Advertisment

କୁମ୍ଭୀରକୁ ସ୍କୁଟରରେ ବସାଇ ନେଲେ ଦୁଇ ଯୁବକ, ଭିଡିଓ ହେଲା ଭାଇରାଲ୍

ବିଶ୍ୱାମିତ୍ରୀ ନଦୀର ଅନେକ କୁମ୍ଭୀର ଭଦୋଦରା ସହରରେ ପ୍ରବେଶ କରିଛନ୍ତି। ଏଭଳି ପରିସ୍ଥିତିରେ ଅନେକ ଭିଡିଓ ଭାଇରାଲ୍ ହେଉଥିବା ଦେଖିବାକୁ ମିଳୁଛି।

author-image
Sonali Ojha
ଅଦ୍ୟତନ ହୋଇଛି
crocodile on scooter

crocodile on scooter

ଗୁଜରାଟରେ ଜଳପ୍ରଳୟ। ପ୍ରବଳ ବର୍ଷା ପରେ ଚାରିଆଡ଼େ ଜଳବନ୍ଦୀ ସ୍ଥିତି। ନଦୀ ନାଳ ସବୁଠି ପାଣି ଭର୍ତ୍ତି। ଏପରି ସ୍ଥିତିରେ ଚାଲିଆଡ଼େ କୁମ୍ଭୀର ଆତଙ୍କ ଦେଖାଦେଇଛି। କେତେବେଳେ କୁମ୍ଭୀର କଲେଜ୍ ଭିଜରୁ ଉଦ୍ଧାର ହେଲାଣି ତ ଆଉ କେତେବେଳେ ଛାତ ଉପରେ ଶୋଇଥିବା ଦେଖିବାକୁ ମିଳୁଛି। ତେବେ ଏପରି ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଯେଉଁଠି କୁମ୍ଭୀର ସ୍କୁଟରରେ ଯାଉଥିବା ଦେଖିବାକୁ ମିଳିଛି।

Advertisment

ଗୁଜୁରାଟର ଭଦୋଦରା ସହରର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓରେ, ଦୁଇ ଜଣ ୟୁବକ ଗୋଟିଏ କୁମ୍ଭୀର ସହିତ ସ୍କୁଟରରେ କୌଣସି ସ୍ଥାନକୁ ଯାଉଛନ୍ତି । ତେବେ ଅଗଷ୍ଟ ୨୭ରୁ ଅଗଷ୍ଟ ୨୯ତାରିଖ ମଧ୍ୟରେ ଭଦୋଦାରେ ପ୍ରବଳ ବର୍ଷା ହେତୁ ବିଶ୍ୱାମିତ୍ରୀ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ବନ୍ୟାରେ ୨୪ଟି କୁମ୍ଭୀର ଭାସି ଆସିଥିବା ଜଣାପଡିଥିଲା।

ତେବେ ବିଶ୍ୱାମିତ୍ରୀ ନଦୀର ଅନେକ କୁମ୍ଭୀର ଭଦୋଦରା ସହରରେ ପ୍ରବେଶ କରିଛନ୍ତି। ଏଭଳି ପରିସ୍ଥିତିରେ ଅନେକ ଭିଡିଓ ଭାଇରାଲ୍ ହେଉଥିବା ଦେଖିବାକୁ ମିଳୁଛି। ଏହି ସମୟର ଦୃଶ୍ୟକୁ କେହି ଫୋନରେ କଏଦ କରି ସୋସିଆଲ ମିଡିଆରେ ସେୟାର କରିଥିଲେ। ଉଭୟ ଯୁବକ କୁମ୍ଭୀରକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିବାକୁ ଯାଉଥିବା ଜଣାପଡିଛି।

Advertisment

ଭଦୋଦରା ରେଞ୍ଜର ବନ ଅଧିକାରୀ କରଣ ସିଂ ରାଜପୁତଙ୍କ ଅନୁଯାୟୀ ବିଶ୍ୱାମିତ୍ରୀ ନଦୀରେ ପ୍ରାୟ ୪୪୦ଟି କୁମ୍ଭୀର ଅଛନ୍ତି। ଯେଉଁମାନଙ୍କ ମଧ୍ୟରୁ ଅନେକ ଅଜୱା ଡ୍ୟାମରୁ ଜଳ ନିର୍ଗତ ହେତୁ ବନ୍ୟା ସମୟରେ ଭାସି ଆସିଥିଲେ। ତେବେ ତିନି ଦିନ ମଧ୍ୟରେ ୨୪ କୁମ୍ଭୀର ବ୍ୟତୀତ ଅନ୍ୟ ୭୫ଟି ପ୍ରାଣୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ଯେଉଁଥିରେ ସାପ, ପାଞ୍ଚଟି ବଡ କଇଁଛ ଏବଂ ଏକ ଝିଙ୍କ ଥିଲେ। ଏହି ଭିଡିଓଟି ୩୧ ଅଗଷ୍ଟରେ @DixitGujarat ଆକାଉଣ୍ଟରେ ପୋଷ୍ଟ ହୋଇଥିବା ବେଲେ ଏଯାଏ ପ୍ରାୟ ୪ଲକ୍ଷ ଲୋକ ଦେଖିସାରିଲେଣି।

Crocodile
Advertisment
Advertisment