Advertisment

Historic All-Women Space Mission: ମିଶନ NS-31କୁ ଐତିହାସିକ ସଫଳତା; ମହାକାଶ ବୁଲି ଫେରିଲେ ପପ୍ ଷ୍ଟାର୍ କେଟ୍ଟି ପେରୀ

ମହିଳା ମହାକାଶଯାତ୍ରୀମାନେ ଶବ୍ଦଠାରୁ ତିନି ଗୁଣ ଅଧିକ ବେଗରେ ମହାକାଶକୁ ଯାଇଥିଲେ। ପୃଥିବୀଠାରୁ ୬୨ କିଲୋମିଟର ଉପରେ ପ୍ରାୟ ୨ ମିନିଟ୍ ମାଇକ୍ରୋ ଗ୍ରାଭିଟି ଅନୁଭବ କରିବା ସହ ମହାକାଶରୁ ପୃଥିବୀକୁ ଦେଖିପାରିଥିଲେ।

ଅଦ୍ୟତନ ହୋଇଛି
Netizens Bash

Netizens Bash

Advertisment

ଏକାସାଙ୍ଗେ ମହାକାଶ ବୁଲି ଫେରିଲେ ଆମେରିକୀୟ ପପ୍ ଷ୍ଟାର୍ କେଟ୍ଟି ପେରୀ। ୬ ମହିଳା। ୧୧ ମିନିଟରେ ଯାତ୍ରା କଲେ ପ୍ରାୟ ୨୦୦ କିଲୋମିଟର। ପ୍ରଥମ ଘରୋଇ ଅଲ୍-ୱିମେନ୍ ସ୍ପେଶ୍ ମିଶନ NS-31ରେ ସଫଳତାର ସହ ମହାକାଶ ବୁଲି ପୃଥିବୀ ପୃଷ୍ଠରେ ଅବତରଣ କରିଛନ୍ତି ପ୍ରଖ୍ୟାତ କଣ୍ଠଶିଳ୍ପୀ କେଟ୍ଟିଙ୍କ ସମେତ ୬ଜଣ ମହିଳା ମହାକାଶଯାତ୍ରୀ। ଅବତରଣ କରିବା ପରେ ସମସ୍ତେ ଖୁସିରେ ନାଚି ଉଠିଥିଲେ।

Advertisment

ଅଧିକ ପଢ଼ନ୍ତୁ: ପ୍ରଥମ ଥର ବିନା ପୁରୁଷ କ୍ରୁରେ ସ୍ପେଶ୍ ମିଶନ: ଆଜି ମହାକାଶକୁ ଯିବେ ପପ୍ ଷ୍ଟାର୍ କେଟ୍ଟି ପେରୀ... 

ମହିଳା ମହାକାଶଯାତ୍ରୀମାନେ ଶବ୍ଦଠାରୁ ତିନି ଗୁଣ ଅଧିକ ବେଗରେ ମହାକାଶକୁ ଯାଇଥିଲେ। ପୃଥିବୀଠାରୁ ୬୨ କିଲୋମିଟର ଉପରେ ପ୍ରାୟ ୨ ମିନିଟ୍ ମାଇକ୍ରୋ ଗ୍ରାଭିଟି ଅନୁଭବ କରିବା ସହ ମହାକାଶରୁ ପୃଥିବୀକୁ ଦେଖିପାରିଥିଲେ। ପ୍ରାୟ ୧୧ ମିନିଟ୍ ଅବଧିରେ ମହାକାଶର ସୀମା କୁହାଯାଉଥିବା କାର୍ମନ୍ ଲାଇନ୍ ଅତିକ୍ରମ କରିବା ପରେ, ପୁଣି ପୃଥିବୀ ପୃଷ୍ଠକୁ ଫେରି ଆସିଥିଲେ।

Advertisment

ଐତିହାସିକ ମିଶନରେ ସାମିଲ ଥିଲେ କେଟ୍ଟିଙ୍କ ସମେତ ବ୍ଲୁ ଅରିଜିନ୍ ପ୍ରତିଷ୍ଠାତା ତଥା ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ଜେଫ୍ ବେଜୋସଙ୍କ ଭାବି ପତ୍ନୀ ଲରେନ୍ ସାନ୍ସେଜ୍, ଟିଭି ସାମ୍ବାଦିକା ଗେଲ୍ କିଙ୍ଗ୍, ଦୁଇ ବୈଜ୍ଞାନିକ ଆମାଣ୍ଡା ଓ ଆଇଶା ଏବଂ ଫିଲ୍ମ ପ୍ରଯୋଜିକା କେରିଆନ୍ ଫ୍ଲିନ୍। ପୂର୍ବରୁ ୧୯୬୩ ମସିହାରେ ଏକାକୀ ମହାକାଶକୁ ଯାତ୍ରା କରିଥିଲେ ରୁଷୀୟ ଇଞ୍ଜିନିୟର ଭାଲେଣ୍ଟିନା ତେରେସ୍କୋଭା।

ଅଧିକ ପଢ଼ନ୍ତୁ: ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଉ ପାଦେ ଆଗେଇବ ଭାରତ, ମହାକାଶରେ ଯୋଗ କରିବେ ଭାରତୀୟ ମହାକାଶଚାରୀ

Advertisment
Space Mission Blue Origin Katy Perry
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