• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୋସିଆଲ ମିଡିଆ ତଥା ୟୁଟ୍ୟୁବ୍‌ରେ ଏବେ ସବୁଠୁ ଚର୍ଚ୍ଚିତ ଚ୍ୟାନେଲ ହେଉଛି ଫିଜିକ୍ସ ୱାଲା । ଏହି ଫିଜିକ୍ସ ୱାଲାଅଲଖ ପାଣ୍ଡେଙ୍କ ବିଷୟରେ ଜାଣିବା ପାଇଁ ସମସ୍ତେ ଉତ୍ସୁକ । ଚାରିଆଡ଼େ ଏବେ ସେହି ଚ୍ୟାନେଲକୁ ନେଇ ଚର୍ଚ୍ଚା । ଆପଣ ଚିନ୍ତା କରୁଥିବେ ଯେ, ହଠାତ୍‌ ଏହି ବ୍ୟକ୍ତି ଜଣକ ଏମିତି କ’ଣ କଲେ କି ତାଙ୍କୁ ନେଇ ଏତେ ଚର୍ଚ୍ଚା ? ଯେଉଁମାନେ ତାଙ୍କ ବିଷୟରେ ଅଳ୍ପେବହୁତେ ଜାଣନ୍ତି, ସେମାନଙ୍କ ମନରେ ପ୍ରଶ୍ନ ଯେ, ଏତେ କମ୍‌ ସମୟ ମଧ୍ୟରେ ସେ ଏତେ ବଡ଼ ସଫଳତା ପାଇଲେ କେମିତି ? ୨୦୧୬ରେ ଏକ ଛୋଟ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରୁ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲା । କିନ୍ତୁ ଏବେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ମନରେ ଅଲଖ ପାଣ୍ଡେଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି ।

ଆପଣ ସମସ୍ତେ ଜାଣନ୍ତି ଦେଶରେ ଏବେ ମାନ୍ଦାବସ୍ଥା ଚାଲିଛି । ଏହି ସମୟରେ ବଡ଼ ବଡ଼ କମ୍ପାନୀ ତଥା ଷ୍ଟାର୍ଟଅପ୍‌ର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । କରୋନା ଲକ୍‌ ଡାଉନ୍‌ ପରେ ଦେଶର ଆର୍ଥିକ ସ୍ଥିତି ଦୋହଲି ଯାଇଚି । ଅନେକ ଷ୍ଟାର୍ଟଅପ୍‌ ବନ୍ଦ ହୋଇଯାଇଛି । ହେଲେ ଏହି ମାନ୍ଦାବସ୍ଥା ଭିତରେ ବି ଫିଜିକ୍ସ ୱାଲା ଖୁବ୍‌ ରୋଜଗାର କରିଛି । ଏହି ମାନ୍ଦାବସ୍ଥା ହିଁ ଏହି ଚ୍ୟାନେଲକୁ ଉପରକୁ ଉଠାଇଛି । ଯେମିତିକି କଥାରେ ଅଛି କାହାର ପୁଷ ମାସ ତ କାହାର ସର୍ବନାଶ । ଠିକ୍ ସେମିତି ଦେଶର ମାନ୍ଦାବସ୍ଥା ଅନେକଙ୍କୁ ଡୁବାଇ ଦେଇଥିବା ବେଳେ ଫିଜିକ୍ସ ୱାଲା ପାଇଁ ନୂଆ ସୁଯୋଗ ସୃଷ୍ଟି କରିଥିଲା ।

ଅଧିକ ପଢ଼ନ୍ତୁ: ୟୁଟ୍ୟୁବ୍‌ ବଦଳାଇଦେଲା ଭାଗ୍ୟ, ଜାତୀୟ ସ୍ତରର ସଫଳ ଖେଳାଳି ବନିଗଲେ ଉପାନ୍ତ ଅଞ୍ଚଳର ଜଣେ ଯୁବକ

