• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆପଣ ରିଲ୍‌ ଲାଇଫ୍‌ର PKକୁ ତ ନିଶ୍ଚୟ ଜାଣିଥିବେ । କିନ୍ତୁ କେବେ ଭାବିନଥିବେ ଯେ, ରିଲ୍‌ ଲାଇଫ୍‌ PK ଭଳି ରିଅଲ ଲାଇଫ୍‌ରେ କେହି ଜଣେ ବ୍ୟକ୍ତି ରାସ୍ତାରେ ଉଲଗ୍ନ ହୋଇ ଚାଲିବେ । ଆଉ ନିଜକୁ ଅନ୍ୟ ଗ୍ରହରୁ ଆସିଛି ବୋଲି ପରିଚୟ ଦେବେ । ଆଜ୍ଞା ହଁ, ଠିକ୍‌ ରିଲ୍‌ ଲାଇଫ୍‌ ପିକେ ଭଳି ରିଅଲ ଲାଇଫ୍‌ରେ ବି ଜଣେ ବ୍ୟକ୍ତି ଫ୍ଲୋରିଡାର ପାମ୍‌ ବିଚ୍‌କୁ ଲାଗି ରହିଥିବା ରାସ୍ତାରେ ଉଲଗ୍ନ ହୋଇ ବୁଲୁଥିଲେ । ଆଉ ତାଙ୍କୁ ପଚାରିବାରୁ ସେ ନିଜକୁ ଅନ୍ୟ ଗ୍ରହରୁ ଆସିଥିବା କହିଥିଲେ ।

ଏହି ଘଟଣା ଗତ ମାର୍ଚ୍ଚ ୮ ତାରିଖ ରାତି ପ୍ରାୟ ୯ଟାରେ ଘଟିଛି । ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟବସାୟୀ ଉକ୍ତ ଉଲଗ୍ନ ବ୍ୟକ୍ତିଙ୍କୁ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରିଥିଲା । ବ୍ୟକ୍ତି ଜଣକ କହିଥିଲେ ଯେ, ‘ମୁଁ ମୋ ଡ୍ରେସ୍‌ କେଉଁଠି  ଛାଡ଼ିଦେଇଛି ତାହା ମୋର ମନେ ନାହିଁ ।’ ଏମିତିକି ସେ ନିଜର ପରିଚୟ ମଧ୍ୟ ଭୁଲି ଯାଇଥିବା କହିଥିଲେ । ତାଙ୍କ ପରିଚୟପତ୍ର ସେ ହଜାଇ ଦେଇଛନ୍ତି ।  

ତେବେ ବଭିନ୍ନ ଦିଗରୁ ତଦନ୍ତ କରିବା ପରେ ପୋଲିସ ଜାଣିବାକୁ ପାଇଥିଲା ଯେ, ଉକ୍ତ ବ୍ୟକ୍ତିଙ୍କର ନାଁ ଜସନ୍ ସ୍ମିଥ୍‌ । ପ୍ରଥମେ ସେ ଅନ୍ୟ ଗ୍ରହରୁ ଆସିଥିବା କହିଥିଲେ । କିନ୍ତୁ ପରେ ସେ ସ୍ୱୀକାର କରିଥିଲେ ଯେ, ପଶ୍ଚିମ ପାମ୍ ବିଚ୍‌ ନିକଟରେ ସେ ବସବାସ କରନ୍ତି । ସ୍ମିଥ୍‌ଙ୍କ ନାଁରେ ୩ଟି ଅପରାଧିକ ମାମଲା ରହିଛି ।