କଟାମୁଣ୍ତ ଯୋଡ଼ିବ ରୋବୋଟ୍ ! ଭାଇରାଲ ହେଲା ଭିଡିଓ; ଦେଖନ୍ତୁ...

ଦେହରେ ଅନେକ ଅଙ୍ଗର ଟ୍ରାନ୍ସପ୍ଲାଣ୍ଟ ହେଉଥିବା କଥା ଆପଣମାନେ ଜାଣିଥିବେ । କିନ୍ତୁ କେବେ ଭାବିଛନ୍ତି କି, ଆପଣଙ୍କର ମୁଣ୍ତ ମଧ୍ୟ ଟ୍ରାନ୍ସପ୍ଲାଣ୍ଟ ହୋଇପାରିବ । ବୈଜ୍ଞାନିକମାନେ ଏପରି ଏକ ପଦ୍ଧତିର ବିକାଶ କରିବାକୁ ଯାଉଛନ୍ତି, ଯେଉଁଥିରେ ଗଣ୍ତିରୁ ମୁଣ୍ତ ଅଲଗା ହେବା ପରେ ମଧ୍ୟ ଏହାକୁ ଯୋଡ଼ି ହେବ ।

Head transplant

ଦେହରେ ଅନେକ ଅଙ୍ଗର ଟ୍ରାନ୍ସପ୍ଲାଣ୍ଟ ହେଉଥିବା କଥା ଆପଣମାନେ ଜାଣିଥିବେ । କିନ୍ତୁ କେବେ ଭାବିଛନ୍ତି କି, ଆପଣଙ୍କର ମୁଣ୍ତ ମଧ୍ୟ ଟ୍ରାନ୍ସପ୍ଲାଣ୍ଟ ହୋଇପାରିବ । ବୈଜ୍ଞାନିକମାନେ ଏପରି ଏକ ପଦ୍ଧତିର ବିକାଶ କରିବାକୁ ଯାଉଛନ୍ତି, ଯେଉଁଥିରେ ଗଣ୍ତିରୁ ମୁଣ୍ତ ଅଲଗା ହେବା ପରେ ମଧ୍ୟ ଏହାକୁ ଯୋଡ଼ି ହେବ ।

ଆମେରିକାର ନ୍ୟୁରୋ ସାଇନ୍ସ ଏବଂ ବାୟୋମେଟିକାଲ ଇଞ୍ଜିନିୟରିଂ ଷ୍ଟାର୍ଟଅପ୍ ‘ବ୍ରେନ୍ ବ୍ରିଜ୍’ ଦାବି କରିଛି ଯେ, ସେମାନେ ବିଶ୍ୱର ପ୍ରଥମ ହେଡ୍ ଟ୍ରାନ୍ସପ୍ଲାଣ୍ଟ ସିଷ୍ଟମ୍ ବିକଶିତ କରୁଛନ୍ତି । ମିଳିଥିବା ଡାଟା ଅନୁଯାୟୀ, ଏହି ମେସିନ ସ୍ନାୟୁ ବିଜ୍ଞାନ ସହ ମାନବ ଇଞ୍ଜିନିୟରିଂ ଏବଂ AI କ୍ଷେତ୍ରରେ ଉଲ୍ଲେଖନୀୟ ପାରିଦର୍ଶିତା ହାସଲ କରିପାରିଛି ।

ଅଧିକ ପଢ଼ନ୍ତୁ: ପାଣିରେ ରହିବା ପରେ ୧୦ ବର୍ଷ ସାନ ହୋଇଗଲେ ଏହି ବୈଜ୍ଞାନିକ...

