• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୋଟରୁମ୍‌ରେ ଜଜ୍‌ଙ୍କୁ ଆକ୍ରମଣ । ଅନେକ ଓକିଲ ବସିଥିଲେ । କୋର୍ଟ କମଚାରୀ ବି ଉପସ୍ଥିତ ଥିଲେ । ଶୁଣାଣି ଚାଲିଥିଲା । ଦୁଇ ପକ୍ଷର ଓକିଲଙ୍କ ମଧ୍ୟ ଚାଲିଥିଲା ଯୁକ୍ତି । ଠିକ୍ ଏତିକି ବେଳେ ଘଟିଲା ଅଘଟଣ । ଜଜ୍‌ଙ୍କ ଉପରକୁ ଡେଇଁ ପଡ଼ିଲେ ଓକିଲ । ଏଭଳି ଘଟଣା ଆପଣଙ୍କୁ ବିଚଳିତ କରୁଥିବ । କିନ୍ତୁ ଏହା ସମ୍ପୂର୍ଣ୍ଣ ସତ । ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ମାତ୍ର କେଇ ଘଣ୍ଟା ମଧ୍ୟରେ ଏହି ଭିଡିଓ କୋଟି କୋଟି ଲୋକ ଦେଖିସାରିଛନ୍ତି ।

ଭିଡିଓରେ ଦେଖାଯାଇଛି ଯେ, ଜଣେ ବ୍ୟକ୍ତି ଅଚାନକ ଜଜ୍‌ଙ୍କ ଟେବୁଲ ଉପରକୁ ଡେଉଁଛନ୍ତି । ଆଉ ତାଙ୍କୁ ଆକ୍ରମଣ କରୁଛନ୍ତି । ଏହି ସମୟରେ ଅନ୍ୟ ଜଣେ ବ୍ୟକ୍ତି ତାଙ୍କୁ ଧରିବାକୁ ଚେଷ୍ଟା କରୁଛନ୍ତି । ହେଲେ ବ୍ୟକ୍ତି ଜଣଙ୍କ ସେହି ବ୍ୟକ୍ତିଙ୍କୁ ମଧ୍ୟ ଠେଲି ଦେଉଛନ୍ତି । ବିଭିନ୍ନ ମହଲରେ ଏହି ଘଟଣାକୁ ନିନ୍ଦା କରାଯାଇଥିବା ବେଳେ ଅନେକ ଏହି ଭିଡିଓକୁ ଦେଖି ଖୁସି ହୋଇଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ୟୁଜର୍ସଙ୍କୁ ମନୋରଞ୍ଜନର ଦେଇଛି ।

ତେବେ ଏହି ଘଟଣାଟି ଲାସ ଭେଗାସର କ୍ଲାର୍କ କଣ୍ଟ୍ରିରେ ଜାନୁଆରୀ ୩ ତାରିଖରେ ଦିନ ୧୧ଟା ସମୟରେ ଘଟିଛି । ଓକିଲଙ୍କ ଆକ୍ରମଣରେ କୋର୍ଟରୁମ୍‌ ମାର୍ସଲ ରକ୍ତାକ୍ତ ହୋଇଛନ୍ତି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଜଜ୍‌ଙ୍କୁ ଆକ୍ରମଣରୁ ରକ୍ଷା କରୁଥିଲେ । ତାଙ୍କୁ ଏବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏବେ ଆକ୍ରମଣକାରୀ ଓକିଲଙ୍କୁ ଗିରଫ କରି ଜେଲ୍‌ ପଠାଯାଇଛି । ଜେଲ୍‌ ଯିବା ପୂର୍ବରୁ ସେ କହିଛନ୍ତି ମୁଁ ସବୁବେଳେ ଠିକ୍‌ କଥା କହିଆସିଛି । ସତ ସାଙ୍ଗରେ ମୁଁ ରହିଛି । ମୋତେ ସବୁବେଳେ ଦବାଇ ରଖିବାକୁ ବା ମୋ ମୁହଁ ବନ୍ଦ କରିବା ପାଇଁ ଜଜ୍‌ ଚେଷ୍ଟା କରିଆସୁଥିଲେ ।