/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678886829.jpg)
'Only In India'
ସୋସିଆଲ ମିଡିଆରେ ଅନେକ କିଛି ଭିଡିଓ ଭାଇରାଲ ହୋଇଥାଏ । ପଶୁପକ୍ଷୀ, ପିଲାମାନଙ୍କ ହରକତ ଓ କିଛି ଲାଇଭ୍ ଦୁର୍ଘଟଣା ପରି ଅନେକ ଭିଡିଓ ନଜରକୁ ଆସିଥାଏ । ଲୋକମାନେ ଭିଡିଓଗୁଡ଼ିକୁ ଅଧିକ ପସନ୍ଦ କରିବା ସହ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର ମଧ୍ୟ କରିଥାଆନ୍ତି । ଆଉ ବର୍ତ୍ତମାନ ସେହିପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି ।
ଭିଡିଓଟିରେ ଏକ ଆଖୁ ବୋଝେଇ ଟ୍ରାକ୍ଟର ଦେଖିବାକୁ ମିଳୁଛି । ଯେଉଁଥିରେ ଓଭରଲୋଡିଂ ହୋଇଛି ଆଖୁ । ଟ୍ରାକ୍ଟରର ଡାଲାରେ ଏତେ ପରିମାଣର ଆଖୁ ଭର୍ତ୍ତି କରାଯାଇଛି ଯେ, ଟ୍ରାକ୍ଟରର ଆଗରେ ରହିଥିବା ଦୁଇଟି ଛୋଟ ଛୋଟ ଚକ ଉପରକୁ ଉଠିଯାଇଛି । ଆଉ ଡ୍ରାଇଭର ଜଣକ ଟ୍ରାକ୍ଟରଟିକୁ ଧୀରେ ଧୀରେ ଚଳାଉଛନ୍ତି ।
ସବୁଠାରୁ ବଡ଼ କଥା ହେଉଛି ଟ୍ରାକ୍ଟରଟି ଏକ ଉଠାଣି ରାସ୍ତାରେ ଉଠିବାକୁ ଚେଷ୍ଟା କରୁଛି । ଟ୍ରାକ୍ଟରଟିକୁ ଚଳାଉଥିବା ଡ୍ରାଇଭର ଜଣକ ଧୀରେ ଧୀରେ ଟ୍ରାକ୍ଟରଟିକୁ ଉପରକୁ ଉଠାଉଛନ୍ତି । ମାତ୍ର ଦୁଇଟି ଚକରେ ଗାଡ଼ିଟି ଧୀରେ ଧୀରେ ଗଡ଼ିବାକୁ ଲାଗୁଛି । ସେହି ରାସ୍ତା ଦେଇ ଅନେକ ଗାଡ଼ି ଯାତାୟାତ କରୁଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳୁଛି ।
ଟ୍ରାକ୍ଟର ଚାଳକଙ୍କ ଏପରି ଗାଡ଼ି ଚଳାଇବା ଶୈଳୀକୁ ମଧ୍ୟ କିଛି ଦେଖଣାହାରୀ ନିଜର ମୋବାଇଲ୍ରେ ଭିଡିଓ କରୁଥିବା ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ କିଛି ଗାଡ଼ି ଚାଳକ ଗାଡ଼ି ଅଟକାଇ ମଧ୍ୟ ଏହି ଭିଡିଓ କରିଛନ୍ତି । ବର୍ତ୍ତମାନ ଘଟଣାର ସମ୍ପୂର୍ଣ୍ଣ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ବିଶିଷ୍ଟ ଶିଳ୍ପପତି ହର୍ସ ଗୋଏଙ୍କା ଭିଡିଓଟିକୁ ଟ୍ୱିଟ୍ କରିଛନ୍ତି ।
ଏଯାଏ ଏହି ଭିଡିଓକୁ ୨ଲକ୍ଷ ୭୬ ହଜାରରୁ ଅଧିକ ଦର୍ଶକ ଦେଖିସାରିଥିବା ବେଳେ ଭିଡିଓଟିକୁ ୪ ହଜାରରୁ ଊର୍ଦ୍ଧ୍ୱ ଲାଇକ୍ ୬ଶହରୁ ଅଧିକ ରିଟ୍ୱିଟ୍ ମଧ୍ୟ ହୋଇଛି । ସେହିପରି ୩୦୪ଜଣ ଦର୍ଶକ ନିଜର ମତାମତ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)