ରୋବଟ ସାହାଯ୍ୟରେ ବ୍ରେନବ୍ରିଜ କିପରି ଭାବେ ହେଡ୍ ଟ୍ରାନ୍ସପ୍ଲାଣ୍ଟ କରିବ, ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା । ବର୍ତ୍ତମାନ ଏହା ଭାଇରାଲ ହେବାରେ ଲାଗିଛି । ଉକ୍ତ ଭିଡିଓରେ ଦୁଇଟି ସର୍ଜିକାଲ୍ ରୋବଟ୍ ଏକାସାଙ୍ଗରେ ଦୁଇଟି ଶରୀରରେ ହେଡ୍ ଟ୍ରାନ୍ସପ୍ଲାଣ୍ଟ କରୁଥିବା ଦେଖାଯାଇଛି । ଗୋଟିଏ ଶରୀରରୁ ମୁଣ୍ଡ କାଢ଼ି ନେଇ ଅନ୍ୟ ଗୋଟେ ଶରୀରରେ ଯୋଡ଼ିବାର ଦେଖାଯାଉଛି ।

ତେବେ ଏହି ଟେକ୍ନୋଲୋଜି ଯଦି ସତ ସାବ୍ୟସ୍ତ ହୁଏ, ତେବେ ରୋବୋଟମାନେ ମଧ୍ୟ ମାନବ ଶରୀର ଉପରେ କାର୍ଯ୍ୟ କରିପାରିବେ ବୋଲି କୁହାଯାଇଛି । ବ୍ରେନ୍ ବ୍ରିଜ୍ ଅନୁଯାୟୀ, ଏହି ସିଷ୍ଟମ୍ ହେଉଛି "ହେଡ୍ ଟ୍ରାନ୍ସପ୍ଲାଣ୍ଟ ସିଷ୍ଟମ୍ ପାଇଁ ଏକ ବୈପ୍ଳବିକ ଚିନ୍ତଧାରା । ଭଲ ଫଳାଫଳ ସହ ମୁଣ୍ଡ ଏବଂ ମୁଖ ପ୍ରତିରୋପଣ ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ପାଇଁ ଅତ୍ୟାଧୁନିକ ରୋବୋଟିକ୍ସ ଓ କୃତ୍ରିମ ବୁଦ୍ଧିମତାର ସାହାଯ୍ୟ ନିଆଯାଇଥାଏ ।

ତେବେ ଭିଡିଓଟି ପୋଷ୍ଟ ହେବା ପରେ ଭାଇରାଲ ହେବାରେ ଲାଗିଛି । ଅନେକ ପ୍ରତିକ୍ରିୟା ମଧ୍ୟ ମିଳିଛି । କେତେଜଣ ୟୁଜର୍ସ ଏହାକୁ ପ୍ରଶଂସା କରିଥିବା ବେଳେ ଅନ୍ୟ କେତେଜଣ ହାସ୍ୟାସ୍ପଦ ବୋଲି କହିଛନ୍ତି । ଜଣେ ବ୍ୟକ୍ତି ଲେଖିଛନ୍ତି, ଆଜି ପର୍ଯ୍ୟନ୍ତ କୌଣସି ଅସ୍ତ୍ରୋପଚାର କିମ୍ବା ଥେରାପୀ ଆବିଷ୍କାର ହୋଇପାରିନାହିଁ ଯାହା ସାହାଯ୍ୟରେ କଟିଯାଇଥିବା ମେରୁଦଣ୍ଡକୁ ଯୋଡ଼ା ଯାଇପାରିବ ।

ଅନ୍ୟଜଣେ କହିଛନ୍ତି, ଏହା କେବଳ ଗୋଟେ ରୋବଟ୍; ମଣିଷ ନୁହେଁ । ରୋବୋଟ କିପରି ଭାବେ ନ୍ୟୁରୋ ସର୍ଜରୀ, ପ୍ଲାଷ୍ଟିକ୍ ସର୍ଜରୀ, ଟ୍ରାକୋଷ୍ଟୋମି, ଭାସ୍କୁଲାର୍ ସର୍ଜରୀ, ଆନାସ୍ଥେସିଆ ଆଦି ଏକା ସାଙ୍ଗରେ କରିପାରିବ । ଏହା ଆଜି ପର୍ଯ୍ୟନ୍ତ ମଣିଷ ମଧ୍ୟ କରିପାରିନାହିଁ ।

ଅଧିକ ପଢ଼ନ୍ତୁ: ବାକ୍‌ଶକ୍ତି ହରାଇଥିବା ବ୍ୟକ୍ତିଙ୍କ ପାଇଁ ବରଦାନ; ଭାବନା ପଢି ସଙ୍ଗେସଙ୍ଗେ ଅନୁବାଦ କରିବ ମେସିନ୍‌!