/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679243887.jpg)
Alissa Carlson Schwartz
ଖବର ଜାଣିବାକୁ ସମସ୍ତେ ନ୍ୟୁଜ୍ ଦେଖନ୍ତି । ପ୍ରତି ଘଣ୍ଟାର ଖବର ଲୋକଙ୍କୁ ଜଣାଇବାକୁ ସାମ୍ୱାଦିକମାନେ ଖବର ପ୍ରସାରଣ କରିଥା’ନ୍ତି । ବିଭିନ୍ନ ତରିକାରେ ଅନେକ ଭାଷାରେ ଲୋକମାନେ ଖବର ଟଭି ଓ ସୋସିଆଲ ମିଡିଆ ମାଧ୍ୟମରେ ଦେଖିଥା’ନ୍ତି । ବିଶେଷକରି ଖବର ପ୍ରସାରଣ କରିବା ସମୟରେ ଲୋକଙ୍କୁ ସିଧାସଳଖ ଖବର ଜଣାଇଥା’ନ୍ତି ଆଙ୍କର ।
କାରଣ ପ୍ରତ୍ୟେକଟି ଖବରକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ନ୍ୟୁଜ୍ ଆଙ୍କର ମୁଖ୍ୟ ଭୂମିକା ନିଭାଇଥାଆନ୍ତି । ବଭିନ୍ନ ଖବରକୁ ଆଙ୍କରମାନେ ଗମ୍ଭୀରତାର ନେବାସହ ପଢ଼ିଥା’ନ୍ତି । ଯାହା ସିଧାସଳଖ ଲୋକଙ୍କ ନିକଟରେ ପହଞ୍ଚିଥାଏ । ଆଉ ସେହି ଖବର ପଢ଼ିବା ସମୟରେ ଯଦି ଜଣେ ଆଙ୍କର ହଠାତ୍ ତଳକୁ ପଡ଼ିଯା’ନ୍ତି । ତେବେ ପରିସ୍ଥିତି କ’ଣ ହେବ ଥରେ ଭାବନ୍ତୁ...
ହଁ ଆଜ୍ଞା ନିକଟରେ ଠିକ୍ ଏମିତି ଏକ ଘଟଣା ଘଟିଛି । ଜଣେ ଆଙ୍କର ଖବର ପରିବେଶଷଣ କରିବା ସମୟରେ ଷ୍ଟୁଡିଓରୁ ହଠାତ୍ ତଳକୁ ଖସିପଡ଼ିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହେଉଛି । ଘଟଣାଟି ଘଟିଛି କାର୍ଲିଫନିଆର ଏକ ନ୍ୟୁଜ୍ ଚ୍ୟାନେଲରେ । KCAL News ଚ୍ୟାନେଲରେ ଆଙ୍କର ଖବର ପଢ଼ୁଥିବାବେଳେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ।
ହଠାତ୍ ଶୋ’ରେ ଖସିପଡ଼ୁଥିବା ଆଙ୍କରଙ୍କ ନାଁ ହେଉଛି ଏଲିସା କାର୍ଲସନ୍ । ସେ ବର୍ତ୍ତମାନ ସୁସ୍ଥ ଥିବା ଜଣାପଡ଼ିଛି । ଦିଆଯାଇଥିବା ସୂଚନା ଅନୁସାରେ ନ୍ୟୁଜ୍ ଷ୍ଟୁଡିଓରେ ଦୁଇଜଣ ସାଥୀ ଆଙ୍କର ଏଲିସା କାର୍ଲସନ୍ଙ୍କୁ ପାଣିପାଗ ସମ୍ୱଦ୍ଧୀୟ ଅଧିକ ତଥ୍ୟ ପଚାରୁ ଥିଲେ । ହେଲେ ସେ କିଛି କହିବା ପୂର୍ବରୁ ଏପରି ଆଘଟଣ ଘଟିଥିଲା ।
🚨#WATCH: As terrifying moment happened when a CBS LA meteorologist collapsed live on air
Terrifying moment shows when a CBS LA meteorologist Alissa Carlson Schwartz collapsed on-air on Saturday morning while doing a live report her co workers… https://t.co/zkWpaB81yZpic.twitter.com/tQ9To9spDo
— R A W S A L E R T S (@rawsalerts) March 19, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)