• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ସାପକୁ ସମସ୍ତେ ଭୟ କରନ୍ତି। ଆଉ ବିଷାକ୍ତ ସାପ ହେଲେ ତ କଥା ସରିଲା। ତେବେ ସାପ କାମୁଡିବା ପରେ ଲୋକ ପ୍ରାୟତଃ ଭୟଭୀତ ହୋଇଯାଆନ୍ତି। କିଛି ଲୋକ ତ ହାର୍ଟ ଆଟାକ୍‌ରେ ପ୍ରାଣ ହରାନ୍ତି। ମାତ୍ର ବିହାରର ଜଣେ ବ୍ୟକ୍ତି ଏମିତି କାଣ୍ଡ କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବ୍ୟକ୍ତିଜଣକ ଏମିତି କାମ କରିଛନ୍ତି, ଯାହା ଦେଖିଲେ ଆପଣ ମଧ୍ୟ ଭୟ କରିବେ । ସାପ ଚୋଟ ମାରିଲା ବୋଲି ସାପକୁ ବେକରେ ଗୁଡାଇ ହସପିଟାଲରେ ପହଞ୍ଚିଗଲେ । ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।

ବିହାର ୪୮ ବର୍ଷୀୟ ପ୍ରକାଶ ମଣ୍ଡଲ ବାରାରୀ ଘାଟକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ଏକ ଚନ୍ଦନ ବୋଡା ତାଙ୍କ ବାମ ହାତକୁ କାମୁଡି ଦେଇଥିଲା । ପ୍ରକାଶ ହାତକୁ ଏକ ରଶିରେ ବାନ୍ଧି ସାପକୁ ମୁଣ୍ଡରୁ ଜାବୁଡି ଧରିବା ସହ ବେକରେ ପକାଇ ହସ୍ପିଟାଲରେ ପହଞ୍ଚିଥିଲେ । ଲୁଙ୍ଗି ଓ ଗଞ୍ଜି ପିନ୍ଧିଥିବା ବ୍ୟକ୍ତିଙ୍କ ବେକରେ ସାପକୁ ଦେଖି ଡାକ୍ତରଖାନାରେ ରୋଗୀଙ୍କଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟକର୍ମୀ ସବୁ ଡରିଯାଇଥିଲେ। କିଛି ସମୟ ପରେ ହସ୍ପିଟାଲ ଚଟାଣରେ ନିଜେ ଶୋଇବା ସହ ସାପ ମୁଣ୍ଡକୁ ଜୋରରେ ଚାପି ଧରିଥିଲେ ।

ଡାକ୍ତରଖାନାରେ ଏହା ଦଖେି ସମସ୍ତେ ଭୟଭୀତ ହୋଇ ପଡ଼ିବାରୁ ସାପଟିକୁ ଛାଡିଦେବାକୁ କହିଥିଲେ ଡାକ୍ତର । ମାତ୍ର ସେ ଅରାଜି ହେବାରୁ ସାପକୁ ଏକ ମୁଣିରେ ରଖାଯାଇଥିଲା । ପରେ ଡାକ୍ତର ପ୍ରକାଶଙ୍କୁ ସାପ କାମୁଡା ଇଞ୍ଜେକ୍ସନ ଦେଇଥିଲେ । ସାପକୁ ଛାଡ଼ିବା ପରେ ଡାକ୍ତର ତାଙ୍କ ଚିକିତ୍ସା ଆରମ୍ଭ କରିଥିଲେ । କିଛି ଲୋକ ଏହି ସମୟର ଦୃଶ୍ୟକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି, ଯାହା ଖୁବ୍ ଭାଇରାଲ୍ ହେଉଛି।

OTV is now on Whatsapp

Join and get latest news update delivered to you via whatsapp

Join Now