର ଚତୁର୍ଥ ମହଲାରୁ ଦ୍ୱିତୀୟ ମହଲାରୁ ଖସି ପଡିଥିଲା। ତିନିଜଣ ବ୍ୟକ୍ତି ପ୍ରଥମ ମହଲା ଝରକା ଦେଇ ପିଲାଟିକୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ଭୟଭୀତ ଲୋକେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ।

author-image
Sonali Ojha
ଅଦ୍ୟତନ ହୋଇଛି
Dramatic Rescue Of Baby

Dramatic Rescue Of Baby

ଅନେକ ସମୟରେ ବୋରୱେଲରେ ଶିଶୁ ପଡିଯିବା ଖବର ଆମେ ଦେଖୁ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ସ୍ୱତନ୍ତ୍ର ଟିମ୍ ଲାଗିପଡନ୍ତି। ସେଥିପାଇଁ ସ୍ୱତନ୍ତ୍ର ଟେକନିକ୍ ମଧ୍ୟ ପ୍ରୟୋଗ କରାଯାଏ। ମାତ୍ର ଆମେ ଏପରି ଘଟଣା କହିବାକୁ ଯାଉଛୁ, ଯାହାକୁ ଶୁଣିଲେ ଆପଣ ମଧ୍ୟ ପ୍ରଶଂସା ନ କରି ରହିପାରିବେ ନାହିଁ। ଆପାର୍ଟମେଣ୍ଟ ଛାତରୁ ଆଜବେଷ୍ଟସକୁ ଖସିପଡିଥିବା ଏକ କଅଁଳା ଶିଶୁକୁ ଏକ ନାଟକୀୟ ଢଙ୍ଗରେ ଉଦ୍ଧାର କରାଯାଇଛି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

Advertisment

ଫିଲ୍ମ ହେଉ କି ସିରିଏଲ ସେଥିରେ ପାହାଡ କିମ୍ୱା ଛାତରୁ ପଡିଯାଉଥିବା ବ୍ୟକ୍ତିଙ୍କୁ ଯେପରି ଉଦ୍ଧାର କରାଯାଏ ଆମେ ସମସ୍ତେ ଦେଖୁ। ମାତ୍ର ତାହା ରିଲ୍, ରିୟଲ ନୁହେଁ। ମାତ୍ର ରିୟଲରେ ଜଣେ ଶିଶୁକୁ ସେହିପରି ଢଙ୍ଗରେ ଉଦ୍ଧାର କରାଯାଇଛି। ରବିବାର ଦିନ ଚେନ୍ନାଇର ଆବାଦିରେ ଥିବା ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସର ଟିଣ ଛାତରେ ଏକ ଶିଶୁ ଝୁଲି ରହିଥିବା ଦେଖିବାକୁ ମିଳିଥିଲା।

ତିନି ମିନିଟର ଭିଡିଓରେ ଶିଶୁଟି ଚତୁର୍ଥ ମହଲାରୁ ଖସି ଦ୍ୱିତୀୟ ମହଲାରେ ଥିବା ଟିଣ ଛାତରେ ଲଟକି ରହିଥିଲା। ତାକୁ ଉଦ୍ଧାର କରିବା ପାଇଁ ଆପାର୍ଟମେଣ୍ଟ ତଳେ ସ୍ଥାନୀୟ ଲୋକ ବେଡସିଟ୍ ସହ ଅନ୍ୟ ଜିନିଷ ଧରି ଠିଆ ହୋଇଥିଲେ।ଯେପରି ପିଲାଟି ପଡିଗଲେ ସୁଦ୍ଧା ତାର କୌଣସି କ୍ଷତି ହେବନି।ଏହି ସମୟର ଭିଡିଓ ଜଣେ ସ୍ଥାନୀୟ ବାସିନ୍ଦା ବାଲକୋନୀରୁ ରେକର୍ଡ କରିଥିଲେ। ଯାହା ଭାଇରାଲ୍ ହେବାରେ ଲାଗିଛି।

Advertisment

ଭିଡିଓରେ ୮ମାସର ଶିଶୁ ହରିନ୍ ମାଗି ଆପାର୍ଟମେଣ୍ଟର ଚତୁର୍ଥ ମହଲାରୁ ଦ୍ୱିତୀୟ ମହଲାରୁ ଖସି ପଡିଥିଲା। ତିନିଜଣ ବ୍ୟକ୍ତି ପ୍ରଥମ ମହଲା ଝରକା ଦେଇ ପିଲାଟିକୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ଭୟଭୀତ ଲୋକେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। କିଛି ଲୋକ ଝରକା ତଳେ ଥିବା ତଳ ମହଲାରେ ଏକ ବେଡସିଟ୍ ଖୋଲା କରି ରଖିଥିବା ଦେଖିବାକୁ ମିଳିଛି। ଶିଶୁଟି ଯେପରି ଆଘାତ ନପାଏ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଭିଡିଓରେ ଶିଶୁ ଛାତ ଧାରର ନିକଟତର ହେଉଥିବା ବେଳେ ଗୋଡ ପବନରେ ଝୁଲୁଥିବାର ଦେଖିବାରୁ ମିଳେ। ଜଣେ ବ୍ୟକ୍ତି ପ୍ରଥମ ମହଲା ଝରକା ଭିତର ଡେଇଁ ପିଲାଟି ନିକଟରେ ପହଞ୍ଚନ୍ତି। ଅନ୍ୟଜଣେ ବ୍ୟକ୍ତି ରେଲିଂ ଉପରେ ଠିଆହୋଇ ପିଲାଟିକୁ ଧରିବାକୁ ଉଦ୍ୟମ କରନ୍ତି ଓ ଶେଷରେ ପିଲାଟିକୁ ଉଦ୍ଧାର କରିନିଅନ୍ତି।

ଆବାଦି ପୋଲିସ କମିଶନର ଶଙ୍କରଙ୍କ ସୂଚନା ଅନୁଯାୟୀ, ଆବାଦିର ଏକ ଆପାର୍ଟମେଣ୍ଟରେ ଏହି ଘଟଣା ଘଟିଛି। ମାଆ ରାମିଆ ତାଙ୍କୁ ବାଲକୋନୀରେ ଖେଳାଉଥିବା ବେଳେ ଶିଶୁଟି ଖସିପଡିଥିଲା। ଏନେଇ କୌଣସି ଆନୁଷ୍ଠାନିକ ଅଭିଯୋଗ ଆସିନାହିଁ। ତେବେ ପିଲାଟି ସୁସ୍ଥଥିବା ଜଣାପଡିଛି।

Viral Video
Advertisment
Advertisment