Advertisment

୨୦ ବର୍ଷ ପରେ ଆଉ ଆକାଶରେ ଦିଶିବନି ତାରା !

୨୦ ବର୍ଷ ପରେ ରାତି ଆକାଶରେ ଆଉ ଦିଶିବନି ତାରା ! କାରଣ ଅଳ୍ପ କିଛି ଦଶନ୍ଧି ପରେ ହୁଏତ ରାତି ଆକାଶରେ ଆଉ ତାରା ଦେଖାଯିବନି। ଗବେଷକମାନେ ଏଭଳି ଆକଳନ କରିବା ପଛର କାରଣ ହେଉଛି ଆଲୋକ ପ୍ରଦୂଷଣ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Light Pollution Effects On Stars

Stars could be invisible within 20 years due to light pollution

ରାତି ଆକାଶରେ ମିଞ୍ଜି ମିଞ୍ଜି ହେଉଥିବା ତାରାକୁ ଦେଖିବା ପାଇଁ କାହାକୁ ବା ଭଲ ନଲାଗେ। ହେଲେ ୨୦ ବର୍ଷ ପରେ ରାତି ଆକାଶରେ ଆଉ ଦିଶିବନି ତାରା ! କାରଣ ଅଳ୍ପ କିଛି ଦଶନ୍ଧି ପରେ ହୁଏତ ରାତି ଆକାଶରେ ଆଉ ତାରା ଦେଖାଯିବନି। ଗବେଷକମାନେ ଏଭଳି ଆକଳନ କରିବା ପଛର କାରଣ ହେଉଛି ଆଲୋକ ପ୍ରଦୂଷଣ। କୃତ୍ରିମ ଆଲୋକ ଦ୍ୱାରା ରାତି ଆକାଶର ଅନ୍ଧକାର ହ୍ରାସ ପାଇବାରେ ଲାଗିଛି। ୧୯୭୦ ମସିହାରେ ପ୍ରଥମେ ଆଲୋକ ପ୍ରଦୂଷଣ ଉପରେ ଗୁରୁତ୍ୱ ଦିଆଯାଇଥିଲେ ବି, ଏବେ ଏହା ଚିନ୍ତାଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଖାସ୍ କରି ସହରାଞ୍ଚଳରେ।

Advertisment

ଅଧିକ ପଢ଼ନ୍ତୁ: ବ୍ଲାକ୍ ହୋଲ୍‌ରେ ଭୟଙ୍କର ବିସ୍ଫୋରଣ; ବୈଜ୍ଞାନିକ କହିଲେ ପୃଥିବୀ ପ୍ରତି ବିପଦ !

ରାତି ଆକାଶରେ ମିଟି ମିଟି କରୁଥିବା ତାରା, ସପ୍ତର୍ଷିମଣ୍ଡଳ ଆଦି ତାରାପୁଞ୍ଜ, ଉତ୍ତର ଆକାଶର ଧ୍ରୁବ ତାରା ଓ ଅଗଣିତ ଗ୍ରହ ନକ୍ଷତ୍ରର ଉପସ୍ଥିତି... ହୁଏତ ଆଉ କିଛି ବର୍ଷ ପରେ ଏସବୁ ଇତିହାସ ପାଲଟିବ। ୨୦ ବର୍ଷ ପରେ ରାତି ଆକାଶରେ ଆଉ ଦିଶିବନି ତାରା ! ତାରାଶୂନ୍ୟ ହେବ ଦୁଇ ଦଶନ୍ଧି ପରର ନଭମଣ୍ଡଳ ! ଆଉ ଆକାଶର ତାରାକୁ ଲୁଚାଇ ଦେବ ଆଲୋକ ପ୍ରଦୂଷଣ ! ଜଳ, ବାୟୁ, ମୃତ୍ତିକା ଓ ଶବ୍ଦ ପ୍ରଦୂଷଣ ଭଳି ସାରା ବିଶ୍ୱରେ ଆଲୋକ ପ୍ରଦୂଷଣ ବି ଦ୍ରୁତ ଗତିରେ ବଢ଼ି ଚାଲିଥିବା ବେଳେ ପ୍ରକୃତିପ୍ରେମୀଙ୍କ ମଧ୍ୟରେ ଉଦ୍‌ବେଗ ସୃଷ୍ଟି କରିଛି ଗବେଷକଙ୍କର ଏଭଳି ଚାଞ୍ଚଲ୍ୟକର ଆକଳନ।

