• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆମେ ଆଜି ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ସାଧାରଣତଃ ଆମେ କହି ବି କେବେ ବି ଜୀବନରେ ସତ ସତିକା ଡେଭିଲ ଦେଖିନଥିବା ବା ଦେଖିନାହାନ୍ତି । ଯଦି ବା ଆପଣ ଡେଭିଲ ଦେଖିଥିବେ, ତେବେ ତାହା କେବଳ ଟିଭି ପରଦାରେ । ଆଉ ଟିଭି ପରଦାରେ ଦେଖିବା ପରେ ଆପଣଙ୍କ ମନରେ ଡେଭିଲକୁ ନେଇ ଏକ ପ୍ରକାର ଛବି ତିଆରି ହୋଇସାରିଥିବ । ଆମେ ଆଜି ଯାହା କଥା କହିବୁ, ସେ ମଧ୍ୟ ଠିକ୍‌ ଆପଣଙ୍କ ମନ ଭିତରେ ବସା ବାନ୍ଧି ରହିଥିବା ଡେଭିଲ ଚରିତ୍ର ଭଳି । ଯାହାକୁ ଦେଖୁ ଦେଖୁ ଆପଣ କହିବେ ଇଏ ନିଶ୍ଚିତ ଭାବେ ଡେଭିଲ । ଆଭ ତାଙ୍କୁ ଦେଖିଲେ ଭୟ ବି ଲାଗିବ ।

Real DevilReal Devil

ତେବେ ଆସନ୍ତୁ ଜାଣିବା ସେହି ବ୍ୟକ୍ତିଙ୍କ ବିଷୟରେ । ସେ ହେଉଛନ୍ତି ଜଣେ ବ୍ରାଜିଲିଆନ୍‌ । ଯିଏ କି ନିଜ ଶରୀରକୁ ଏକ ପ୍ରକାର ଡେଭିଲ ଭାବେ ସଜେଇ ରଖିଛନ୍ତି । ଯାହା ଦେଖିଲେ ଆପଣଙ୍କୁ ଅବିକଳ ଟିଭିରେ ଦେଖିଥିବା ଡେଭିଲ ଚରିତ୍ର ଭଳି ଦେଖାଯିବ । ସେ ତାଙ୍କ ଶରୀରରେ ଅନେକ ପ୍ରକାର ପରିବର୍ତ୍ତନ କରିଛନ୍ତି । ଯେମିତିକି ମୁଣ୍ଡରେ ସେ ସିଙ୍ଗ ଉଠାଇଛନ୍ତି । ଦେହରେ ପାଖାପାଖି ୭୦ ଭାଗ ଟାଟୁ କରିଛନ୍ତି । କାନରେ ବିରାଟ କାୟ କୁଣ୍ଡଳ ଲଗାଇଛନ୍ତି । ମୁହଁରେ ମଧ୍ୟ ଅତି ବିରକ୍ତିକର ଦେଖାଗଲା ଭଳି ଟାଟୁ ଆଙ୍କିଛନ୍ତି ।

Real DevilReal Devil

ଏଥିପାଇଁ ସେ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ କରିଛନ୍ତି । ହେଲେ ସେ କାହିଁକି ଏଭଳି ରୂପ ଧାରଣ କରିଛନ୍ତି ତାହା କାହାରିକୁ ଜଣା ନାହିଁ । କିନ୍ତୁ ଏଭଳି ରୂପ ଧାରଣ କରିବା ପରେ ତାଙ୍କୁ ନେଇ ଏବେ ପୁରା ବିଶ୍ୱରେ ଚର୍ଚ୍ଚା । ତାଙ୍କର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ । ଛୋଟ ପିଲାମାନେ ଯଦି ତାଙ୍କର କେବଳ ଫଟୋ ଦେଖନ୍ତି, ତେବେ ବି ସେମାନେ ଡରିବା ନିଶ୍ଚିତ । କୁହାଯାଉଛି ନିଜର ସମସ୍ତଙ୍କଠାରୁ ଭିନ୍ନ ରୂପ ଦେବା ପାଇଁ ବ୍ୟକ୍ତି ଜଣକ ଏଭଳି ପ୍ରୟାସ କରିଛନ୍ତି ।

Real DevilReal Devil

ତେବେ ସବୁଠାରୁ ବଡ଼ ଦୁଃଖର କଥା ହେଲା, ସେ ଏଭଳି ରୂପ ଧାରଣ କରିବା ପରେ ତାଙ୍କୁ ବିଭିନ୍ନ ଚର୍ଚ୍ଚ ଭିତରକୁ ଯିବା ପାଇଁ ବାରଣ କରାଯାଉଛି । ଚର୍ଚ୍ଚ ଭିତରକୁ ଯିବା ପାଇଁ ସେ ଚେଷ୍ଟା କଲେ ତାଙ୍କୁ ବାହାରୁ ଅଟକା ଯାଉଛି । ଏମିତିକି ତାଙ୍କୁ ଡେଭିଲ ବୋଲି ସମ୍ବୋଧନ ମଧ୍ୟ କରାଯାଉଛି । ଯେତେବେଳେ କି ସେ ଜଣେ ସାଧାରଣ ମଣିଷ । ଆଉ ଏହି ଘଯଣା ତାଙ୍କୁ ନିଶ୍ଚିତ ଭାବେ ଗଭୀର ଦୁଃଖ ଦେଇଛି ।

Real DevilReal Devil

ଏହି ବ୍ରାଜିଲିଆନ୍‌ ବ୍ୟକ୍ତି ଜଣଙ୍କ ହେଉଛନ୍ତି ରେନି ଡିନ୍‌ଜ । ସେ ନିଜର ଏଭଳି ରୁପ ବଦଳାଇବା ପାଇଁ ଗତ ୧୪ ବର୍ଷରେ ପ୍ରାୟ ୫୦ ହଜାର ପାଉଣ୍ଡ ଖର୍ଚ୍ଚ କରିସାରିଲେଣି । ସେ ନିଜକୁ ରିଅଲ ଲାଇଫ୍ ଡେଭିଲ ଭାବେ ସଜାଉଛନ୍ତି । ତାଙ୍କର ବୟସ ପାଖାପଖି ୩୮ ହେବ । ସେ ନିଜ ଶରୀରର ଆଙ୍ଗ ଗୁଡ଼ିକରେ ଅନେକ ପରିବର୍ତ୍ତନ କରିଛନ୍ତି । ବିଶେଷ ସେ ନିଜ ମୁଣ୍ଡରେ ପ୍ରସ୍ତୁତ କରିଥିବା ସିଙ୍ଗକୁ ନେଇ ବେଶ୍‌ ଚର୍ଚ୍ଚିତ । ତାଙ୍କର ଏହି ଫଟୋ ଖୁବ୍‌ ଭାଇରାଲ ହେଉଛି ।