Advertisment

India-Pakistan Social Media Conflict: ପାକିସ୍ତାନୀ ସୋସିଆଲ ମିଡିଆ ୟୁଜରଙ୍କୁ ଆଇପିଏସ ଅରୁଣ ବୋଥ୍ରାଙ୍କ ମଜାଳିଆ ଜବାବ

ପାକିସ୍ତାନ ନୌସେନା ଭାରତରେ ବିଭିନ୍ନ ବନ୍ଦରକୁ ଧ୍ୱଂସ କରି ଦେଇଥିବା ପାକିସ୍ତାନର ବିଭିନ୍ନ ସୋସିଆଲ ମିଡିଆ ୟୁଜର୍ସ ମିଥ୍ୟା ପ୍ରଚାର କରୁଛନ୍ତି । ଏହି ଦାବି ଭିତରେ ଥିଲା ବେଙ୍ଗାଲୁରୁ ବନ୍ଦର । ଏହାକୁ ଏମିତି କଟାକ୍ଷ କରି ସୋସିଆଲ୍ ମିଡିଆରେ ଧୋଇଦେଲେ ବରିଷ୍ଠ ଆଇପିଏସ୍ ଅଫିସର୍ ଅରୁଣ ବୋଥ୍ରା ।

ଅଦ୍ୟତନ ହୋଇଛି
Arun Bothra

Arun Bothra

Advertisment

ଭାରତ- ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନରେ ପାକିସ୍ତାନକୁ ବହୁ କ୍ଷତି ସହିବାକୁ ପଡିଛି । ପାକିସ୍ତାନର ବହୁ ଲଞ୍ଚ ପ୍ୟାଡ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି । ପାକିସ୍ତାନର ବହୁ ମାତ୍ରାରେ ମିସାଇଲ ଓ ଡ୍ରୋନ ଭାରତ ଖସାଇ ଦେଇଛି ।  ସେହିପରି ନୌସେନା ପକ୍ଷରୁ ପାକିସ୍ତାନର ପୋର୍ଟ ଉପରେ ସମ୍ପୂର୍ଣ୍ଣ ନଜର ରଖାଯାଇଥିଲା । ପାକିସ୍ତାନକୁ ଜଳ ସୀମା, ବାୟୁ ସୀମା ଓ ସ୍ଥଳ ସୀମା ପଟୁ ଘେରିଥିଲା ଭାରତ । ହେଲେ ପାକିସ୍ତାନର ସେନା ଭାରତର କିଛି ବି କ୍ଷୟକ୍ଷତି କରି ପାରିନଥିଲା । ଏପରିକି ଜଳସୀମାକୁ ଛୁଇଁ ପାରିନଥିଲା ପାକିସ୍ତାନର ନୌସେନା । ତେବେ ପାକିସ୍ତାନର କିଛି ସୋସିଆଲ ମିଡିଆ ୟୁଜର୍ସ ଭାରତର କିଛି ବନ୍ଦରକୁ ଧ୍ୱଂସ କରିଥିଲା ବୋଲି ପୋଷ୍ଟ କରିଥିଲେ । ଯାହାର ଜବାବ ଭାରତୀୟ ମାନେ ମଧ୍ୟ ମଜାଳିଆ ଢଙ୍ଗରେ ଦେବାର ନଜର ଆସିଛି ।

Advertisment

ଗତ କାଲି ପାକିସ୍ତାନର ଜଣେ ସୋସିଆଲ ମିଡିଆ ୟୁଜର ଏକ୍ସରେ ଫୱାଦ ୟୁଆର ରେହମାନ ନାମକ ଜଣେ ବ୍ୟକ୍ତି ତାଙ୍କ ଆକାଉଣ୍ଟରେ ବାଙ୍ଗାଲୋର ପୋର୍ଟକୁ ପାକିସ୍ତାନ ନୌସେନା ଧ୍ୱଂସ କରିଦେଇଥିବା ପୋଷ୍ଟ କରିଥିଲେ । ଯାହାର ଜବାବ ଖୁବ ମଜାଳିଆ ଢଙ୍ଗରେ ଦେଇଥିଲେ ଓଡିଆ ଆଇପିଏସ ଅଫିସର ଅରୁଣ ବୋଥ୍ରା । 

ଅଧିକ ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ଲୋକେ; ଆହୁରି ବଢିବ ତାତି!

ଅରୁଣ ବୋଥ୍ରା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ‘‘ବେଙ୍ଗାଲୁରୁରେ କେବଳ ୟୁଏସବି ପୋର୍ଟ ରହିଛି ।’’ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ସମୁଦ୍ରକୂଳଠାରୁ ୩୦୦ କିଲୋମିଟର ଦୂରରେ ଅବସ୍ଥିତ । ସେଠାରେ ପୋର୍ଟ ଆସିବ କୁଆଡୁ ? ଏହା ଅସମ୍ଭବ । ତେଣୁ ପାକିସ୍ତାନ ସୋସିଆଲ ମିଡିଆ ୟୁଜର୍ସମାନଙ୍କ ଏଭଳି ମନ୍ତବ୍ୟ ହାସ୍ୟାସ୍ପଦ । ଏହା ଯେ ମିଛ, ଏହା ପ୍ରମାଣିତ ହୋଇଯାଇଛି ।  

Advertisment

ସେହିଭଳି ଅନ୍ୟ ଜଣେ ପାକିସ୍ତାନୀ ସୋସିଆଲ ମିଡିଆ ୟୁଜର ପାଟନା ପୋର୍ଟକୁ ପାକିସ୍ତାନ ସେନା ଧ୍ୱଂସ କରିଥିବା ପୋଷ୍ଟ ଭାରତରେ ଆହୁରି ଭାଇରାଲ ହେବାରେ ଲାଗିଛି । ଏହି ପୋଷ୍ଟରେ ପ୍ରତିକ୍ରିୟା ରଖି ଆଇଏଏସ ଅୱନିଶ୍ ଶରଣ କହିଛନ୍ତି, ‘‘ପାଟନା ସହ ବିହାର ମଧ୍ୟ ସମୁଦ୍ରକୂଳ ଠାରୁ ବହୁ ଦୂରରେ ଅଛି ।’’

ବିନା କୌଣସି ସଠିକ୍ ସୂଚନାରେ ପାକିସ୍ତାନର ସୋସିଆଲ ମିଡିଆ ୟୁଜର୍ସ ଭାରତ ବିଷୟରେ ଏପରି ଅପପ୍ରଚାର କରିବା ଏକ ସମ୍ୱେଦନଶୀଳ ବିଷୟ ହୋଇଛି । ଯଦିଓ ଭାରତର ଅଫିସର୍ସ ଓ ସୋସିଆଲ ମିଡିଆ ୟୁଜର୍ସମାନେ ମଜାଳିଆ ଢଙ୍ଗରେ ଏହାର ସଠିକ୍ ଜବାବ ଦେଉଛନ୍ତି । ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟ୍ ଏପରି ଅପପ୍ରଚାରରୁ ଦୂରେଇ ରହି କୌଣସି ବିଭ୍ରାନ୍ତିକର ଖବରକୁ ବିଶ୍ୱାସ ନକରିବା ପାଇଁ ନାଗରିକମାନଙ୍କୁ ଅନୁରୋଧ କରିଛି । 

Advertisment

ଅଧିକ ପଢ଼ନ୍ତୁ: ଆଜିଠୁ ପାରଦ ଉପରମୁହାଁ; ବଢ଼ିବ ତାତି

Social Media India Pakistan War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