Advertisment

୨୦ ବର୍ଷ ପରେ ରାତି ଆକାଶରେ ଆଉ ଦିଶିବନି ତାରା !

ଗବେଷକମାନେ ଆଶଙ୍କା କରୁଛନ୍ତି ଯେ, ଆଉ ମାତ୍ର ୨୦ ବର୍ଷ ମଧ୍ୟରେ ରାତି ଆକାଶରେ ବ୍ରହ୍ମାଣ୍ଡକୁ ଦେଖିବାର କ୍ଷମତା ହରାଇପାରେ ମାନବଜାତି। ରାତି ଆକାଶର ତାରକାମୟ ମନଲୋଭା ଦୃଶ୍ୟ ଦେଖିବାରୁ ବଞ୍ଚିତ ହୋଇପାରେ ଆଗାମୀ ପୀଢ଼ି। ବିଗତ ବେଶ୍ କିଛି ବର୍ଷ ଧରି ଆଲୋକ ପ୍ରଦୂଷଣ ବହୁମାତ୍ରାରେ ବଢ଼ିବାରେ ଲାଗିଛି । ତେବେ ଲାଇଟ୍ ଏମିଟିଂ ଡାୟଡ୍ ବା ଏଲ୍ଇଡିର ବ୍ୟବହାର ବୃଦ୍ଧି ସହ ସ୍ଥିତି ଆହୁରି ସଙ୍ଗୀନ ହେବାରେ ଲାଗିଛି । ୨୦୧୧ରୁ ୨୦୨୨ ମଧ୍ୟରେ ଆଲୋକ ପ୍ରଦୂଷଣ ରାତି ଆକାଶକୁ ବାର୍ଷିକ ୧୦% ହାରରେ ଉଜ୍ଜ୍ୱଳ କରିଚାଲିଛି । ଏହାକୁ ରୋକିବା ଦିଗରେ ଏବେଠୁ କୌଣସି ପଦକ୍ଷେପ ନିଆ ନଗଲେ ଆଉ ଦୁଇ ଦଶନ୍ଧି ପରେ ରାତି ଆକାଶରେ ତାରା ଦେଖିବା ଅସମ୍ଭବ ହୋଇପଡ଼ିବ ବୋଲି ଚେତାଇ ଗବେଷକ ଦେଇଛନ୍ତି।

ଆକାଶଗଙ୍ଗା ଛାୟାପଥ ବା ମିଲ୍କି-ୱେ ଗାଲେକ୍ସି। ଏହି ଛାୟାପଥର ଅସଂଖ୍ୟ ନକ୍ଷତ୍ର ମଧ୍ୟରୁ ଗୋଟିଏ ହେଉଛି ସୂର୍ଯ୍ୟ। ତେବେ ମହାକାଶ ବିଜ୍ଞାନୀମାନେ ସୂଚନା ଦେଇଛନ୍ତି ଯେ, ୨୦୧୬ ମସିହା ପରଠୁ ଆକାଶଗଙ୍ଗା ଛାୟାପଥ ବା ମିଲ୍କି-ୱେ ଗାଲେକ୍ସି ବିଶ୍ୱର ଏକ ତୃତୀୟାଂଶ ଜନସଂଖ୍ୟାକୁ ଦୃଶ୍ୟମାନ ହେଉନାହିଁ। ଜର୍ମାନ୍ ସେଣ୍ଟର ଫର୍ ଜିଓସାଇନ୍ସର ବୈଜ୍ଞାନିକ କ୍ରିଷ୍ଟଫର୍ କ୍ୟାବା ଏକ ଉଦାହରଣ ଦେଇ କହିଛନ୍ତି ଯେ, ଯଦି ଗୋଟିଏ ଶିଶୁ ଜନ୍ମ ହେବା ବେଳକୁ ସେହି ଅଞ୍ଚଳର ରାତି ଆକାଶରେ ୨୫୦ଟି ତାରା ଦେଖାଯାଉଥାଏ, ତେବେ ସେ ୧୮ ବର୍ଷର ଯୁବକ ହେଲା ବେଳକୁ ହୁଏତ ଆକାଶରେ ମାତ୍ର ଶହେଟି ତାରା ଦେଖିପାରିବ।

