Advertisment

Axiom-4 Mission: ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ସ୍ପେଶ୍ ସେଣ୍ଟରରେ ପହଞ୍ଚିଲେ ଶୁଭାଂଶୁ

ମହାକାଶ ଗବେଷଣା ‍କ୍ଷେତ୍ରରେ ଇତିହାସ ରଚିଲା ଭାରତ । ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ସ୍ପେଶ୍ ସେଣ୍ଟରରେ ପହଞ୍ଚିଲେ ଶୁଭାଂଶୁ ଶୁକ୍ଲା । ଆକ୍ସିଅମ-୪ ମିଶନ ସଫଳତାର ସହ ସଫ୍ଟ ଡକିଂ ଶେଷ କରିଛି ।

ଅଦ୍ୟତନ ହୋଇଛି
Axiom-4 Mission

Axiom-4 Mission

Advertisment

ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ (ISS) ଶୁଭାଂଶୁ ଶୁକ୍ଳା । ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ପହଞ୍ଚି ଇତିହାସ ରଚିଛନ୍ତି ଶୁଭାଂଶୁ । ଆକ୍ସିଅମ-୪ ମିଶନର ସଫଳତାର ସହ ସଫ୍ଟ ଡକିଂ ହୋଇଛି । ପ୍ରାୟ ଅଢ଼େଇ ଘଣ୍ଟା ଧରି ଡକିଂ ପ୍ରକ୍ରିୟା ଚାଲିଥିଲା । ଡକିଂ ଶେଷ ହେବା ପରେ ଶୁଭାଂଶୁଙ୍କ ସମେତ ୪ ମହାକାଶଚାରୀ ସ୍ପେଶ୍ ଷ୍ଟେସନରେ ପାଦ ରଖିଛନ୍ତି । ସେପଟେ ସ୍ପେସଏକ୍ସ ଡ୍ରାଗନ କ୍ୟାପସୁଲର ଡକିଂ ଦେଖି ଭାବବିହ୍ୱଳ ହୋଇଛନ୍ତି ଶୁଭାଂଶୁଙ୍କ ପରିବାର ।

Advertisment

ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ପାଇଁ ଏହା ଏକ ଐତିହାସିକ ସଫଳତା । ଦୀର୍ଘ ୪୧ ବର୍ଷ ପରେ ମହାକାଶରେ ପାଦ ରଖିଛନ୍ତି ଆଉ ଜଣେ ଭାରତୀୟ । ୧୯୪୮ରେ ୱିଙ୍ଗ୍ କମାଣ୍ଡର ରାକେଶ ଶର୍ମା ପ୍ରଥମ ଭାରତୀୟ ଭାବେ ମହାକାଶକୁ ଯାତ୍ରା କରିଥିଲେ । ସୋଭିଏତ ଅଭିଯାନର ଏକ ଅଂଶ ଭାବରେ ସେ ମହାକାଶକୁ ଯାଇଥିଲେ । ବର୍ତ୍ତମାନ ଭାରତୀୟ ବାୟୁସେନାର ପାଇଲଟ୍ ଗ୍ରୁପ କ୍ୟାପ୍ଟେନ ୩୯ ବର୍ଷୀୟ ଶୁଭାଂଶୁ ଶୁକ୍ଲା ଦ୍ୱିତୀୟ ଭାରତୀୟ ଭାବେ ମହାକାଶକୁ ଯାତ୍ରା କରିଥିବା ବେଳେ ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ପହଞ୍ଚିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ଆକ୍ସିଅମ୍-୪ ମିଶନରେ ଶୁଭାଂଶୁଙ୍କ ସହ ଯାଇଛି କୁନି ମହାକାଶଚାରୀ

ଶୁଭାଂଶୁ ଶୁକ୍ଲାଙ୍କ ସହ ୩ ମହାକାଶଚାରୀ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ୧୪ ଦିନ ରହିବେ । ଅନ୍ୟ ମହାକାଶଚାରୀ ହେଲେ ଆମେରିକାର କମାଣ୍ଡର ପେଗି ହ୍ୱିଟସନ, ପୋଲାଣ୍ଡର ବିଶେଷଜ୍ଞ ସ୍ଲାଓଜ ଉଜନାନସ୍କି-ୱିସ୍ନିୱିସ୍କିଓ ହଙ୍ଗେରୀର ଟିବୋର କାପୁ । ଏହି ମହାକାଶ ଅଭିଯାନରେ ସେମାନେ ୬୦ଟି ବୈଜ୍ଞାନିକ ପରୀକ୍ଷଣ କରିବେ । ସେଥିରୁ ୭ଟି ଗୁରୁତ୍ବପୂର୍ଣ୍ଣ ସାଇଣ୍ଟିଫିକ୍ ଏକ୍ସପେରିମେଣ୍ଟ ପାଇଁ ପ୍ରସ୍ତାବ ଦେଇଛି ଇସ୍ରୋ, ଯାହାର ମଙ୍ଗ ଧରିବେ ନିଜେ ଶୁଭାଂଶୁ । ଏଥିସହ ଗଗନଯାନ ଓ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ପାଇଁ ଅଭିଜ୍ଞତା ସାଉଁଟିବେ । 

ଗତ କାଲି ଭାରତୀୟ ସମୟ ଦିନ ୧୨ଟା ୧ରେ ଲଞ୍ଚ ହୋଇଥିଲା ଆକ୍ସିଅମ୍-୪ ମିଶନ । ଆମେରିକାର ଫ୍ଲୋରିଡାର କେନେଡ଼ି ସ୍ପେଶ୍ ସେଣ୍ଟରର ଲଞ୍ଚ କମ୍ପ୍ଲେକ୍ସ ୩୯A ରୁ ଉତକ୍ଷେପଣ ହୋଇଥିଲା ‘ସ୍ପେଶ୍ ଏକ୍ସ୍'ର ଶକ୍ତିଶାଳୀ ଫାଲକନ୍-୯ ରକେଟ୍ । ୨୮ ଘଣ୍ଟାର ଉଡାଣ ପରେ ଶୁଭାଂଶୁ ଶୁକ୍ଲା ଓ ତାଙ୍କ ଟିମ୍‌ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ପହଞ୍ଚିଛନ୍ତି ।

Advertisment
International Space Station
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