Advertisment

ଆଶ୍ଚର୍ଯ୍ୟ !! ବର ମୁହଁରେ ସିଗାରେଟ୍‌ ଦେଇ ସ୍ୱାଗତ କଲେ ଶାଶୂ-ଶ୍ୱଶୁର

ବାହାଘର....ଜୀବନରେ ଥରେ ମାତ୍ର ହୁଏ। ତେଣୁ ଏହି ଦିନକୁ କିଛି ସ୍ୱତନ୍ତ୍ର କରିବାକୁ ସମସ୍ତେ ଚାହାନ୍ତି। ହେଲେ ଏବେ ଭାଇରାଲ ହେଉଥିବା ଏକ ଭିଡିଓ ଦେଖିବା ପରେ ହିଁ ଆପଣ କହିବେ ସତରେ ଇଏ ନିଆରା ବାହାଘର। ଦୁଆର ମୁହଁରେ ବର ବସିଛି...ପାଟିରେ ସିଗାରେଟ୍‌ ଦେଇ ନିଆଁ ଲଗାଯାଉଛି। ଆଉ ଏମିତି ଦୃଶ୍ୟ ଦେଖିବା ପରେ ଉପସ୍ଥିତ ବର ଓ କନ୍ୟା ପକ୍ଷ ବି ଖୁସିରେ ଗଦଗଦ

author-image
Sarbeswar
ଅଦ୍ୟତନ ହୋଇଛି
Marriage

Marriage

ଦୁଆର ମୁହଁରେ ବର ପହଞ୍ଚିଲା। ବରଣ ପାଇଁ ରେଡ୍ଡୀ ଥିଲେ ପରିବାର ଲୋକ। ବରକୁ ଜୋରଦାରିଆ ସ୍ୱାଗତ ପାଇଁ ସବୁ ପ୍ରସ୍ତୁତି ବି ସରିଥିଲା। କିନ୍ତୁ ବରକୁ ଯେବେ ସ୍ୱାଗତ କରାଗଲା ତାହା ସମସ୍ତଙ୍କ ହୋସ୍‌ ଉଡେଇଦେଲା। ପାଟିରେ ସିଗାରେଟ୍‌ ଦେଇ ଜ୍ୱାଇଁଙ୍କର କିଛି ନିଆରା ଶୈଳୀରେ ସ୍ୱାଗତ କଲେ ଶାଶୂ ଓ ଶ୍ୱଶୁର। ଯାହାର ଭିଡିଓ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି।

Advertisment

ବାହାଘର....ଜୀବନରେ ଥରେ ମାତ୍ର ହୁଏ। ତେଣୁ ଏହି ଦିନକୁ କିଛି ସ୍ୱତନ୍ତ୍ର କରିବାକୁ ସମସ୍ତେ ଚାହାନ୍ତି। ହେଲେ ଭାଇରାଲ ଭିଡିଓ ଦେଖିବା ପରେ ହିଁ ଆପଣ କହିବେ ସତରେ ଇଏ ନିଶ୍ଚିତ ନିଆରା ବାହାଘର। ଦୁଆର ମୁହଁରେ ବର ବସିଛି...ପାଟିରେ ସିଗାରେଟ୍‌ ଦେଇ ନିଆଁ ଲଗାଯାଉଛି। ଆଉ ଏମିତି ଦୃଶ୍ୟ ଦେଖିବା ପରେ ଉପସ୍ଥିତ ବର ଓ କନ୍ୟା ପକ୍ଷ ବି ଖୁସିରେ ଗଦଗଦ।

ଅଧିକ ପଢ଼ନ୍ତୁ: ବେକରେ ଷ୍ଟେଥୋ ପକାଇ କନ୍ୟା ବେଶରେ ପରୀକ୍ଷା ଦେଲେ ଯୁବତୀ

ଭାଇରାଲ୍‌ ଭିଡିଓ ରେ ଦେଖିବାକୁ ମିଳିଛି କି ସୋଫା ଉପରେ ବର ଜଣକ ବସିଥିବା ବେଳେ ତାଙ୍କ ଶାଶୂ ଏକ ସିଗାରେଟ୍‌ ଧରି ତାଙ୍କ ପ‌ାଟିରେ ଲଗାଉଛନ୍ତି ଓ ମାଚିସ୍‌ ବି ଲଗାଇ ଦେଉଛନ୍ତି ଶ୍ୱଶୁର। ଏସବୁ ସରିବା ପରେ ଜ୍ୱାଇଁ ବି ବେଶ୍‌ ହସୁଛନ୍ତି। ତେବେ ଇନଷ୍ଟାରେ ଅପଲୋଡ୍‌ ହୋଇଥିବା ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ପାଖାପାଖି ଲୋକ ଦେଖିସାରିଲେଣି। ଭିଡିଓ କ୍ୟାପସନ୍‌ରେ ଲେଖାଯାଇଛି, ବିବାହରେ ବରଙ୍କୁ ମିଠା ସହ ପାନ, ବିଡ଼ି ସହ ସ୍ବାଗତ କରାଯାଉଛି। ତେବେ ଦକ୍ଷିଣ ଗୁଜୁରାଟର ଗୋଟିଏ ଗାଁରେ ଏମିତି ଏକ ପୁରୁଣା ପରମ୍ପରା ରହିଛି। ଯେଉଁଠାରେ ଜ୍ବାଇଁଙ୍କୁ ସିଗାରେଟ୍‌ ପିଆଇ ସ୍ବାଗତ କରାଯାଏ । ହେଲେ ଏମିତି ପରମ୍ପରାକୁ ନେଇ ସୋସିଆଲ ମିଡିଆରେ ଅନେକ କମେଣ୍ଟ ସାମ୍ନାକୁ ଆସୁଛି ଯାହାକୁ ନେଇ ବି ଚର୍ଚ୍ଚା ବଢିଛି।

Advertisment

(ବ୍ୟୁରୋ ରିପୋର୍ଟ, ଓଟିଭି)

Viral Video Marriage Wedding
Advertisment
Advertisment