/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679280246.jpg)
Extra Marital Affairs
ବିବାହିତ ହୋଇ ପ୍ରେମ କରି ଛେଚା ଖାଇଲେ ଯୁବକ । ଦୁଇ ରାଜ୍ୟରେ ଭିନ୍ନ ଭିନ୍ନ ସ୍ତ୍ରୀ ରଖିବାର ସ୍ୱପ୍ନ ଯୁବକଙ୍କୁ ମହଙ୍ଗା ପଡ଼ିଲା । ସ୍ତ୍ରୀକୁ ଛାଡ଼ି ପ୍ରେମିକା ସହ ଫେରାର ହେଉଥିବା ଯୁବକଙ୍କୁ ଧରି ପକାଇଛନ୍ତି ପ୍ରେମିକାର ଘର ଲୋକ । ଝିଅର ଜୀବନ ସହ ଖେଳୁଥିବା ଜାଣିବା ପରେ ପ୍ରେମିକ ପ୍ରବରଙ୍କ ଉପରେ ବର୍ଷିଲା ବିଧା ଗୋଇଠା । ବିହାରର ଜମୁଇରେ ଏଭଳି ଏକ ଘଟିଛି ଘଟିଛି ।
ବିବାହିତ ଯୁବକ ଜଣକ ପ୍ରେମିକା ସହିତ ଭୋପାଳ ଅଭିମୁଖେ ବାହାରିଥିବା ସମୟରେ ପ୍ରେମିକାଙ୍କ ପରିବାର ଲୋକ ତାଙ୍କୁ ରେଳ ଷ୍ଟେସନରେ ଧରି ମାଡ଼ି ବସିଥିଲେ । ସେଠାରେ ତାଙ୍କୁ ଉତ୍ତମ ମଧ୍ୟମ ଦେବା ପରେ ଥାନାକୁ ନେଇଯାଇଥିଲେ । ଯୁବତୀଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ୍ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଛି ।
ଅଧିକ ପଢ଼ନ୍ତୁ: ପ୍ରେମିକ ସହ ଫେରାର ହୋଇଗଲା ପତ୍ନୀ, ବିନା ହିଂସାରେ ସାଂଘାତିକ ପ୍ରତିଶୋଧ ନେଲା ସ୍ୱାମୀ...
ସୂଚନା ଅନୁସାରେ ଝାଝା ଥାନା ଅନ୍ତର୍ଗତ ଅଞ୍ଚଳରେ ରୁହନ୍ତି ବିନୋଦ । ଦୁଇ ବର୍ଷ ତଳେ ତାଙ୍କର ବିବାହ ହୋଇଛି । ବିବାହିତ ହେବା ପରେ ମଧ୍ୟ ଗତ ବର୍ଷ ଠାରୁ ଜଣେ ଯୁବତୀଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ​ଉଭୟ ମୋବାଇଲ୍ ନମ୍ବର ଦିଆନିଆ କରି କଥା ହେବା ଆରମ୍ଭ କରିଥିଲେ । ଏହାରି ଭିତରେ ବିନୋଦ ଯୁବତୀଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି କହିଥିଲେ । ଏଥିପାଇଁ ଦୁହେଁ ରାଜ୍ୟ ଛାଡ଼ି ଭୋପାଳ ଫେରାର ହେବାକୁ ଯୋଜନା କରିଥିଲେ।
ବିନୋଦ ବିବାହିତ ବୋଲି ଜାଣିଥିଲେ ଯୁବତୀ
ତେବେ ବିନୋଦ ବିବାହିତ ବୋଲି ପ୍ରେମିକାକୁ ଜଣାଥିଲା । ସେ ବିନୋଦଙ୍କ ପ୍ରେମରେ ଏମିତି ଅନ୍ଧ ଥିଲେ ଯେ ତାଙ୍କ ସହ ଚାଲିଯିବାକୁ ଚାହୁଁଥିଲେ । ବିନୋଦ ଯୁବତୀଙ୍କୁ କହିଥିଲେ, ବିବାହ ପରେ କିଛି ବର୍ଷ ଭୋପାଳରେ ରହିବା । ସମସ୍ତେ ସବୁ କିଛି ଭୁଲି ଗଲା ପରେ ଜମୁଇ ଫେରିଆସିବା। ହେଲେ ଯୁବତୀଙ୍କ ପରିବାର ଲୋକ ଏକଥା ଜାଣିବା ପରେ ବିନୋଦଙ୍କୁ ମାଡ଼ ମାରି ପୋଲିସ୍ ଜିମା ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)