ଆକାଶର ତାରାକୁ ଲୁଚାଇ ଦେବ ଆଲୋକ ପ୍ରଦୂଷଣ !

କୃତ୍ରିମ ଆଲୋକ ଦ୍ୱାରା ରାତି ଆକାଶର ଅନ୍ଧକାର ହ୍ରାସ ପାଇବାରେ ଲାଗିଛି । ଏହାକୁ ଆଲୋକ ପ୍ରଦୂଷଣ କୁହାଯାଉଛି । ସହରାଞ୍ଚଳରେ ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳୁଛି। ୧୯୭୦ ମସିହାରେ ପ୍ରଥମେ ଆଲୋକ ପ୍ରଦୂଷଣ ଉପରେ ଗୁରୁତ୍ୱ ଦିଆଯାଇଥିଲା । କାହିଁକି ରାତି ଆକାଶରୁ ଉଭେଇ ଯିବ ତାରା ? ଆଲୋକ ପ୍ରଦୂଷଣ ବୃଦ୍ଧି ପଛର କାରଣ କ’ଣ ? ସୂଚନା ଅନୁସାରେ, ଲାଇଟ୍ ଏମିଟିଂ ଡାୟଡ୍ ବା ଏଲ୍ଇଡି ଏବଂ ଅନ୍ୟ ଅତ୍ୟଧିକ ଉଜ୍ୱଳ ଆଲୋକର ବହୁଳ ବ୍ୟବହାର ଯୋଗୁ ମାତ୍ରାଧିକ ବୃଦ୍ଧି ପାଉଛି ଆଲୋକ ପ୍ରଦୂଷଣ।

ବାହ୍ୟ ଆଲୋକ, ଷ୍ଟ୍ରିଟ୍‌ ଲାଇଟ୍‌, ବିଜ୍ଞାପନ ହୋର୍ଡିଂ ଓ ସାଇନ ବୋର୍ଡ ଏବଂ ଷ୍ଟାଡିୟମ ଓ ଅନ୍ୟ ସ୍ପୋର୍ଟିଂ ଭେନ୍ୟୁ ଆଦିରେ ଲାଗୁଥିବା ଉଚ୍ଚ ଶକ୍ତି ସମ୍ପନ୍ନ ଏଲ୍‌ଇଡି ଲାଇଟ୍‌ ରାତି ଆକାଶକୁ ଅଧିକ ଉଜ୍ୱଳ କରୁଛି। ଏଲ୍‌ଇଡି ଅଳ୍ପ ବିଦ୍ୟୁତ ଆବଶ୍ୟକ କରୁଥିଲେ ମଧ୍ୟ ଏହା ଅଧିକ କ୍ଷୁଦ୍ର ତରଙ୍ଗ ଦୈର୍ଘ୍ୟ ବା ସର୍ଟ ୱେଭଲେଂଥ୍ ବିଶିଷ୍ଟ ନୀଳ ଆଲୋକ ସୃଷ୍ଟି କରୁଛି । ଯାହାକି ବାୟୁମଣ୍ଡଳରେ ଖେଳାଇ ହୋଇ ଯାଉଛି ଏବଂ ଆକାଶକୁ ଅଧିକ ଉଜ୍ଜ୍ୱଳ କରୁଛି। ପରିବେଶ, ଜୀବଜନ୍ତୁ ଓ ମଣିଷ ଉପରେ ଆଲୋକ ପ୍ରଦୂଷଣର ଅନେକ କୁପ୍ରଭାବ ରହିଛି।

