Advertisment

Viral Video: ଲୋମ ଟାଙ୍କୁରା ଦୃଶ୍ୟ; କେତେବେଳେ ବି ଜୀବନ ଚାଲି ଯିବାର ଭୟ ରହିଛି, ତଥାପି...

ରାସ୍ତା ମଝିରେ ଏକ ବଡ଼ ଟ୍ରକ୍‌ ମଧ୍ୟ ଛିଡ଼ା ହୋଇଛି। ହେଲେ ଏହା ସାଇଡ୍‌ରେ ଯିବା ପାଇଁ ଟ୍ରକ୍‌ ଡ୍ରାଇଭର ଜଣକ ଶତ ଚେଷ୍ଟା କରୁଛନ୍ତି। ଆଉ ସାହସ ବାନ୍ଧି ଡ୍ରାଇଭର ଜଣକ କାଠ ବୋଝେଇ ଟ୍ରକ୍‌କୁ ସଂକୀର୍ଣ୍ଣ ରାସ୍ତାରେ ନେଇ ଏହାକୁ ଅତିକ୍ରମ କରିବାରେ ସଫଳ ମଧ୍ୟ ହୋଇଛନ୍ତି।

ଅଦ୍ୟତନ ହୋଇଛି
Viral Video

anand mahindra shares hair raising video of a truck going off

Advertisment

ବିପଦପୂର୍ଣ୍ଣ ରାସ୍ତାରେ ଭୟଙ୍କର ଯାତ୍ରା। କେତେବେଳେ ବି ଜୀବନ ଚାଲି ଯିବାର ଭୟ ରହିଛି। ରାସ୍ତା ମଝିରେ ଏକ ବଡ଼ ଟ୍ରକ୍‌ ମଧ୍ୟ ଛିଡ଼ା ହୋଇଛି। ହେଲେ ଏହା ସାଇଡ୍‌ରେ ଯିବା ପାଇଁ ଟ୍ରକ୍‌ ଡ୍ରାଇଭର ଜଣକ ଶତ ଚେଷ୍ଟା କରୁଛନ୍ତି। ଆଉ ସାହସ ବାନ୍ଧି ଡ୍ରାଇଭର ଜଣକ କାଠ ବୋଝେଇ ଟ୍ରକ୍‌କୁ ସଂକୀର୍ଣ୍ଣ ରାସ୍ତାରେ ନେଇ ଏହାକୁ ଅତିକ୍ରମ କରିବାରେ ସଫଳ ମଧ୍ୟ ହୋଇଛନ୍ତି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

Advertisment

ଅଧିକ ପଢ଼ନ୍ତୁ: ସୋସିଆଲ ମିଡିଆରେ ଭାଇରାଲ ଭିଡିଓକୁ ଭାଇରାଲ କରି ଜୀବନ ଦର୍ଶନ ଦେଲେ ଆନନ୍ଦ ମହିନ୍ଦ୍ରା..

ବିଜ୍‌ନେସ୍‌ ଟାଇକୁନ୍‌ ଆନନ୍ଦ ମହିନ୍ଦ୍ରା (Anand Mahindra) ସୋସିଆଲ୍‌ ମିଡିଆରେ ବେଶ୍‌ ଆକ୍ଟିଭ। ଟ୍ୱିଟରରେ ସେ ଯାନବାହାନର ବହୁ ଆଶ୍ଚର୍ଯ୍ୟଜନକ ଭିଡିଓ ଶେୟାର କରିଥାନ୍ତି। ହେଲେ ଏଥର ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରାର ଅଧ୍ୟକ୍ଷ ସଂକୀର୍ଣ୍ଣ ରାସ୍ତାରେ ଯାଉଥିବା ଏକ ଟ୍ରକ୍‌ର ଭିଡିଓ ଶେୟାର କରିଛନ୍ତି। ଭିଡିଓକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ହେଲେ ପ୍ରକୃତରେ ଏହା ସତ ଘଟଣା ନୁହେଁ ବରଂ ଏହା ଏକ ଆନିମେଟେଡ୍‌ ଭିଡିଓ ବୋଲି ଜଣାପଡ଼ିଛି।

Advertisment

ଗୁରୁବାର ଦିନ ଏହି ଭିଡିଓକୁ ଟ୍ୱିଟରରେ ଶେୟାର କରି ବିଜନେସ୍‌ ଟାଇକୁନ୍‌ ଲେଖିଛନ୍ତି, ‘ଏମିତି କ୍ୟାପସନ୍‌ ସହ ମୋତେ ପଠା ଯାଇଥିଲା: କ’ଣ ଆପଣଙ୍କ ଟ୍ରକ୍‌ ମଧ୍ୟରୁ ଏହା ଗୋଟିଏ କି ? ପ୍ରକୃତରେ ଏହା ‘ଅଫ୍‌-ରୋଡ୍‌’ ଯାଉଥିଲା। ଭିହିଓରେ ଦେଖିବାକୁ ମିଳିଛି, ଏକ ବଡ଼ ଟ୍ରକ୍‌ ସଂକୀର୍ଣ୍ଣ ରାସ୍ତା ଦେଇ ଯାଉଛି। ସେଇ ରାସ୍ତାରେ ଆଉ ଏକ ଟ୍ରକ୍‌ ଛିଡ଼ା ହୋଇଛି ଓ କାଠ ବୋଝେଇ ଟ୍ରକ୍‌ଟି ଏହା ସାଇଡ୍‌ ଦେଇ ଯାଉଛି। ଗାଡ଼ି ଯିବା ପାଇଁ ରାସ୍ତା ନଥିଲେ ମଧ୍ୟ କାଠ ବୋଝେଇ ଟ୍ରକ୍‌ ଏହାକୁ ଅତିକ୍ରମ କରି ଯାଇଥିଲା।

Advertisment

ଏଭଳି ବିପଦପୂର୍ଣ୍ଣ ରାସ୍ତାରେ ଭୟଙ୍କର ଯାତ୍ରା ଦେଖିଲେ ଆପଣଙ୍କ ଲୋମ ମଧ୍ୟ ଟାଙ୍କୁରି ଉଠିବ। ଯଦି ଟ୍ରକ୍‌ ଟିକିଏ ବି ଏହାର ନିୟନ୍ତ୍ରଣ ହରାଏ ତା’ହେଲେ ସିଧା ଯାଇ ପାଣି ଭିତରେ ପଡ଼ିବ। ତଥାପି ଟ୍ରକ୍‌ ସଂକୀର୍ଣ୍ଣ ରାସ୍ତା ଅତିକ୍ରମ କରି ଯାଇଥିଲା। ଭିଡିଓକୁ ନେଇ ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। ତେବେ ଆମେ ପୁଣି ଥରେ କହି ରଖୁଚୁ, ଏହା ଏକ ଆନିମେଟେଡ୍ ଭିଡିଓ।

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