/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678449014.jpg)
Bull Attack
ପୁଣି ସାମ୍ନାକୁ ଆସିଲା ଆଉ ଏକ ଛାତି ଥରା ଦୃଶ୍ୟ । ପୂର୍ବରୁ ଆପଣ ମାନେ ଶୁଣିଥିଲେ ବା ଦେଖିଲେ ଯେ, କୁନି ଛୁଆକୁ ବୁଲା କୁକୁର ମାନେ ଝୁଣି ଖାଉଛନ୍ତି । ଗୋଟିଏ ନୁହେଁ ଏମିତି ଲଗାତର ଭାବେ ଦୁଇ ତିନୋଟି ଘଟଣା ସାମ୍ନାକୁ ଆସିଥିଲା । ଯାହାଫଳରେ କିନି ଛୁଆଙ୍କୁ ବାହାରକୁ ଆଉ ଏକା ଛାଡ଼ିବାକୁ ଅଭିଭାବକମାନେ ଡରିଲେ । ଆଉ କୁନି ଛୁଆ ଘର ଦୁଆରେ ଖେଳିବା ବେଳେ ବି ପରିବାର ଲୋକ ତା ଉପରେ ନଜର ରଖିଲେ । ହେଲେ ଏବେ ପୁଣି ସେମିତି ଏକ ଘଟଣା ସାମ୍ନାକୁ ଆସିଛି ।
ଏଥର କିନ୍ତୁ ବୁଲା କୁକୁର ନୁହେଁ ବୁଲା ଷଣ୍ଢ । କୁନି ଛୁଆଟି ଅଜାଣତର ଏମିତି ବୁଲୁ ବୁଲୁ ଘର ବାହାକୁ ଚାଲିଆସିଥିଲା । ଆଉ ରାସ୍ତାରେ ବୁଲୁଥିବା ଷଣ୍ଢ ତାକୁ ଦେଖି ହୁରୁଡ଼ିଥିଲା । କୁନି ଛୁଆକୁ ଷଣ୍ଢ ଦେଖୁ ଦେଖୁ ତା’ଆଡ଼କୁ ମାଡ଼ି ଯାଇଥିଲା । ଆଉ ତାକୁ ଶିଙ୍ଗରେ ମାରି ଘୋଷାଡ଼ି ନେଇଥିଲା । ଖାଲି ସେତିକି ନୁହେଁ କୁନି ଛୁଆକୁ ଷଣ୍ଢ ନିଜ ପେଟ ତଳେ ଚାପି ରଖିଲା ।
ହେଲେ ସୌଭାଗ୍ୟବଶତଃ ଦୁଇ ଜଣ ବ୍ୟକ୍ତି ଘଟଣାସ୍ଥଳକୁ ଦଉଡ଼ି ପଳାଇ ଆସିଲେ । ଆଉ କୁନି ଛୁଆକୁ ରକ୍ଷା କରିଦେଲେ । କୁନି ଛୁଆଟିର ବୟସ ମାତ୍ର ୪ ବର୍ଷ । ଏହି ଘଟଣା ଆଲିଗଡ଼ରେ ଘଟିଛି । ଏବେ କୁନି ଛୁଆର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ।
ତେବେ ଷଣ୍ଢ ଆକ୍ରମଣର ଏକ ସିସିଟିଭି ଭିଡିଓ ମଧ୍ୟ ରହିଛି । ପୁରା ଘଟଣା ସିସିଟିଭିରେ ରେକର୍ଡ ହୋଇଛି । ହେଲେ ସେହି ଦୃଶ୍ୟ ଏତେ ହୃଦୟ ବିଦାରକ ଯେ, ତାହା ଆମେ ଆପଣଙ୍କୁ ଦେଖାଇପାରୁ ନାହୁଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)