ମାନ୍ଦା ସମୟରେ ଫିଜିକ୍ସ ୱାଲା ୧୦୦ ମିଲିଅନ୍‌ ଡଲାର (୭୯୦ କୋଟି ଟଙ୍କା) ଫଣ୍ଡିଂ ଯୋଗାଡ଼ କରିଥିଲା ।

୨୦୧୬ରେ ଫିଜିକ୍ସ ୱାଲା ୟୁଟ୍ୟବ୍‌ ଚ୍ୟାନେଲ ଆରମ୍ଭ ହୋଇଥିଲା । ସେବେଠାରୁ ଅଲଖ ପାଣ୍ଡେ ଏହି ଚ୍ୟାନେଲରେ ଟ୍ୟୁସନ୍‌ ଦେବା ଆରମ୍ଭ କରିଥିଲେ । ଆରମ୍ଭରୁ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରୁ କିଛି ରୋଜଗାର ହେଉନଥିଲା । କିନ୍ତୁ ପରମୁହୁର୍ତ୍ତରେ ଏହା ଧିରେ ଧିରେ ବଢ଼ିବାକୁ ଲାଗିଲା । ଛାତ୍ରଛାତ୍ରୀମାନେ ଅଲଖ ପାଣ୍ଡେଙ୍କ ଫିଜିକ୍ସ ପଢ଼ା ଶୈଳିକୁ ପସନ୍ଦ କରିବାକୁ ଲାଗିଲେ । ସମସ୍ତେ ତାଙ୍କ ପାଠ ପଢ଼ାକୁ ସହଜରେ ଗ୍ରହଣ କଲେ । ବିଶେଷକରି ଲକ୍‌ଡାଉନ୍‌ ସମୟରେ ଯେତେବେଳେ ଛାତ୍ରଛାତ୍ରୀ ଘରେ ବସି ଅନ୍‌ଲାଇନ୍‌ରେ ପାଠ ପଢ଼ିବା ଆରମ୍ଭ କଲେ । ସେତେବେଳେ ଏହି ଫିଜିକ୍ସ ୱାଲା ଚ୍ୟାନେଲ୍‌କୁ ପସନ୍ଦ କରିବାକୁ ଲାଗିଲେ । ଏହାପରେ ୟୁଟ୍ୟୁବ୍‌ରୁ ମୋଟା ଅଙ୍କର ରୋଜଗାର କରିବାକୁ ଲାଗିଲେ ଅଲଖ ପାଣ୍ଡେ । ଏମିତି ଦେଖୁ ଦେଖୁ ତାଙ୍କ ଚ୍ୟାନେଲ୍‌ର ଡିମାଣ୍ଡ ବଢ଼ିବାରେ ଲାଗିଲା । ଆଉ ଏବେ ୨୦୨୩ରେ ଅଲଖ ପାଣ୍ଡେ ଏବଂ ତାଙ୍କ ଚ୍ୟାନେଲ ପିଜିକ୍ସ ୱାଲା ସବୁଠୁ ଅଧିକ ଲୋକପ୍ରିୟ ।

ଗତ ଆର୍ଥିକ ବର୍ଷରେ ଫିଜିକ୍ସ ୱାଲା ୨୩୨.୫ କୋଟି ଟଙ୍କା ଲାଭ କରିଥିଲା । ଆଉ ଏଥର ୧୨୦୦ କୋଟି ଟଙ୍କା ଲାଭ କରିବ ବୋଲି କମ୍ପାନୀ ଲକ୍ଷ୍ୟ ରଖିଛି । ଏବେ ଏହି କମ୍ପାନୀର ମୋଟ ସମ୍ପତ୍ତି ୮୦୦୦ କୋଟି ବୋଲି ଜଣାପଡ଼ିଛି 

