Advertisment

ଏୟାରହୋଷ୍ଟେସ୍‌ କହିଲେ ଦୁଃଖ ! ବଖାଣିଲେ ଏୟାରଲାଇନ୍ସର କଳା ରହସ୍ୟ, ଜାଣନ୍ତୁ...

ବିଳାଶପୂର୍ଣ୍ଣ ସ୍ଥାନଗୁଡ଼ିକୁ ଯିବା ଦେଖି ଲୋକେ ଭାବୁଥିବେ ଏହା ଗ୍ଲାମର, କିନ୍ତୁ ଏୟାର ଟ୍ରାଭେଲ ଦୁନିଆର ସତ ଜାଣିବା ପରେ ଲୋକଙ୍କ ମନରୁ ଏସବୁ ଭ୍ରାନ୍ତ ଧାରଣା ଦୂର ହୋଇଯିବ ।

ଅଦ୍ୟତନ ହୋଇଛି
Airlines's Dark Secrets

Air Hostess

Advertisment

କଥାରେ ଅଛି ଆଖିକୁ ଯାହା ଦେଖାଯାଏ ବେଳେବେଳେ ବାସ୍ତବରେ ତାହା ହୋଇନଥାଏ । ଅର୍ଥାତ୍‌ ସବୁ ଚିକ୍‌ଚିକ୍‌ କରୁଥିବା ଜିନିଷ ସୁନା ନୁହେଁ । ଏହି କଥା କେବଳ କଥାକୁ କୁହାଯାଏ ନାହିଁ, ବରଂ ସମାଜରେ ଏହାର ଅନେକ ଗୁରୁତ୍ୱ ରହିଛି । ଆମ ଆଖିକୁ କିଛି ଜିନିଷ ଖୁବ୍‌ ଭଲ ଦେଖାଯାଏ କିନ୍ତୁ ବାସ୍ତବରେ ତାହା ହୋଇନଥାଏ । ଆମ ଭିତରୁ ଅନେକ ଭାବୁଥିବେ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟଙ୍କ ଭାଗ୍ୟ କେତେ ଭଲ । ସେମାନେ ଏକ ଆରାମ ଦାୟକ ଜୀବନ ବିତାଉଛନ୍ତି । ସେମାନେ ତାଙ୍କ ଜୀବନରେ ଖୁବ୍‌ ଖୁସିରେ ଅଛନ୍ତି । ଆମେ ଏହା ବି ଭାବୁଛନ୍ତି ଯେ, ସେମାନଙ୍କ କାମ କେବଳ ବିମାନରେ ବୁଲିବା । କିନ୍ତୁ ବାସ୍ତବରେ ଏହା ସତ୍ୟ ନୁହେଁ । ସେମାନଙ୍କ ଜୀବନ ତଥା ଚାକିରି ଖୁବ୍‌ କଷ୍ଟ ଦାୟକ ।

Advertisment

ଯେଉଁ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ ମାନଙ୍କୁ ଆପଣ ସବୁବେଳେ ଫ୍ରେସ୍‌ ଲୁକ୍‌ ଆଉ ଷ୍ଟାଇଲିସ ଦେଖିଥାନ୍ତି ସେମାନଙ୍କ ଦୁଃଖ ଦୁର୍ଦ୍ଦଶା କାହାକୁ ବି ଜଣାନାହିଁ । ତାଙ୍କ ହସ ପଛରେ କେଉଁ ଯନ୍ତ୍ରଣା ଲୁଚି ରହିଛି ତାହା କେହି ଜାଣନ୍ତି ନାହିଁ । କିନ୍ତୁ ଏବେ ସୋସିଆଲ ମିଡିଆ ରେ ଜଣେ ବିମାନ କର୍ମଚାରୀ ନିଜ ଜୀବନର ସମସ୍ତ ବାସ୍ତବତା ଖୋଲା ଖୋଲି ବଖାଣିଛନ୍ତି । ସେ କହିଛନ୍ତି ଯେ, ଲୋକମାନେ ଯେଉଁ ଜୀବନ ଶୈଳୀକୁ ତଥା ଚାକଚକ୍ୟକୁ ଦେଖି ଇର୍ଷା କରିଥାନ୍ତି, ସେମାନଙ୍କ ଜୀବନ ବାସ୍ତବରେ ସେମିତି ହୋଇନଥାଏ । ସେମାନଙ୍କୁ କେଉଁଭଳି ପରିସ୍ଥିତି ଦେଇ ଗତି କରିବାକୁ ପଡ଼େ ତାହା ଜାଣିଲେ ସାଧାରଣ ଲୋକ ପାଦ ତଳୁ ମାଟି ଖସିଯିବ ବୋଲି ସେ କହିଛନ୍ତି।

ବିଳାସପୂର୍ଣ୍ଣ ସ୍ଥାନଗୁଡ଼ିକୁ ଯିବା ଦେଖି ଲୋକେ ଭାବୁଥିବେ ଏହା ଗ୍ଲାମର, କିନ୍ତୁ ଏୟାର ଟ୍ରାଭେଲ ଦୂନିଆର ସତ ଜାଣିବା ପରେ ଲୋକଙ୍କ ମନରୁ ଏସବୁ ଭ୍ରାନ୍ତ ଧାରଣା ଦୂର ହୋଇଯିବ ।

Advertisment

ଦେଖନ୍ତୁ ଭିଡିଓ | ବିଦାୟ ବେଳେ ବିମାନ ଭିତରୁ ଶେଷବାର୍ତ୍ତା ଦେଇ ଭୋ ଭୋ କାନ୍ଦିଲେ ଏୟାରହୋଷ୍ଟେସ୍‌....

