Advertisment

Chinese Woman Viral Video: ସ୍ବପ୍ନ ପୂରଣକରିବା ପାଇଁ ବାଥରୁମ୍‌ରେ ରହୁଛନ୍ତି ମହିଳା

ୟାଙ୍ଗ ସେୟାର କରୁଥିବା ଭିଡିଓରେ ବାଥରୁମ୍‌ରେ ପୋଷାକ ଧୋଇବା ଏବଂ ଛାତ ଉପରେ ପୋଷାକ ଶୁଖାଇବା ଏବଂ ବାଥରୁମ୍‌ ସଫା କରିବା ଭଳି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଥାଏ । ଦୋକାନ ଚାଲିବା ସମୟରେ, ଗ୍ରାହକ ଏବଂ କର୍ମଚାରୀମାନେ ବାଥରୁମ୍‌ ବ୍ୟବହାର କରିଥା'ନ୍ତି । ତେଣୁ ଦୋକାନ ଖୋଲିବା ପୂର୍ବରୁ ସେ ନିଜର ଜିନିଷପତ୍ର ପ୍ୟାକ୍ କରିଦିଅନ୍ତି ।

author-image
Deviprasad Jena
ଅଦ୍ୟତନ ହୋଇଛି
Woman Lives In Office Toilet

Woman Lives In Office Toilet

କଥାରେ ଅଛି ଅଭାବ ଏବଂ ଅସୁବିଧାରେ ପଡ଼ିବାପରେ ମଣିଷ କିଛି ନୂଆ କରିବାକୁ ଚେଷ୍ଟାକରେ । ନିଜର ଅସୁବିଧାକୁ ଦୂରକରିବା ପାଇଁ ଅନେକଥର କିଛି ନୂଆ କରିଥାଏ ମଣିଷ । କିଛି ବ୍ୟକ୍ତି ଅସୁବିଧା ଏବଂ ଅଭାବରୁ ମୁକ୍ତି ପାଇବା ପାଇଁ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିଥା'ନ୍ତି । ନିଜର ବ୍ୟକ୍ତିଗତ ସମସ୍ୟାକୁ ଦୂର କରିବା ପାଇଁ କିଛି ଅଜବ କାମକରି ଅନେକ ବ୍ୟକ୍ତି ଚର୍ଚ୍ଚାକୁ ଆସିଥା'ନ୍ତି ।

Advertisment

ବଢୁଛି ଦରଦାମ୍, ସ୍ୱଳ୍ପ ଦରମା ପାଇଁ ହଇରାଣ ହେଉଛନ୍ତି ଲୋକେ । ଆୟ ଉପରେ ଭାରି ପଡ଼ୁଛି ବ୍ୟୟର ପରିମାଣ । ଏହି ଭଳି କିଛି ସମସ୍ୟାରେ ପଡ଼ି ଅଜବ ଜୀବନ ଶୈଳୀକୁ ଆପଣାଇଛନ୍ତି ଜଣେ ୧୮ ବର୍ଷୀୟା ମହିଳା । ଆଉ ଏଥିପାଇଁ ଖୁବ୍ ଭାଇରାଲ ହେଉଛନ୍ତି ଚୀନ୍‌ର ଯୁବତୀ । ଯଦି ଆପଣଙ୍କୁ ଏକ ବାଥରୁମ୍‌ରେ ରହିବାକୁ କୁହାଯିବ, ତେବେ ଆପଣ ରାଗିଯିବେ ନିଶ୍ଚିତ । ଆପଣ ଭାବୁଥିବେ ଆମେ ଆପଣଙ୍କୁ ଏକଥା କାହିଁକି କହୁଛୁ ?

ଆମେ ଯେଉଁ ଯୁବତୀଙ୍କ ବିଷୟରେ କହୁଛୁ, ସେହି ମହିଳା ଜଣକ ଟଙ୍କା ଅଭାବ କାରଣରୁ ନିଜେ କାମ କରୁଥିବା ଫର୍ଣ୍ଣିଚର ଷ୍ଟୋର୍‌ର ବାଥରୁମ୍‌ରେ ରହୁଛନ୍ତି । ଚୀନ୍‌ର ହୁନାନ୍ ପ୍ରଦେଶର ଏକ ଗ୍ରାମୀଣ ପରିବାରରେ ଜନ୍ମଗ୍ରହଣ କରିଥିବା ୟାଙ୍ଗ ଫର୍ଣ୍ଣିଚର ଷ୍ଟୋର୍‌ରେ କାର୍ଯ୍ୟରତ ଅଛନ୍ତି । ସ୍ୱଳ୍ପ ବେତନ କାରଣରୁ ସେ ଆପାର୍ଟମେଣ୍ଟରେ ରହିବା ପାଇଁ ଆବଶ୍ୟକ ହେଉଥିବା ଟଙ୍କା ଦେବାକୁ ଅସମର୍ଥ ।

