/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711880347.jpg)
water gushes out
ପ୍ରକୃତିର ଅଦ୍ଭୁତ କରିସ୍ମା । ପୃଥିବୀରେ ପ୍ରକୃତିର ଅନେକ ଚମତ୍କାରିତା ଦେଖିବାକୁ ମିଳିଥାଏ । ମଣିଷମାନଙ୍କ ପାଇଁ ପୃଥିବୀରେ ଥିବା ସମସ୍ତ ଜିନିଷ ବୁଝିବା ଟିକେ କଷ୍ଟକର । ସାଧାରଣତଃ ଆପଣ ଗଛରୁ ଅକ୍ସିଜେନ୍ ପାଉଥିବା ଖବର ତ ଶୁଣିଥିବେ । କିନ୍ତୁ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଗଛରୁ ପାଣି ବାହାରୁଛି ।
ଗଛକୁ କାଟିବା ମାତ୍ରେ ସେଥିରୁ ଜୋରରେ ବାହାରୁଛି ପାଣି । ଏହି ଗଛର ଭିଡିଓ ସୋସିଆଲ ମିଡିଆର ଭାଇରାଲ ହେବାରେ ଲାଗିଛି । ଲୋକମାନେ ଗଛକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ ଏହି ଗଛର ନାମ ଟରମିନାଲିଆ ଟୋମେଣ୍ଟୋସା । ଗଛର ଛାଲ କୁମ୍ଭୀର ଚମଡା ଭଳି ଦେଖାଯାଉଥିବାରୁ ଏହାକୁ କୁମ୍ଭୀର ପିଠି ଭଳି ଗଛ ମଧ୍ୟ କୁହାଯାଏ । ସୋସିଆଲ ମିଡିଆରେ ଏହି ଗଛର ଭିଡିଓକୁ ନିଜ ‘ଏକ୍ସ’ ଆକାଉଣ୍ଟରେ ଆଇଏଫ୍ଏସ୍ ନରେନଥେରନ୍ ସେୟାର କରିଛନ୍ତି । କ୍ୟାପସନ୍ରେ ଲେଖିଛନ୍ତି, ‘ପ୍ରଚଣ୍ତ ଖରାରେ ଟର୍ମିନାଲ୍ ଟୋମେଣ୍ଟୋସା ଗଛ ପାଣି ସଂରକ୍ଷଣ କରେ । ଏହି ଗଛର ପାଣି ପ୍ରବଳ ଗନ୍ଧ ହୁଏ ଓ ସ୍ୱାଦ ଖଟା ରହିଥାଏ ।’
During parched summers the Indian Laurel tree Terminalia tomentosa stores water. The water has strong smell and tastes sour.
Amazing Adaptation in Indian Forests.
Knowledge courtesy : Konda Reddy Tribes of AP. pic.twitter.com/szLY75UTjK— IFS Narentheran (@NarentheranGG) March 30, 2024
ଭିଡିଓରେ ବନ ବିଭାଗର ଅଧିକାରୀ ଗଛକୁ ଟିକେ କାଟିବା କ୍ଷଣି ସେଥିରୁ ପାଣି ଧାର ଧାର ହୋଇ ବାହାରୁଛି । ଏହି ଗଛ ଦକ୍ଷିଣ ଭାରତରେ ଦେଖାଯାଏ। ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଜଙ୍ଗଲରେ ଏହି ଗଛ ବହୁଳ ପରିମାଣରେ ଦେଖାଯାଏ । ଗଛରୁ ପାଣି କାହିଁକି ବାହାରୁଛି ତାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଏହି ଗଛକୁ ଥରେ କାଟିଲେ ୧ ଲିଟର ପର୍ଯ୍ୟନ୍ତ ପାଣି ବାହାରେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)