• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବୟସ ସିନା ଛୋଟ, ହେଲେ କାମ କୌଣସି ବଡ଼ ଲୋକଙ୍କ ଠାରୁ କମ୍‌ ନୁହେଁ । ଝଡ଼ ବର୍ଷାରେ କମ୍ପୁଛି ପରିବେଶ । ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି ଲୋକେ । ପ୍ରବଳ ପବନ ସାଙ୍ଗକୁ ବର୍ଷା ଯେମିତି ସବୁକିଛି ମାଟିରେ ମିଶାଇ ଦେବାକୁ ଚେଷ୍ଟା କରୁଛି । ମାଣିଷ ତାର ପରିଶ୍ରମରେ କରିଥିବା ଧନକୁ ଖିନଭିନ୍‌ କରି ଉଜାଡ଼ି ଦେବାକୁ ପ୍ରୟାସ କରୁଛି ପବନ । ହେଲେ ସେହି ଝଡ଼-ପବନ ଭିତରୁ ଯେମିତି ଅଣ୍ଟା ସଳଖିବାକୁ ଚେଷ୍ଟା କରୁଛନ୍ତି ଜଣେ ମା’ ଆଉ ତା’ର କୁନିପୁଅ ।

ଦେଖନ୍ତୁ ଭିଡିଓ | ହୃଦୟ ଜିତୁଛି, କୁନିଝିଅ ଜୟନ୍ତୀ

ବର୍ଷା-ପବନକୁ ଖାତିର ନକରି ସବୁକିଛି ସଜାଡ଼ି ନେବାକୁ ଚେଷ୍ଟା କରୁଛନ୍ତି ମହିଳା । ଆଉ ତାରି ଭିତରେ ଜଣେ କୁନିପୁଅ ମା’କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି । ବର୍ଷା ଉଡ଼ାଇ ନେଉଥିବା ପାଲକୁ ଜାବୁଡ଼ି ଧରୁଛି କୁନିପୁଅ । ପରେ ପରେ ସେହି ପବନର ବେଗରେ ଦୌଡ଼ିଯାଇ ଏକ ଚେୟାରକୁ ମଧ୍ୟ ଟାଣିଟାଣି ଦୋକାନ ଭିତରକୁ ନେଇ ଆସୁଛି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାର ଲାଗିଛି ।

ଏପରି ଏକ ସୁନ୍ଦର ଭିଡିଓକୁ ନାଗାଲାଣ୍ଡର ପର୍ଯ୍ୟଟନ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ତେମଜେନ୍ ଇମ୍ନା ଏଲଂ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିବା ବେଳେ ଭିଡିଓଟି ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଭିଡିଓଟିର କ୍ୟାପସନେରେ ତେମଜେନ୍ ଲେଖିଛନ୍ତି, ଦାୟିତ୍ୱ ବୁଝିବା ପାଇଁ ବୟସର ଆବଶ୍ୟକତା ନାହିଁ । କେବଳ ପରିସ୍ଥିତି ଏହାକୁ ଶିଖାଇ ଦିଏ ବୋଲି ସେ ଭିଡିଓଟିର କ୍ୟାପସନରେ ଲେଖିଥିବା ଦେଖିବାକୁ ମିଳିଛି ।

ଟ୍ୱିଟରରେ ସେୟାର କରାଯାଇଥିବା ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୨ଲକ୍ଷ ୯୭ ହଜାରରୁ ଅଧିକ ଦର୍ଶକ ଦେଖିସାରିଥିବା ବେଳେ ୧,୬୭୮ଜଣ ୟୁଜର୍ସ ଭିଡିଓଟିକୁ ରିଟ୍ୱିଟ୍‌ କରିଛନ୍ତି । ସେହିପରି ୧୩ ହଜାରରୁ ଅଧିକ ଲାଇକ୍‌ ସହ ଅନେକ ଲୋକ ନିଜର ମତାମତ ଦେଇଥିବା ଦେଇଥିବା ଦେଖିବାକୁ ମିଳିଛି ।