Advertisment

ଅପରାଜିତା ଫୁଲରୁ ବ୍ଲୁ-ରାଇସ୍, ଦେଖନ୍ତୁ ଏହାର ପ୍ରଣାଳୀ

ପ୍ରଥମେ ଅପରାଜିତା ଫୁଲକୁ ଭଲ ଭାବେ ଧୋଇବା ପରେ ଏହାକୁ ଗରମ ପାଣିରେ ଫୁଟା ଯାଉଛି, ଫୁଲ ପାଣିରେ ଫୁଟି ସାରିବା ପରେ ଏହାକୁ ପାଣିରୁ ଛାଣି ଦିଆଯାଉଛି ଏବଂ ସେହି ପାଣିରେ ପୂର୍ବରୁ ଭିଜା ଯାଇଥିବା ଚାଉଳ ପକାଯାଉଛି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Blue Rice Viral Video

Viral Blue Rice

ଆଜି କାଲି ସୋସିଆଲ ମିଡିଆର ଯୁଗ । ଯଦି ଆପଣଙ୍କ ପାଖରେ ଭଲ ପ୍ରତିଭା ଅଛି ତେବେ ଆପଣ ଦିନେ ନା ଦିନେ ନିଶ୍ଚୟ ପ୍ରସ୍ଫୁଟିତ ହେବେ । ଆଗରୁ ଓଡ଼ିଆରେ ଯେଉଁ କଥା ଥିଲା, ବଣ ମଲି ବଣରେ ମରିଯାଏ, ସେହି କଥା ଏବେ ଧିରେ ଧିରେ ଲିଭିବାକୁ ବସିଲାଣି । କାରଣ ଆପଣଙ୍କ ପ୍ରତିଭାକୁ ଆଖାପାଖର ଲୋକେ କେହି ନଚିହ୍ନିଲେ ବି ସୋସିଆଲ ମିଡିଆ ନିଶ୍ଚୟ ଚିହ୍ନିବ । ଦିନେ ନା ଦିନେ ଲୋକେ ଆପଣଙ୍କୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ଆଉ ଆପଣଙ୍କ ଟ୍ୟାଲେଣ୍ଟକୁ ସ୍ୱାଗତ କରିବେ । ତେଣୁ ଆପଣଙ୍କ ପାଖରେ ଯେଉଁ ପ୍ରତିଭା ରହିଛି ତାକୁ ସୋସିଆଲ ମିଡିଆରେ ପ୍ରକାଶ କରନ୍ତୁ ଆଉ ଏହାର ଫଳକୁ ଅପେକ୍ଷା କରନ୍ତୁ । ଅନ୍ୟପଟେ ସୋସିଆଲ ମିଡିଆରେ ଅନେକ କିଛି ଦେଖିବାକୁ ଓ ଶିଖିବାକୁ ମଧ୍ୟ ମିଳିଥାଏ । 

Advertisment

ତେବେ ଆଜି ଆମେ ଆପଣଙ୍କୁ ସେମିତି ଏକ ଘଟଣା ବିଷୟରେ କହିବୁ । ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଆଉ ଶିଖିବାକୁ ମଧ୍ୟ ଇଚ୍ଛା କରିବେ । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଖାଇବା ଭିଡିଓର ଚାହିଦା ଅନେକ ରହିଛି । ଅଧିକାଂଶ ସମୟରେ ଖାଦ୍ୟ ପ୍ରସ୍ତୁତିର ଭିଡିଓ ବେଶ୍ ଭାଇରାଲ୍ ହେଉଛି। ଏସବୁ ମଧ୍ୟରେ ନୀଳ ରଙ୍ଗର ଘିଅ ଭାତ ପ୍ରସ୍ତୁତ ପ୍ରଣାଳୀ ୟୁଜର୍ସ ଦୃଷ୍ଟି ଆକର୍ଷଣ କରୁଛି।

ଏହା ପଛର ମୁଖ୍ୟ କାରଣ ହେଉଛି, ପ୍ରସ୍ତୁତ ହୋଇଥିବା ନୀଳ ରଙ୍ଗର ଘିଅ ଭାତ ଅପରାଜିତା ଫୁଲକୁ ବ୍ୟବହାର କରି କରାଯାଇଛି। କୁକିଂ ଗାମା ନାମକ ଇନଷ୍ଟାଗ୍ରାମ ଆଇଡିରେ ଏହି ଭିଡିଓ ଅପଲୋଡ୍ କରାଯାଇଛି। 

Advertisment

ଭିଡିଓ ଅନୁସାରେ, ପ୍ରଥମେ ଅପରାଜିତା ଫୁଲକୁ ଭଲ ଭାବେ ଧୋଇବା ପରେ ଏହାକୁ ଗରମ ପାଣିରେ ଫୁଟା ଯାଉଛି, ଫୁଲ ପାଣିରେ ଫୁଟି ସାରିବା ପରେ ଏହାକୁ ପାଣିରୁ ଛାଣି ଦିଆଯାଉଛି ଏବଂ ସେହି ପାଣିରେ ପୂର୍ବରୁ ଭିଜା ଯାଇଥିବା ଚାଉଳ ପକାଯାଉଛି। ନୀଳ ପାଣି ସହ ଚାଉଳ ଭଲ ଭାବେ ପ୍ରସ୍ତୁତ ହୋଇଯିବା ପରେ ଏଥିରେ ଘିଅ ଏବଂ ବିଭିନ୍ନ ପ୍ରକାର ଡ୍ରାଏ ଫ୍ରୁଟ୍ସ ପକାଯାଉଛି। ଏହି ନୀଳ ରଙ୍ଗର ଭାତ ସହ ଡ୍ରାଏ ଫ୍ରୁଟ୍ସ ବେଶ୍ ଆକର୍ଷଣୀୟ ଦେଖାଯାଉଛି।

ଇନଷ୍ଟାରେ ପୋଷ୍ଟ ହୋଇଥିବା ଭିଡିଓକୁ ଅନେକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଏହି ଭିଡିଓକୁ ଅଢେଇ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। କିନ୍ତୁ ଏହି ରେସିପିକୁ ମିଶ୍ରିତ ପ୍ରତିକ୍ରିୟା ମିଳିଛି। କେହି କେହି ଅପରାଜିତା ଫୁଲରେ ପ୍ରସ୍ତୁତ ହୋଇଥିବାରୁ ନାପସନ୍ଦ କରିଥିବା ବେଳେ ଅନ୍ୟ କେହି ପସନ୍ଦ କରିଛନ୍ତି। 

Video Viral Food Preparation
Advertisment
Advertisment