• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଜିକାଲି ପିଲାମାନେ ଯାହା ଜାଣୁଛନ୍ତି ତାହା ବଡ଼ ମାନେ ଜାଣିପାରୁ ନାହାନ୍ତି । ଏଭଳି କିଛି କଥା ଏବେ ପ୍ରତ୍ୟେକ ପରିବାରର ବାପା ମାଆ କହୁଥିବା ଶୁଣିବାକୁ ମିଳୁଛି । ଯାହା ଘରେ କୁନି ପିଲା ରହୁଛନ୍ତି ସେମାନେ ମୋବାଇଲ ସହ ଏତେ ଯୋଡ଼ି ହୋଇ ରହୁଛନ୍ତି ଯେ, ମୁହୁର୍ତ୍ତେ ବି ତାକୁ ଛାଡ଼ି ରହିପାରୁ ନାହାନ୍ତି । ଆଉ ସେମାନଙ୍କୁ ମୋବାଇଲ ବିଷୟରେ ଥରେ କହିଦେଲେ ସେମାନେ ତାହାକୁ ମନେ ରଖି ଆଗକୁ ଆଗକୁ ନିଜେ ନିଜେ ସବୁ ଶିଖିଯାଉଛନ୍ତି । ପିଲାମାନଙ୍କର ଟେକ୍ନୋଲୋଜି ପ୍ରତି ଖୁବ୍‌ ଆଗ୍ରହ ବଢ଼ୁଛି । ଆଉ ମୋବାଇଲ ଏମିତି ଏକ ଜିନିଷ ଏବେ ହୋଇଛି ଯାହାକୁ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ କେହି ଦୂରେଇ ରଖିପାରୁ ନାହାନ୍ତି । ସମସ୍ତେ ଏବେ ମୋବାଇଲ ମାନିଆ ।

ଅଧିକ ପଢ଼ନ୍ତୁ: ପୁଅ ରାତିସାରା ଖେଳୁଥିଲା ଭିଡିଓ ଗେମ୍; ବାପା ନେଲେ ଏମିତି ପଦକ୍ଷେପ…

ଆଜିକାଲି ବାପା ମାଆ ପିଲାଙ୍କୁ ଜହ୍ନମାମୁ କାହାଣୀ ଶୁଣାଇ ଖୁଆଇବାକୁ ପସନ୍ଦ କରନ୍ତି ନାହିଁ । ମୋବାଇଲରେ ୟୁଟ୍ୟୁବ୍ କାଢ଼ି ଦେଇଦେଲେ ପିଲା ଦେଖୁଥିବ ଆଉ ମାଆ ଖୁଆଉଥିବ । ଏମିତି କିଛି ଦୃଶ୍ୟ ଏବେ ପ୍ରତ୍ୟେକ ଘରେ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କାହାଣୀ କହିବୁ ଯାହା ଶୁଣିବା ପରେ ଆପଣ ପିଲାଙ୍କଠାରୁ ମୋବାଇଲ ଦୂରରେ ରଖିବାକୁ ବାଧ୍ୟ ହେବେ । ପିଲାଙ୍କ ହାତରେ ମୋବାଇଲ ଦେଖିଲେ ଆପଣ ତୁରନ୍ତ ତାକୁ ଛଡ଼ାଇ ଆଣିବେ । ଛୁଆ କାନ୍ଦିଲେ ବି ଆପଣ ସହିବାକୁ ବାଧ୍ୟ ହେବେ । କାରଣ ପିଲାଙ୍କ ହାତରେ ମୋବାଇଲ ପଡ଼ିଲେ ସେମାନେ କ’ଣ ଯେ କେତେବେଳେ କରିବେ ତାହା କହିବା ମୁସ୍କିଲ ।

୫ ବର୍ଷର ଲିଲା ଭାରିସ୍କୋ । ଘର ୟୁନାଇଟେଡ୍‌ର ମସ୍କଟସ୍‌ରେ । ଲିଲା ଦିନେ ମାଆଙ୍କ ମୋବାଇଲ ଧରି ଖେଳୁଥିଲା । ଆଉ ମାଆ ସେହି ସମୟରେ ଗାଡ଼ି ଚଳାଉଥିଲେ । ଉଭୟ ନିଜ ଘର ଅଭିମୁଖେ ଯାଉଥିଲେ । କିଛି ସମୟ ପରେ ହଠାତ୍‌ ମୋବାଇଲକୁ ଏକ ମେସେଜ୍‌ ଆସିଲା, ମାଆ ଗାଡ଼ି ଅଟାଇ ମୋବାଇଲ ଚେକ୍‌ କଲେ । ଆଉ ସେହି ମେସେଜ୍‌ ଦେଖି ମାଆ ପୁରା ଛାନିଆ । କିଛି ସମୟ ପର୍ଯ୍ୟନ୍ତ ସେ ଝିଅ ମୁହଁକୁ ଚାହିଁ ରହିଲେ । କ’ଣ କହିବେ କ’ଣ କରିବେ କିଛି ବୁଝିପାରିଲେ ନାହିଁ । ୫ ବର୍ଷର ଛୁଆକୁ ବା କ’ଣ ବୁଝେଇବେ ତାହା ମଧ୍ୟ ଜାଣିପାରିଲେ ନାହିଁ ।

