• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କି ଅଜବ ରେଷ୍ଟୁରାଣ୍ଟ । ଯିଏ ଅଧିକ ଖାଇବା ତାକୁ ମଗଣା ! କଥାଟା ଅଡ଼ୁଆ ଲାଗୁଥିଲେ ବି ସତ । ଆପଣଙ୍କର ବିଶ୍ୱାସ ହେଉନଥିବ । ରେଷ୍ଟୁରାଣ୍ଟରେ ଖାଇଲେ ସାଧାରଣତଃ ଅଧିକ ଟଙ୍କାର ବିଲ ଦେବାକୁ ପଡ଼ିଥାଏ । ସାଧାରଣ ହୋଟେଲ ଅପେକ୍ଷା ରେଷ୍ଟୁରାଣ୍ଟରେ ଖାଇବା ଦର ଟିକେ ଅଧିକ । ତେବେ ଆପଣ ଭାବୁଛନ୍ତି ଯଦି ରେଷ୍ଟୁରାଣ୍ଟରେ ଅଧିକ ରେଟ୍ ତାହାଲେ, ମାଗଣା କେମିତି । ଏହା ଏମିତି କି ପ୍ରକାର ରଷ୍ଟୁରାଣ୍ଟ ଯେ, ଲୋକଙ୍କୁ ମାଗଣା ଖାଇବାକୁ ଦିଆଯାଉଛି ।

 

ତେବେ ପୁରା କାହାଣୀଟି ହେଲା, ଆମେରିକାର ଲାସ ଭେଗାସ୍‌ରେ ଏକ ରେଷ୍ଟୁରାଣ୍ଟ ରହିଛି । ଯାହାକି ଦେଖିବାକୁ ଅବିକଳ ଏକ ହସ୍ପିଟାଲ ଭଳି । ଏହାର ନାଁ ମଧ୍ୟ ଏକ ହସ୍ପିଟାଲ ଭଳି ରଖାଯାଇଛି । ଅର୍ଥାତ୍ ଏହି ରେଷ୍ଟୁରାଣ୍ଟକୁ ହସ୍ପିଟାଲ ଥିମ୍‌ରେ ପ୍ରସ୍ତୁତ କରଯାଇଛି । ଏଥିରେ ଗ୍ରାହକମାନେ ରୋଗୀ ବେଶରେ ଯାଉଥିବା ବେଳେ ୱେଟରମାନେ ଡାକ୍ତର ରୂପ ଧାରଣ କରିଥିବା ବେଳେ ମହିଳା ୱେଟରମାନେ ନର୍ସ ରୂପ ଧାରଣ କରିଥାନ୍ତି । ଗ୍ରାହକମାନେ ରେଷ୍ଟୁରାଣ୍ଟ ଭିତରକୁ ପ୍ରବେଶ କରିବା ମାତ୍ରେ ସେମାନଙ୍କୁ ରୋଗୀଙ୍କ ଭଳି ଏକ ଗାଉନ ପିନ୍ଧିବାକୁ ଦିଆଯାଇଥାଏ । ଏମିତିକି ରେଷ୍ଟୁରାଣ୍ଟର ଇଣ୍ଟେରିୟର ମଧ୍ୟ ଅବିକଳ ହସପିଟାଲ ଭଳି ରହିଛି । ଏହି ରେଷ୍ଟୁରାଣ୍ଟର ନାଁ ହେଲା, ହାର୍ଟ ଆଟାକ୍‌ ଗ୍ରିଲ୍ ।

ଏହା ତ ଥିଲା ରେଷ୍ଟୁରାଣ୍ଟର ମୂଳ ଥିମ୍‌ । କିନ୍ତୁ ଏହା ପଛରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ବି ରହିଛି । ଯେଉଁଥିପାଇଁ ଏହି ରେଷ୍ଟୁରାଣ୍ଟ ଅଧିକ ଚର୍ଚ୍ଚା ସାଉଁଟିଛି । ସୋସିଆଲ ମିଡିଆରେ ଏହାକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଥିବା ବେଳେ ଅନେକ ଏହାକୁ ସମାଲୋଚନା ବି କରିଛନ୍ତି । ଏବେ ଆପଣ ଭାବୁଥିବା ଗୁରୁତ୍ୱପୂର୍ଣ୍ଣ କଥାଟି କ’ଣ ଆଉ ଏହାକୁ କାହିଁକି ଲୋକେ ସମାଲୋଚନା କରୁଛନ୍ତି ।

 

ଏହି ରେଷ୍ଟୁରାଣ୍ଟର ଆଉ ଏକ ବିଶେଷତ୍ୱ ହେଲା, ଏହା ୧୫୮ କେଜିରୁ ଅଧିକ ଓଜନର ଲୋକ ବା ମୋଟା ଲୋକଙ୍କୁ ମାଗଣା ଖାଇବାକୁ ଦେଇଥାଏ । ଏହି ଘୋଷଣା ପରେ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କ ଭିଡ଼ ଜମେ । ବିଶେଷ କରି ମୋଟା ଲୋକମାନେ ଏଠାକୁ ଖାଇବାକୁ ଆସିଥାନ୍ତି । ସାଧାରଣତଃ ମୋଟା ଲୋକ ଟିକେ ଅଧିକ ଖାଇଥାନ୍ତି ବୋଲି ଅନେକଙ୍କ ଧାରଣା । କିନ୍ତୁ ଏଠାରେ ସେହି ମୋଟା ଲୋକଙ୍କ ପାଇଁ ମାଗଣା ଖାଇବାର ବ୍ୟବସ୍ଥା ରହିଛି ।

ଆଉ ଏହି କାରଣରୁ ଏହି ରେଷ୍ଟୁରାଣ୍ଟକୁ ଏବେ ସମାଲୋଚନା କରାଯାଉଛି । କାରଣ ଏଠାରେ ଅସ୍ୱାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତ କରଯାଇଥାଏ । ଆଉ ଗ୍ରାହକଙ୍କୁ ପରସା ଯାଇଥାଏ । ଯେଉଁ ସବୁ ଜଙ୍କ ଫୁଡ୍ ନଖାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି ଏଠାରେ ସେହି ସବୁ ଖାଦ୍ୟକୁ ଖାଇବା ପାଇଁ ପ୍ରୋତ୍ସାହିତ କରାଯାଉଛି । ଏମିତିକି ମାଗଣା ମିଳୁଥିବାରୁ ଲୋକେ ଅଧିକ ଏହାକୁ ଖାଇବାକୁ ପସନ୍ଦ କରୁଛନ୍ତି ।

ସର୍ଟ ଭିଡିଓ ମେକିଂ ଆପ୍ ଟିକ୍‌ଟକ୍‌ରେ ଏହି ରେଷ୍ଟୁରାଣ୍ଟର ଭିଡିଓ ଖୁବ୍ ଭାଇରାଲ ହୋଇଛି ।