Advertisment

ଉତୁରିଗଲା ପ୍ରେମ ନିଶା: କ୍ଲାସ୍‌ରୁମ୍‌ ଭିତରେ ଛାତ୍ରୀଙ୍କୁ ପ୍ରପୋଜ କରି ଚାପୁଡ଼ା ଖାଇଲେ ଯୁବକ...

ଯୁବତୀ ଜଣକ ପ୍ରପୋଜାଲକୁ ଗ୍ରହଣ କରିବା ବଦଳରେ ଯୁବକଙ୍କୁ ଚାପୁଡ଼ା ମାରିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।

ଅଦ୍ୟତନ ହୋଇଛି
Boy Proposes Girl Student Inside Classroom

Boy proposes girl student gets slapped on face video goes viral

Advertisment

ଜୀବନର ଏକ ମହାର୍ଘ ମୁହୂର୍ତ୍ତ ହେଉଛି ପ୍ରପୋଜ କରିବା। ଏହି ମୁହୂର୍ତ୍ତକୁ ସମସ୍ତେ ନିଆରା, ସ୍ମରଣୀୟ କରିବାକୁ ଚାହିଁଥାନ୍ତି। ଏହି ମୁହୂର୍ତ୍ତକୁ ସମସ୍ତେ ଏକଦମ୍‌ ରୋମାଣ୍ଟିକ୍‌ କରିବାକୁ ଚାହିଁଥାନ୍ତି। ହେଲେ ଜଣେ ଯୁବକଙ୍କ ସ୍ଥଳେ ଏହା କିନ୍ତୁ ଓଲଟା ସାବ୍ୟସ୍ତ ହୋଇଛି। ତାଙ୍କ ସହ ଏମିତି କିଛି ଘଟିଛି, ଫଳରେ ତାଙ୍କ ପ୍ରେମ ନିଶା ଉତୁରି ଯାଇଛି। ଯୁବତୀ ଜଣକ ତାଙ୍କ ପ୍ରପୋଜାଲକୁ ଗ୍ରହଣ କରିବା ବଦଳରେ ତାଙ୍କୁ ଚାପୁଡ଼ା ମାରିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ୍ ହୋଇଛି।

Advertisment

ଅଧିକ ପଢ଼ନ୍ତୁ: ଛାଡ଼ିଗଲା ବିବାହିତ ଯୁବକଙ୍କ ପ୍ରେମ ନିଶା : ପ୍ରେମିକା ସହ ଫେରାର ବେଳେ ନିର୍ଧୁମ ଛେଚା ଖାଇଲେ .

ଭାଇରାଲ୍‌ ଭିଡିଓ ରେ ଦେଖିବାକୁ ମିଳିଛି, ସ୍କୁଲ୍‌ ପୋଷାକରେ ଥିବା ଜଣେ ଯୁବକ ହାତରେ ଫୁଲ ଧରି ହସି ହସି କ୍ଲାସ୍‌ରୁମ୍‌ ଭିତରକୁ ପ୍ରବେଶ କରୁଛନ୍ତି। ଏହାପରେ ଅନ୍ୟ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଜଣେ ଛାତ୍ରୀଙ୍କୁ ପ୍ରପୋଜ କରିଥିଲେ। ହେଲେ ଛାତ୍ରୀ ଜଣକ ସେହି ମୁହୂର୍ତ୍ତରେ ହିଁ ତାଙ୍କ ପ୍ରପୋଜାଲ୍‌କୁ ପ୍ରତ୍ୟାଖାନ କରିବା ସହ ତାଙ୍କୁ ଗାଲକୁ ଚାପୁଡ଼ା ମାରିଥିଲେ। 

Advertisment

ପ୍ରକୃତରେ ଏହି ଘଟଣା ରିୟଲ ଥିଲା ନା କେବଳ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ଅପଲୋଡ କରିବା ପାଇଁ ଆକ୍ଟି କରୁଥିଲେ, ତାହା ଜଣାପଡ଼ିନି। ଇନ୍‌ଷ୍ଟାଗ୍ରାମରେ ଭିଡିଓଟି ଶେୟାର ହୋଇଛି। 

Advertisment
Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