ଦିଗ ଜାଣିବା ପାଇଁ ଚନ୍ଦ୍ରାଲୋକ ଉପରେ ନିର୍ଭର କରୁଥିବା ପକ୍ଷୀ ଓ ସାମୁଦ୍ରିକ କଇଁଛଙ୍କୁ ଆଲୋକ ପ୍ରଦୂଷଣ ଭ୍ରମିତ କରେ ଓ ସେମାନଙ୍କ ପାଇଁ ବିପଦ ଡାକି ଆଣେ। ଏଥିଯୋଗୁ ଅନେକ ପକ୍ଷୀ ମୃତ୍ୟୁମୁଖରେ ପଡ଼ନ୍ତି ଏବଂ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ପ୍ରଭାବିତ ହୁଏ । ବାଦୁଡ଼ି ଆଦି ପ୍ରାଣୀ ମଧ୍ୟ ସମସ୍ୟାରେ ପଡ଼ନ୍ତି । ଅଧିକାଂଶ କୀଟର ଜୀବନଚକ୍ର ଓ ବଂଶବୃଦ୍ଧି ଉପରେ ଏହା କୁପ୍ରଭାବ ପକାଏ । 

ଆଉ କିଛି ଗବେଷକଙ୍କ ମତରେ, ନାଲି ରଙ୍ଗର ଆଲୋକ ଆମ ଶରୀର ଉପରେ ପଡ଼ିଲେ ରକ୍ତରେ ଅଧିକ ଶର୍କରା ବିଘଟିତ ହୋଇଥାଏ ଏବଂ ମେଲାଟୋନିନ୍ ଅଧିକ ମାତ୍ରାରେ ସୃଷ୍ଟି ହୁଏ । ହେଲେ ଏଲ୍‌ଇଡି ଲାଇଟ୍‌ରେ ଲୋହିତ ରଶ୍ମୀ ନଥିବା ଯୋଗୁ ମେଦବହୁଳତା ଓ ମଧୁମେହ ମାତ୍ରା ବୃଦ୍ଧି ପାଉଛି ବୋଲି ସେମାନେ ଦାବି କରିଛନ୍ତି । ମଣିଷର ନିଦ୍ରା ଓ ଜୈବିକ ଘଡ଼ିକୁ ମଧ୍ୟ ଏହା ପ୍ରଭାବିତ କରିଥାଏ।

କିପରି ହ୍ରାସ ପାଇବ ଆଲୋକ ପ୍ରଦୂଷଣ ?

ଆବଶ୍ୟକତା ଅନୁସାରେ, ସ୍ୱଳ୍ପ ବାହ୍ୟ ଆଲୋକୀକରଣ, ଏଲ୍‌ଇଡି ଲାଇଟକୁ ତଳ ଆଡ଼କୁ ମୁହାଁଇଲେ ଏବଂ ଉପରକୁ ବା ଆବଶ୍ୟକତା ନଥିବା ଦିଗକୁ ଯେପରି ଆଲୋକ ବିଚ୍ଛୁରିତ ନହୁଏ ସେଥିପ୍ରତି ଯତ୍ନବାନ ହେଲେ, ଆଲୋକର ଉଜ୍ଜ୍ୱଳତା ଆବଶ୍ୟକତା ଅନୁସାରେ କମ୍ ରଖିଲେ ଏବଂ ନୀଳ ଓ ଧଳା ସହିତ ନାଲି ଓ କମଳା ରଙ୍ଗର ଆଲୋକ ବ୍ୟବହାର କଲେ ଆଲୋକ ପ୍ରଦୂଷଣକୁ କିଛି ମାତ୍ରାରେ ହ୍ରାସ କରାଯାଇପାରିବ।

Stars
Advertisment
Advertisment