Advertisment

ସେଥିପାଇଁ ସେ ୫୮୮ ଟଙ୍କା (୫୦ ୟୁଆନ୍) ଭଡ଼ାଦେଇ ନିଜ ଅଫିସର ଏକ ବାଥରୁମ୍‌ରେ ରହୁଛନ୍ତି । ୟାଙ୍ଗ ଝୁଝୋଉରେ(Zhuzhou) କାମ କରୁଥିବା ଫର୍ଣ୍ଣିଚର ଷ୍ଟୋର୍‌ରୁ ମାସିକ ୩୧,୭୭୬ ଟଙ୍କା (୨,୭୦୦ ୟୁଆନ୍) ଦରମା ପାଆନ୍ତି । ଯାହା ସହରର ହାରାହାରି ଦରମା ୮୮,୨୬୬ ଟଙ୍କା (୭,୫୦୦ ୟୁଆନ୍) ତୁଳନାରେ ବହୁତ କମ୍ । ଝୁଝୋଉ ସହରରେ ଘରଭଡ଼ା ନେଇ ରହିବାକୁ ହେଲେ, ୯,୪୧୫ ଟଙ୍କା (୮୦୦ ୟୁଆନ୍) ରୁ ୨୧,୧୮୪ ଟଙ୍କା (୧,୮୦୦ ୟୁଆନ୍) ପର୍ଯ୍ୟନ୍ତ ଟଙ୍କା ଦେବାକୁ ପଡ଼ିଥାଏ ।

ଯାହାଫଳରେ ୟାଙ୍ଗ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେଣୁ ସେ ତାଙ୍କ ବସ୍‌ଙ୍କୁ ଛଅ ବର୍ଗ ମିଟରର ଅଫିସ୍ ବାଥରୁମ୍‌କୁ ଭଡା ଶୁତ୍ରରେ ଦେବାକୁ ଅନୁରୋଧ କରିଥିଲେ । ସେ ନିୟମିତ ଭାବରେ ଚୀନ୍ ସୋସିଆଲ ମିଡିଆ ପ୍ଲାଟଫର୍ମ, ଡୋୟିନ୍‌ରେ ନିଜର ଜୀବନଶୈଳୀ ସେୟାର କରନ୍ତି । ତାଙ୍କର ଡୋୟିନ୍‌ରେ ୧୬,୦୦୦ ଅନୁସରଣକାରୀ ରହିଛନ୍ତି ।

ୟାଙ୍ଗ ସେୟାର କରୁଥିବା ଭିଡିଓରେ ବାଥରୁମ୍‌ରେ ପୋଷାକ ଧୋଇବା ଏବଂ ଛାତ ଉପରେ ପୋଷାକ ଶୁଖାଇବା ଏବଂ ବାଥରୁମ୍‌ ସଫା କରିବା ଭଳି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଥାଏ । ଦୋକାନ ଚାଲିବା ସମୟରେ, ଗ୍ରାହକ ଏବଂ କର୍ମଚାରୀମାନେ ବାଥରୁମ୍‌ ବ୍ୟବହାର କରିଥା'ନ୍ତି । ତେଣୁ ଦୋକାନ ଖୋଲିବା ପୂର୍ବରୁ ସେ ନିଜର ଜିନିଷପତ୍ର ପ୍ୟାକ୍ କରିଦିଅନ୍ତି ।

ଏଭଳି କଠିନ ପରିସ୍ଥିତି ଆଗରେ ହାର ନମାନି, ୟାଙ୍ଗ କହିଛନ୍ତି ସେ ତାଙ୍କର ଜୀବନଶୈଳୀରେ ଖୁସିରେ ଅଛନ୍ତି ଏବଂ ତାଙ୍କର ଆଶା ଅଛି ସେ ଦିନେ ନିଜ ପାଇଁ ଏକ ଘର କିମ୍ବା ଗାଡ଼ି କିଣିବା ପାଇଁ ଯଥେଷ୍ଟ ଟଙ୍କା ସଞ୍ଚୟ କରିବେ ।

ଅଧିକ ପଢ଼ନ୍ତୁ: ବାହାରୁ ସିନା ଝୁମ୍ପୁଡି ଘର; ଭିତରେ ପୂରା ପଞ୍ଚତାରକା ହୋଟେଲ୍

China Viral Video Salary Cut Highest Rental Price Of Apartment Special Story
Advertisment
Advertisment