ଝିଅ ଲିଲା, ମୋବାଇଲ ଧରିଥିବା ବେଳେ ମାଆଙ୍କ ଆମାଜନ୍ ଆକାଉଣ୍ଟକୁ ଯାଇ ସେଥିରେ ୩୦୦୦ ଡଲାରର ସପିଂ କରିଛି । ସେଥିରେ ୧୦ଟି ମୋଟର ସାଇକେଲ ଓ ୧୦ ହଳ କାଓ ଗାର୍ଲ ଜୋତା ସାମିଲ ରହିଛି । ଆମାଜନ୍‌ ଅର୍ଡର ହିଷ୍ଟ୍ରି ଚେକ୍‌ କଲାବେଳକୁ ସେଥିରେ ଏକ ଜିପ୍ ମଧ୍ୟ ସାମିଲ ରହିଛି । କେବଳ ମୋଟର ସାଇକେଲ ଓ ଜିପ୍‌ର ଦାମ୍‌ ହେଉଛି ୩୧୮୦ ଡଲାର । ଆଉ ଜୋତା ୧୦ ହଳର ଦାମ ହେଉଛି ୬୦୦ ଡଲାର ।

ଲିଲାଙ୍କ ମାଆଙ୍କ କହିବାନୁଯାୟୀ, ଝିଅ ନିଜର ଖେଳଣା ପାଇଁ ଜୋତା ଏବଂ ଜିପ୍‌ ସିଲେକ୍ଟ କରିବା ପରେ ‘ବାଏ ନାଓ’ ଉପରେ ମଧ୍ୟ କ୍ଲିକ୍‌ କରିଛି । ତେବେ ମିଳିଥିବା ସୂଚନା ଅନୁଯାୟୀ, ଲିଲାଙ୍କ ମାଆ ନନ୍‌ସ୍‌ ସବୁ ଅର୍ଡର କ୍ୟାନ୍‌ସଲ କରିବାକୁ ଚେଷ୍ଟା କରିଥିବା ବେଳେ ବିଫଳ ହୋଇଥିଲେ । କାରଣ ୫ଟି ମୋଟର ସାଇକେଲ ଏବଂ ପିଲାଙ୍କ ଖେଳନା ଜିପ୍‌ ଡେଲିଭରି ପାଇଁ ବାହାରି ସାରିଥିଲା । ବାକି ଜୋତା ଏବଂ ଅନ୍ୟ ସବୁ ଅର୍ଡର ନନ୍‌ସ୍ କ୍ୟାନ୍‌ସଲ କରିବାରେ ସଫଳ ହୋଇଛନ୍ତି ।

ସେହି ଅର୍ଡର କ୍ୟାନ୍‌ସଲ କରିବା ପାଇଁ ମଧ୍ୟ ତାଙ୍କୁ ଅନେକ ଚେଷ୍ଟା କରିବାକୁ ପଡ଼ିଛି । ଲିଲା ଯେଉଁ ସବୁ ଅର୍ଡର ପ୍ଲେସ୍‌ କରିଥିଲେ ତାହାର ରିଟର୍ଣ୍ଣ ଅପ୍‌ସନ୍‌ ନଥିଲା । ସେ ଦିନ ପ୍ରାୟ ୨ଟା ବେଳେ ଆମାଜନ୍‌ ଆଉଟ୍‌ଲେଟ୍‌ ପାଖେ ପହଞ୍ଚି ତାଙ୍କୁ ଖୁସାମତ କରିବା ପରେ ତାଙ୍କୁ କିଛି ଲାଘବ ହୋଇଥିଲା ।

ତେଣୁ  ଆପଣ ମାନେ ବି ସଜାଗ୍‌ ହୋଇଯାଆନ୍ତୁ । ଆଉ ପିଲାଙ୍କଠାରୁ ମୋବାଇଲ ଦୂରରେ ରଖନ୍ତୁ । ନଚେତ୍ ଆପଣ ବି ଏଭଳି ହଇରାଣ ହୋଇପାରନ୍ତି ।