ଜଣେ ପୂର୍ବତନ ବିମାନ କର୍ମଚାରୀ, ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ସମସ୍ତ ତଥ୍ୟ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଶରୀରକୁ ପତଳା ରଖିବା ପାଇଁ ଏୟାର ହୋଷ୍ଟେସମାନଙ୍କ ଉପରେ ଖୁବ୍‌ ଚାପ ରହିଥାଏ । ଏଥିପାଇଁ ଏୟାରଲାଇନ୍ସ କମ୍ପାନୀ ଯେକୌଣସି ସ୍ତରକୁ ଖସିଯିବାକୁ ପ୍ରସ୍ତୁତ ଥାନ୍ତି । ଆବଶ୍ୟକ ପଡ଼ିଲେ କମ୍ପାନୀମାନେ ଅସ୍ତ୍ରୋପଚାର କରିବାକୁ ମଧ୍ୟ ବାଧ୍ୟ କରିଥାନ୍ତି । ନଚେତ୍‌ କ୍ଷତିକାରକ ଡ୍ରଗ୍ସ ନେବାକୁ ବି କହିଥାନ୍ତି । ଏଥିରେ ଏୟାରହୋଷ୍ଟେସ୍‌ର ଯଦି କିଛି କ୍ଷତି ହୁଏ ସେଥିପାଇଁ ମଧ୍ୟ ସେମାନେ ଚିନ୍ତା କରନ୍ତି ନାହିଁ । ସେମାନଙ୍କର ଗୋଟିଏ ଲକ୍ଷ୍ୟ ଥାଏ, ପ୍ରତ୍ୟେକ ଏୟାରହୋଷ୍ଟେସ୍‌ଙ୍କ ଶରୀର ପତଳା ରହିବା ଆବଶ୍ୟକ ।

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏୟାରହୋଷ୍ଟେସ୍‌ଙ୍କୁ ଦେଖିଲେ ସମସ୍ତେ ଭାବନ୍ତି ଏମାନେ କେତେ ସୁନ୍ଦର । କିନ୍ତୁ ବାସ୍ତବରେ ଏହି ସୁନ୍ଦରତା ପାଇଁ ସେମାନଙ୍କୁ ଅନେକ କଷ୍ଟା ସହିବାକୁ ପଡ଼ିଥାଏ ।

ନିଜର ପରିଚୟ ଲୁଚାଇ ସେ ଆହୁରି କହିଛନ୍ତି ଯେ, ପ୍ରତ୍ୟେକ ସମୟରେ ଲୋକମାନେ ତାଙ୍କୁ କାମୁକ ନଜରରେ ଦେଖିଥାନ୍ତି । କେତେବେଳେ ସହକର୍ମୀ ଖରାପ ନଜର ରଖନ୍ତି ତ କେତେବେଳେ କୌଣସି ଯାତ୍ରୀ ଶାରୀରିକ ସମ୍ବନ୍ଧ ରଖିବାକୁ ଚାହାନ୍ତି । ସେମାନେ ଭାବନ୍ତି ଯେ, ‘ଏୟାରହୋଷ୍ଟେସ୍‌ମାନେ କାହାସହ ବି ଶାରୀରିକ ସମ୍ପର୍କ ରଖିପାରନ୍ତି, ଆଉ ଏଥିରେ ସେମାନଙ୍କୁ କିଛି ଫରକ ପଡ଼େ ନାହିଁ ।’

ଯଦି ଆମେ ବିମାନରେ ସବୁଠାରୁ ବଡ ସମସ୍ୟା ବିଷୟରେ କହିବା, ତେବେ ତାହା ହେଉଛି ବିମାନ କର୍ମଚାରୀଙ୍କୁ ଯାତ୍ରୀଙ୍କ ଦୁର୍ବ୍ୟବହାର । ବିମାନ ହାଇଯାକ୍‌ କିମ୍ବା କୌଣସି ଜରୁରୀକାଳୀନ ପରିସ୍ଥିତି ସମୟରେ ଯାତ୍ରୀମାନେ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟମାନଙ୍କୁ ଖୁବ୍‌ ଖରାପ ଆଚରଣ କରିଥାନ୍ତି । କିଛି ଯାତ୍ରୀ ଏମିତି ଅସଦାଚରଣ କରନ୍ତି ଯେ, ବିମାନ କର୍ମଚାରୀଙ୍କ ଧର୍ଯ୍ୟ ଭାଙ୍ଗିଯାଏ । ଏଭଳି ପରିସ୍ଥିତିରେ ସେମାନଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ପଡ଼ିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