• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସଠିକ ତଥ୍ୟ ଦେଉଛି ଦୁଇ ବନ୍ଧୁଙ୍କ ପାଣିପାଗ ସୂଚନା ଯନ୍ତ୍ର

  • କେଉଁ ସମୟରେ ବର୍ଷା ହେବ, ଆଗୁଆ କହୁଛି . .

ବିନିକା (ଦିଲ୍ଲୀପ କୁମାର ସାହୁ) : କେଉଁ ସମୟରେ ବର୍ଷା ହେବ ? କେତେ ରହିବ ବର୍ଷା ପରିମାଣ ? କେଉ ସମୟରେ ପବନ ବହିବ ? ପୂର୍ବାନୁମାନ କରି ଚାଷୀଙ୍କୁ ସଠିକ୍ ତଥ୍ୟ ଦେଉଛି ପାଣିପାଗ ସୂଚନା ଯନ୍ତ୍ର । ଚାଷୀଙ୍କ ପାଇଁ ଏପରି ଯନ୍ତ୍ର ତିଆରି କରିଛନ୍ତି ବରଗଡ଼ର ଦୁଇବନ୍ଧୁ । ବର୍ତ୍ତମାନ ଓ ପୂର୍ବାନୁମାନ କରିପାରୁଛି ସୂଚନା ଇନ୍‌ଫାର୍ମି ଯନ୍ତ୍ର । ଫଳରେ ହାତ ପାହାନ୍ତାରେ ଚାଷୀମାନେ ଆଗୁଆ ପାଣିପାଗ ସୂଚନା ପାଉଛନ୍ତି । ଆଉ ଆଗାମୀ କାର୍ଯ୍ୟପନ୍ଥା ପାଇଁ ପ୍ରସ୍ତୁତି କରୁଛନ୍ତି, ଅନ୍ୟପଟେ ଏହି ଯନ୍ତ୍ର ପାଇଁ ଚାଷୀମାନେ କ୍ଷତିରେ ପଡୁନାହାନ୍ତି ।

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବଡକରଲେ ପଞ୍ଚାୟତ ସିଆଳନାଲି ଗାଁର ଉଭିଦ ବିଜ୍ଞାନ ଛାତ୍ର ଅର୍ଜୁନ ମାଝୀ ଏବଂ ବରଗଡ ଜିଲ୍ଲା ତୋରା ଗାଁର କମ୍ପ୍ୟୁଟର ବିଜ୍ଞାନ ଛାତ୍ର ସିଦ୍ଧେଶ ସାହୁ । ଦୁଇବନ୍ଧୁ ଚାଷୀଙ୍କ ଦୁଃଖ ବୁଝି ନୂଆ ଯନ୍ତ୍ର ତିଆରି କରିଛନ୍ତି । ବରଗଡରେ ପ୍ରଥମ ଥର ପରସ୍ପର ଭିତରେ ଦେଖାସାକ୍ଷାତ ହୋଇଥିଲା । ଆଉ ଉଭୟଙ୍କ ପାଖରେ ଥିବା ପ୍ରଯୁକ୍ତି ଓ କୃଷି ସମ୍ପର୍କୀତ ଜ୍ଞାନକୁ ଉପଯୋଗ କରି ଚାଷୀ ତଥା ଲୋକଙ୍କ ଜୀବନଶୈଳୀ କିଭଳି ପରିବର୍ତ୍ତନ ଅଣାଯାଇ ପାରିବ ସେ ଦିଗରେ ଆଳୋଚନା କରିଥିଲେ ।

ସିଆଳନାଲି ଗାଁରେ ଏକାଠି ରହି ତିନିମାସ ହେଲା ବିଭିନ୍ନ ଉପକରଣ ଯୋଗାଣ କରି ତିଆରି କରିଛନ୍ତି ସ୍ୱତନ୍ତ୍ର ଯନ୍ତ୍ର । ଏହି ଯନ୍ତ୍ର ଦ୍ୱାରା ମୃତିକା ସଂରକ୍ଷଣ, ଜମି ସର୍ବେକ୍ଷଣ, ଫସଳ, ଖାଦ୍ୟସାର ପରିଚାଳନା ସମ୍ପର୍କୀତ ସୂଚନା ମିଳୁଛି । ଆଗାମୀ ଦିନରେ ଏହା ଚାଷୀଙ୍କୁ ସହଯୋଗ କରିବ ବୋଲି ସେମାନେ କହିଛନ୍ତି ।

ତେବେ ଏବେ ରାତି ପାହିଲେ ପାଣିପାଗ ସୂଚନା ଜାଣିବା ପାଇଁ ସିଆଳନାଲି ଗାଁରେ ଆଖପାଖ ଗାଁରୁ ଆସୁଥିବା ଚାଷୀଙ୍କ ଭିଡ ଜମୁଛି । ଦୁଇବନ୍ଧୁ ସାତଦିନ ପାଇଁ ସଠିକ୍ ସୂଚନା ତଥ୍ୟ କାନ୍ଥରେ ଲଗାଇ ଦେଉଥିବାରୁ ଚାଷୀମାନେ ଏଠାକୁ ଆସି ପାଣିପାଗ ବିଷୟରେ ପାଉଛନ୍ତି ।

ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପରୀକ୍ଷା ନିରୀକ୍ଷା କରି ଯନ୍ତ୍ରର ସଠିକତା କିପରି ବଜାର ରହିବ, ସେନେଇ ଦିନରାତି ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ଏଇ ଦୁଇବନ୍ଧୁ । ତେବେ ଏଇ ଯନ୍ତ୍ର ତିଆରିକରି ଏଇ ଦୁଇବନ୍ଧୁ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ବିଭିନ୍ନ ମହଲରେ ଦାବି ହେଉଛି ।