୨୦୨୦ରେ ଅଲଖ ପାଣ୍ଡେ ଏବଂ ପ୍ରତିକ ମାହେଶ୍ୱରୀ ଏହି ଫିଜିକ୍ସ ୱାଲା ସଂସ୍ଥା ଆରମ୍ଭ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ସେ ମାର୍କେଟ୍‌ରୁ ୧୦୦ ମିଲିଅନ୍ ଡଲାର ଉଠାଣ କରିଥିଲେ । ED-Tech ପ୍ରତିଷ୍ଠାତା ଭାବେ ଅଲଖ ପାଣ୍ଡେ ଏବେ ସବୁଠୁ ଅଧିକ ଦରମା ନେଉଛନ୍ତି । ୨୦୨୧ରେ ବାର୍ଷିକ ୭.୩୫ କୋଟି ଟଙ୍କା ସେ ପାଇଛନ୍ତି । ସେଥିରେ ଦରମା ୭୫ ଲକ୍ଷ ଟଙ୍କା ରହିଥିବା ବେଳେ ପ୍ରଫେସ୍‌ନାଲ ଫି’ ରହିଛି ୬.୬ କୋଟି ଟଙ୍କା । ୨୦୨୨ ମସିହାରେ ସେ ରୋଜଗାର କରିଛନ୍ତି ୯.୬ କୋଟି ଟଙ୍କା । ସେ ହେଉଛନ୍ତି ସେହି ବ୍ୟକ୍ତି ଯିଏ କି ୮ଟି ଯାକ Ed-Tech କମ୍ପାନୀ ମଧ୍ୟରେ ସବୁଠୁ ଅଧିକ ରୋଜଗାର କରୁଛନ୍ତି ।

ଅଲଖ ପାଣ୍ଡେ ଜଣେ ଭଲ ଛାତ୍ର ଥିଲେ । ସେ HBTI କାନ୍‌ପୁରରେ ପଢ଼ୁଥିଲେ । ପରେ ଇଞ୍ଜିନିୟରିଂ ପାଠ ଛାଡ଼ି ୟୁଟ୍ୟୁବ୍‌ ଚ୍ୟାନେଲ ଆରମ୍ଭ କଲେ । ଯେତେବେଳେ ସେ ଦେଖିଲେ ଧିରେ ଧିରେ ତାଙ୍କର ଚ୍ୟାନେଲ ଲୋକପ୍ରିୟ ହେବାରେ ଲାଗିଛି, ସେ ୨୦୨୦ରେ ଏକ କମ୍ପାନୀ ଆରମ୍ଭ କଲେ । ଆଉ ସେହି କମ୍ପାନୀର ସିଇଓ ନିଜେ ରହିଲେ । ଶିବାନୀ ଦୁବେ ନାମକ ଜଣେ ସାମ୍ବାଦିକାଙ୍କୁ ସେ ସେହି ବର୍ଷ ହିଁ ବିବାହ କଲେ । ତାଙ୍କ ପ୍ରଥମ ମାସର ଦରମା ଥିଲା ମୋଟ ୫୦୦୦ ଟଙ୍କା । କିନ୍ତୁ ଏବେ ତାଙ୍କର କମ୍ପାନୀ ଭାରତର ସବୁଠୁ ବଡ଼ ବଡ଼ କମ୍ପାନୀ ମଧ୍ୟରୁ ଗୋଟିଏ । ଭାରତରେ ଥିବା ବଡ଼ ବଡ଼ କମ୍ପାନୀ ତାଲିକାର ୧୦୧ ନମ୍ବର ସ୍ଥାନରେ ରହିଛି ଅଲଖ ପାଣ୍ଡେଙ୍କ କମ୍ପାନୀ ।

ଅଲଖ ପାଣ୍ଡେଙ୍କ ଛାତ୍ର ଜୀବନ ଅତି ସୁନ୍ଦର ଥିଲା । ସେ ଦଶମ ଏବଂ ଦ୍ୱାଦଶରେ ଟପ୍ପର ରହିଥିଲେ । ତାଙ୍କ ଘର ଆଲ୍‌ହାବାଦ୍‌ରେ । ତୃତୀୟ ବର୍ଷରେ ସେ ନିଜର ଇଞ୍ଜିନିୟରିଂ ପାଠ ପଢ଼ା ଛାଡ଼ିଥିଲେ । ଏବେ ତାଙ୍କ କମ୍ପାନୀରେ ୧୯ହଜାର କର୍ମଚାରୀ ରହିଛନ୍ତି ।