/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681654874.jpg)
An enticing picture of Srikrushna was made on the river
ସମଗ୍ର ବିଶ୍ୱରେ ପ୍ରତିଭାର ଅଭାବ ନାହିଁ। ଅନେକ ଥର ଏମିତି କିଛି ପ୍ରତିଭା ଆମ ଆଖି ସାମ୍ନାକୁ ଆସନ୍ତି ଯାହା ଆମ ଆଖି ବିଶ୍ୱାସ କରି ପାରେନି। ଏମିତିରେ ର ଅନେକ କଳାକାର ଅଛନ୍ତି ଯେଉଁମାନେ ସେମାନଙ୍କର କଳାରେ ଲୋକଙ୍କୁଅ ମନ୍ତ୍ରମୁଗ୍ଧ କରିଦିଅନ୍ତି।
ଆଜିକାଲି ସୋସିଆଲ ମିଡିଆରେ ଏହିପରି ଏକ କଳାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯାହାକୁ ଦେଖି ଆପଣଙ୍କ ହୋସ୍ ଉଡ଼ିଯିବ। ଯେଉଁମାନେ ଭଗବାନ କୃଷ୍ଣଙ୍କୁ ପ୍ରତି ଭକ୍ତି କରନ୍ତି, ସେମାନଙ୍କ ଖୁସିର ତ ସୀମା ରହିବ ନାହିଁ। ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓରେ ପାଣିରେ ଭଗବାନ କୃଷ୍ଣଙ୍କ ଚିତ୍ର ହୋଇଥିବା ଦେଖିବାକୁ ମିଳେ।
ଟ୍ୱିଟର୍ ଆକାଉଣ୍ଟ @mpparimal ରେ ଏହି ଭିଡିଓ ସେୟାର କରାଯାଇଛି। ଏହି ଭିଡିଓରେ ଲୋକମାନେ ନଦୀରେ କୃଷ୍ଣଙ୍କ ଚିତ୍ର ଦେଖି ଆନନ୍ଦିତ ହେଉଥିବା ଦେଖାଯାଏ। ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ନିଶ୍ଚିତ ଭାବରେ କାଗଜ, କାଠ, ପଥର, ବାଲି ବା ଅନ୍ୟାନ୍ୟ ଆଧାରରେ ନିର୍ମିତ ଅନେକ କଳାକୃତି ଦେଖିଥିବେ। କେବେ ପାଣି ଉପରେ ଚିତ୍ର ଦେଖିଛନ୍ତି କି? ବୋଧହୁଏ ଦେଖି ନଥିବେ। ଏହି କାରଣରୁ ପାଣି ଉପରେ ନିର୍ମିତ କୃଷ୍ଣଙ୍କ ପ୍ରତିଛବି ଥିବା ଏହି ଭିଡିଓ ଜୋରଦାର ଭାଇରାଲ୍ ହେବାରେ ଲାଗିଛି।
ଏହି ଭିଡିଓକୁ ସୋସିଆଲ ମିଡିଆରେ ଖୁବ ପସନ୍ଦ ମଧ୍ୟ କରାଯାଉଛି। ନଦୀ ଉପରେ ଫୁଲ ଦ୍ୱାରା ଭଗବାନ କୃଷ୍ଣଙ୍କର ଅତି ସୁନ୍ଦର ଚିତ୍ର ତିଆରି ହୋଇଛି। କେବଳ ଥରେ ନୁହେଁ ଆପଣ ଏହାକୁ ଯେତେଥର ବି ଦେଖିବେ ବିଶ୍ୱାର କରିପାରିବେ ନାହିଁ ଯେ ପ୍ରବାହିତ ନଦୀରେ କିପରି ଏହା ସମ୍ଭବ! ଅନେକ ଲୋକ ତ ଏହାକୁ ଚମତ୍କାର ଭାବୁଛନ୍ତି ଆଉ ନିଜ ଯାଦୁକରୀ କଳାରେ ଏହାର କଳାକାର ଲୋକଙ୍କ ହୃଦୟ ଜିତିନେଇଛନ୍ତି।
ଭାଇରାଲ୍ ହେଉଥିବା ଏହି ଭିଡିଓର କ୍ୟାପସନ୍ରେ ଲେଖାଅଛି - 'ଭାରତୀୟ କଳାକାରମାନେ ପ୍ରକୃତରେ ଦକ୍ଷ'! ନଦୀର ଜଳ ଉପରେ ଚିତ୍ରିତ ଭଗବାନ କୃଷ୍ଣଙ୍କ ପ୍ରତିମୂର୍ତ୍ତି ଲୋକଙ୍କୁ ଯେତିକି ପ୍ରଭାବିତ କରୁଛି ସେତିକି ଆଶ୍ଚର୍ଯ୍ୟ ମଧ୍ୟ କରୁଛି। ତେବେ ଅନେକ ଲୋକଙ୍କ ମନରେ ଏମିତି ମଧ୍ୟ ପ୍ରଶ୍ନ ଉଠିପାରେ, ଫୁଲରେ ତିଆରି ଏହି ପ୍ରତିଛବି ଜଳର ତରଙ୍ଗ ସତ୍ତ୍ୱେ କାହିଁକି ଖରାପ ହେଉନାହିଁ।
Indian artists are truly talented!#art#devotionpic.twitter.com/srxq6rmimW
— Parimal Nathwani (@mpparimal) April 13, 2023
ଏହି ଭିଡିଓକୁ ଭଲଭାବେ ଦେଖିଲେ ଆପଣ ଏହାର କାରଣ ଜାଣିପାରିବେ। ଫୁଲରେ ତିଆରି ଏହି ପ୍ରତିଛବିର ଚାରିପାଖରେ ଏକ ବର୍ଗକାରରେ ବାଡ ଦିଆଯାଇଛି ଏବଂ ଏହା ଭିତରେ ଫୁଲରେ ପ୍ରତିଛବି ତିଆରି ହୋଇଛି। ଫଳରେ ପାଣିରେ ତରଙ୍ଗ ହେଲେ ବି ଫୁଲଗୁଡିକ ଛିନ୍ନବିଚ୍ଛିନ୍ନ ହେଉ ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)