/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686900736.jpg)
109 years old Buddhist
ସୋସିଆଲ ମିଡିଆରେ ଅନେକ କିଛି ଭିଡିଓ ଭାଇରାଲ ହୋଇଥାଏ । କିଛି ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ । ଯାହାକି ଲୋକମାନେ ତା’କୁ ସହଜରେ ବିଶ୍ୱାସ କରିପାରିନଥା’ନ୍ତି । ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ନିଶ୍ଚୟ ଚକିତ ହୋଇଯିବେ । ଯେଉଁଥିରେ ଜଣେ ବୃଦ୍ଧ ଏକ ଶଯ୍ୟାରେ ଶୋଇଥିବା ସମୟରେ ଜଣେ ଛୋଟ ଝିଅ ତାଙ୍କର ସେବା କରୁଛି । ତାଙ୍କ ହାତକୁ ଆଉଁସି ଦେଉଛି । ବୃଦ୍ଧ ଜଣକ ଝିଅଟି ମୁଣ୍ଡକୁ ମଧ୍ୟ ଥାପୁଡ଼ାଇ ଦେଇ ସ୍ନେହ କରୁଛନ୍ତି ।
ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଏହି ଭିଡିଓଟିକୁ ସେୟାର କରିଛନ୍ତି । ଭିଡିଓଟିକୁ ସେୟାର କରି ସେ କ୍ୟାପସନ୍ରେ ଲେଖିଛନ୍ତି ଯେ, ବୃଦ୍ଧଙ୍କ ନାମ ଲୁଆଙ୍ଗ ଫୋ ୟାଇ । ତାଙ୍କ ବୟସ ୧୦୯ ବର୍ଷ । ସେ ଥାଇଲାଣ୍ଡର ସର୍ବ ପୂରାତନ ବୌଦ୍ଧ ସାଧୁ । ଭିଡିଓରେ, ଲୁଆଙ୍ଗଙ୍କ ସମ୍ପୂର୍ଣ୍ଣ ଶରୀର ଏକ କଙ୍କାଳ ପରି ଦେଖାଯାଉଛି ।
କିଛି ଦିନ ପୂର୍ବରୁ ସାଧୁ ଲୁଆଙ୍ଗ ଫୋ ୟାଇଙ୍କ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଯେଉଁଥିରେ ତାଙ୍କୁ ୨୦୦ ବର୍ଷ ବୟସ ବୋଲି ଦାବି କରାଯାଉଥିଲା । ଏହା ପରେ ତାଙ୍କ ନାତୁଣୀ ଏହାକୁ ନେଇ ମତାମତ ରଖିଥିଲେ । ସେ କହିଥିଲେ ଯେ, ସେ ଜଣେ ବୌଦ୍ଧ ସାଧୁ । ତାଙ୍କ ନାମରେ କୌଣସି ଗୁଜବ ପ୍ରଚାର ନକରିବାକୁ ସେ ନିବେଦନ କରିଥିଲେ ।
ଲୁଆଙ୍ଗ ଫୋ ୟାଇଙ୍କ ଏପରି ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ସାଫ୍ରନ୍ ରଙ୍ଗର ପୋଷାକରେ ନଜର ଆସିଛନ୍ତି । ଅନେକ ସମୟରେ ସେ ଏକ ଗେରୁଆ ରଙ୍ଗର ପୋଷାକ ପିନ୍ଧି ଏକ ଚେୟାର ଉପରେ ବସି କିଛି ଖାଦ୍ୟ ଖାଉଥିବା ମଧ୍ୟ ଦେଖିବାକୁ ମିଳିଛନ୍ତି ।
Luang Pho Yai. 109 years old Thai Buddhist monk. pic.twitter.com/7A19Bn0NJq
— OddIy Terrifying (@OTerrifying) June 14, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)