Advertisment

ଗଣିତ କ୍ଲାସ ବନ୍ଦ କରି ବୁଲୁଥିଲା ଝିଅ; ରାଗିଗଲେ ବାପା, ଦେଲେ ଏମିତି ଦଣ୍ଡ...ଦେଖନ୍ତୁ...

ଜଣେ ବ୍ୟକ୍ତିଙ୍କ ଝିଅ ଗଣିତ କ୍ଲାସ ବନ୍ଦ କରି ନିଜ ସାଙ୍ଗମାନଙ୍କ ସହିତ ବାହାରକୁ ଯାଉଥିଲା । ବାରମ୍ୱାର ଏପରି ହେବାରୁ ବାପା ଝିଅକୁ ବାଟକୁ ଆଣିବା ପାଇଁ ଏକ ଅଜବ ପନ୍ଥା ଆପଣାଇଥିଲେ। ରାଗିଯାଇ ବାପା ଝିଅକୁ ଏକ ଶିକ୍ଷା ଦେବା ପାଇଁ ଘରେ ଥିବା ଝିଅର କୋଠରୀକୁ ଜେଲରେ ପରିଣତ କରିବାକୁ ନିଷ୍ପତ୍ତି ନେଇଥିଲେ।

author-image
Sonali Ojha
ଅଦ୍ୟତନ ହୋଇଛି
Daughter skips Math class

Daughter skips Math class

ପିଲାମାନେ ଅନେକ ସମୟରେ କ୍ଲାସ ବନ୍ଦ କରି ସାଙ୍ଗ ସାଥିଙ୍କ ସହ ବୁଲାବୁଲି କରନ୍ତି। ଏହା ଅତି ସାଧାରଣ କଥା। ବେଳେବେଳେ ବାପା-ମା’ ସେମାନଙ୍କୁ ବାଟକୁ ଆଣିବା ପାଇଁ ସେମାନଙ୍କର ସ୍ମାର୍ଟଫୋନ୍ ଛଡ଼ାଇ ନିଅନ୍ତି, ପକେଟ ମନି ବନ୍ଦ କରିଦିଅନ୍ତି ତ ଆଉ କେତେବେଳେ ସେମାନଙ୍କ ସାଙ୍ଗମାନଙ୍କ ଉପରେ ମଧ୍ୟ ନଜର ରଖନ୍ତି। ହେଲେ ଏହି ସାମାନ୍ୟ କଥା ପାଇଁ ଜଣେ ବ୍ୟକ୍ତି ନିଜ ଝିଅକୁ ଅଜବ ଦଣ୍ଡ ଦେଇଛନ୍ତି ଯିଏକି କ୍ଲାସ ବନ୍ଦ କରି ସାଙ୍ଗଙ୍କ ସହ ବୁଲିବାକୁ ଯାଇଥିଲା।

Advertisment

ଜଣେ ବ୍ୟକ୍ତିଙ୍କ ଝିଅ ଗଣିତ କ୍ଲାସ ବନ୍ଦ କରି ନିଜ ସାଙ୍ଗମାନଙ୍କ ସହିତ ବାହାରକୁ ଯାଉଥିଲା । ବାରମ୍ୱାର ଏପରି ହେବାରୁ ବାପା ଝିଅକୁ ବାଟକୁ ଆଣିବା ପାଇଁ ଏକ ଅଜବ ପନ୍ଥା ଆପଣାଇଥିଲେ। ରାଗିଯାଇ ବାପା ଝିଅକୁ ଏକ ଶିକ୍ଷା ଦେବା ପାଇଁ ଘରେ ଥିବା ଝିଅର କୋଠରୀକୁ ଜେଲରେ ପରିଣତ କରିବାକୁ ନିଷ୍ପତ୍ତି ନେଇଥିଲେ। କେବଳ ଏତିକି ନୁହେଁ, ଏହି ସମୟର ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ପୋଷ୍ଟ କରିଥିଲେ। ଯାହାକି ଏବେ ଭାଇରାଲ୍ ହେବାରେ ଲାଗିଛି।

ଭିଡିଓରେ ବାପା ଝିଅର କୋଠରୀକୁ ସମ୍ପୂର୍ଣ୍ଣ ଖାଲି କରୁଥିବାର ନଜର ଆସିଛନ୍ତି। କୋଠରୀର ଥିବା ସେଲରେ ରଖାଯାଇଥିବା ଜିନିଷଗୁଡ଼ିକୁ ସଂପୂର୍ଣ୍ଣ ଖାଲି କରୁଛନ୍ତି। ରଖାଯାଇଥିବା ବେଡସିଟ୍ ଏବଂ ଅନ୍ୟ ଜିନିଷ କୋଠରୀରୁ ବାହାର କରିଦେଇଛନ୍ତି। ଏହା ସହିତ ଟିଭି, ଜୋତାକୁ ମଧ୍ୟ ବାହାର କରି ବାହାରକୁ ଫିଙ୍ଗି ଦେଇଛନ୍ତି। ବ୍ୟକ୍ତି ଜଣକ ସେହି କୋଠରୀର ଆଲମାରୀରେ ରଖାଯାଇଥିବା ସମସ୍ତ ପୋଷାକ ବାହାର କରି ବାହାରକୁ ଫିଙ୍ଗି ଦେଇଛନ୍ତି।

Advertisment

ମୋ ଝିଅ କ୍ଲାସ୍ ବନ୍ଦ କରି ବୁଲୁଛି, ତେଣୁ ମୁଁ ତାଙ୍କୁ ଦଣ୍ଡ ଦେବାକୁ ସ୍ଥିର କଲି, ଏଥିପାଇଁ ମୁଁ ତା କୋଠରୀକୁ କାରାଗାରରେ ପରିଣତ କରିଦେଇଛି। ସେ ମୋତେ ପରୀକ୍ଷା କରିବାକୁ ଚେଷ୍ଟା କରୁଛି, ଏହାକୁ ଆପଣ ପାଗଳପଣ ବୋଲି କହିପାରନ୍ତି, କିନ୍ତୁ ବର୍ତ୍ତମାନ ମୁଁ କ୍ରୋଧିତ ଅଛି। ଏହା ପରେ ରୁମରୁ ବହି ଏବଂ ସ୍କିନ କେୟାର ସାମଗ୍ରୀକୁ ଆଲମାରୀରୁ ବାହାର କରି ବାହାରକୁ ଫିଙ୍ଗି ଦେଇ କୋଠରୀରୁ ବାହାରିଯାଇଛନ୍ତି। ‘ମୁଁ ବହୁତ ଶାନ୍ତ, କିନ୍ତୁ ଯଦି ରାଗିଯାଏ ତେବେ ସବୁକିଛି ଛଡ଼ାଇ ନେଇପାରେ’, ସଂପୃକ୍ତ ବାପା ହତାଶ ହୋଇ ଏଭଳି କହୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓଟି ଏବେ ଭାଇରାଲ୍ ହେଉଥିବା ବେଳେ ଏଯାଏ ୩୪ ମିଲିୟନ୍ ଲୋକ ଏହାକୁ ଦେଖିସାରିଛନ୍ତି ।

Viral Video
Advertisment
Advertisment