• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଯେଉଁମାନେ ସହରରେ ବସବାସ କରନ୍ତି । ସେମାନେ ସାଧାରଣତଃ ବାହାରକୁ ଗଲା ବେଳେ କ୍ୟାବ୍‌ ବୁକ୍‌ କରନ୍ତି । ନଚେତ ନିଜ ନିଜ ଗାଡ଼ିରେ ଯାଆନ୍ତି । ମୋବାଇଲ ଆପ୍ଲିକେସନ୍‌ ମାଧ୍ୟମରେ ଲୋକ ମାନେ କୁଆଡ଼େ ଯିବେ କେତେବେଳେ ଯିବେ ସେନେଇ ତଥ୍ୟ ଦେବା ପରେ ଗାଡ଼ି ଆସି ତାଙ୍କ ପାଖରେ ପହଞ୍ଚିଯାଏ । ବର୍ତ୍ତମାନ ସମୟରେ କ୍ୟାବ୍‌ ବୁକ୍‌ କରିବା ଏକ ସାଧାରଣ ଆଉ ସହଜ କଥା  । କ୍ୟାବ୍‌ ବୁକ୍‌ କରିବାର ମାତ୍ର କେଇ ମିନିଟ୍‌ ମଧ୍ୟରେ ଗାଡ଼ି ପାଖରେ ପହଞ୍ଚିଯାଉଛି । 

ତେବେ ଏହାରି ଭିତରେ ବି ଅଧିକାଂଶ ସମୟରେ ଏକ ଟ୍ୱିଷ୍ଟ ଦେଖା ଯାଇଥାଏ । କ୍ୟାବ୍‌ ବୁକ୍‌ କରୁଥିବା ପ୍ରାୟ ସମସ୍ତେ ସେହି ସମସ୍ୟାର ସମ୍ମୁଖିନ ହୋଇଥାନ୍ତି । ଆଉ ତାହା ହେଲା ଶେଷ ମୁହୁର୍ତ୍ତରେ ରାଇଡ୍‌ କ୍ୟାନ୍‌ସଲ । ଗାଡ଼ିକୁ ଅପେକ୍ଷା କରି କରି ଶେଷରେ ନିରାଶ ହେବାକୁ ପଡ଼ିଥାଏ । ଗାଡ଼ି ଆସିବାକୁ ମନା କରେ କିମ୍ବା ଅଧିକ ବିଳମ୍ବ କରିଥାଏ । ଆଉ ଗାଡ଼ି କ୍ୟାନ୍‌ସଲଠାରୁ ଅଧିକ କଷ୍ଟ ଦେଇଥାଏ ଗାଡ଼ି ବିଳମ୍ବରେ ପହଞ୍ଚିବା ।

ତେବେ ଏହି ସବୁ ସମସ୍ୟା ଦେଖାଦେଇଥାଏ ବିଶେଷ କରି ନିର୍ଜନ ଅଞ୍ଚଳରେ । ଯେଉଁ ଜନବସତିରେ ଲୋକ ସଂଖ୍ୟା କମ୍‌ ଥାନ୍ତି କିମ୍ବା ରାସ୍ତା ଖରାପ ଥାଏ, କମ୍ୟୁନିକେସନ୍‌ ଭଲ ନଥାଏ । ସେହି ଅଞ୍ଚଳ ପାଇଁ କ୍ୟାବ୍‌ ବୁକ୍‌ କରିବା ଅତ୍ୟନ୍ତ କଷ୍ଟ ହୋଇଥାଏ । ଅନେକ ଥର ଡ୍ରାଇଭର ରାଇଡ୍‌ ଆକ୍ସେପ୍ଟ କରିବା ପରେ ବି କ୍ୟାନ୍‌ସଲ କରିଥାନ୍ତି । କାରଣ ସେମାନଙ୍କୁ ସେହି ସବୁ ଅଞ୍ଚଳରୁ ପୁଣି ଥରେ ରାଇଡ୍‌ ମିଳିନଥାଏ ବା ଯାତ୍ରୀ ମିଳିନଥାନ୍ତି ।

 

ତେବେ ସେମିତି ଏକ ଘଟଣା ଏବେ ଆମ ସାମ୍ନାକୁ ଆସିଛି । ଜଣେ ଯାତ୍ରୀ ଗାଡ଼ି ବୁକ୍‌ କରିଥିଲେ ଆଉ ତାଙ୍କ ରାଇଡ୍‌ ଶେଷ ମୁହୁର୍ତ୍ତରେ କ୍ୟାନ୍‌ସଲ ହେଲା । ତେବେ ରାଇଡ୍‌ କ୍ୟାନ୍‌ସଲ ହେବା ବଡ଼ କଥା ନୁହେଁ । କିନ୍ତୁ ଯେଉଁ କାରଣ ପାଇଁ ଏହି ରାଇଡ୍‌ କ୍ୟାନ୍‌ସଲ ହେଲା ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କ୍ୟାବ୍‌ ବୁକ୍‌ କରିଥିବା ଯାତ୍ରୀ ଜଣକ ସୋସିଆଲ ମିଡିଆରେ ଏହାର କାରଣ ଜଣାଇଛନ୍ତି । ଆଉ ଡ୍ରାଇଭର ସହ କରିଥିବା ଚାଟିଂର ସ୍କ୍ରିନ୍‌ ସଟ୍‌ ମଧ୍ୟ ଦେଇଛନ୍ତି । ଯାହା ଏବେ ଭାଇରାଲ ହେଉଛି ।

ତେବେ କ୍ୟାବ୍‌ ବୁକ୍‌ ହେବାର କିଛି ସମୟ ପରେ, ଡ୍ରାଇଭର ଜଣକ ଯାତ୍ରୀଙ୍କୁ ମେସେଜ୍‌ କରୁଛନ୍ତି ଦୟାକରୀ ରାଇଡ୍‌ କ୍ୟାନ୍‌ସଲ କରିଦିଅନ୍ତୁ । କାରଣ ମୁଁ ଏବେ ଶୋଇଛି । ଆଉ ଏହି ମେସେଜ୍ ପାଇବା ପରେ ଯାତ୍ରୀ ଜଣକ ତାଙ୍କୁ ଓକେ ଲେଖୁଛନ୍ତି । ନିଦ ଲାଗୁଥିବାରୁ ଡ୍ରାଇଭର ଜଣକ ରାଇଡ୍‌ କ୍ୟାନ୍‌ସଲ କରିବା କଥା ସହଜରେ ଲୋକଙ୍କର ହଜମ ହେଲା ନାହିଁ । ଏହି କାରଣ ଯିଏ ବି ଶୁଣୁଛି ସିଏ ହସୁଛି । ଏହି ଘଟଣା ଘଟିଛି ବେଙ୍ଗାଲୁରୁ ସହରରେ । ଆସି ନାମ ଜଣେ ଯାତ୍ରୀଙ୍କ କ୍ଷେତ୍ରରେ ଏଭଳି ଘଟଣା ଘଟିଛି ।