Advertisment

ଚନ୍ଦ୍ରପୃଷ୍ଠରେ କାରରେ ବୁଲିବେ ମହାକାଶଚାରୀ, ଗାଡ଼ି ନିର୍ମାଣ ପାଇଁ ଏହି ୩ କମ୍ପାନୀଙ୍କୁ ଦାୟିତ୍ୱ ଦେଲା ନାସା

ଏହି ତିନୋଟି କମ୍ପାନୀ ବର୍ତ୍ତମାନ ନାସାର ଆର୍ଟେମିସ୍ ମୁନ୍‌ ମିଶନ ପାଇଁ ଲୁନାର ରୋଭର ନିର୍ମାଣ କରିବେ। ଏହି ରୋଭରଗୁଡିକ ବ୍ୟବହାର କରି ମହାକାଶଚାରୀମାନେ ଚନ୍ଦ୍ର ପୃଷ୍ଠରେ ଅଧିକ ଦୂରତା ଯାଇ ଅଧିକ ଗବେଷଣା କରିବାକୁ ସମର୍ଥ ହେବେ।

ଅଦ୍ୟତନ ହୋଇଛି
NASA Artemis Lunar Terrain Vehicle

Moon Mission

Advertisment

ଚନ୍ଦ୍ରପୃଷ୍ଠରେ ଚାଲିବ କାର । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଏହା ସତ । ଚନ୍ଦ୍ରପୃଷ୍ଠରେ ଅଧିକ ଦୂରତା ଯାତ୍ରା କରିବା ପାଇଁ ମହାକାଶଚାରୀଙ୍କ ପାଇଁ ସ୍ୱତନ୍ତ୍ର କାର ତିଆରି କରୁଛି ନାସା । ଏହି କାର୍ଯ୍ୟ ପାଇଁ ନାସା ତିନୋଟି କମ୍ପାନୀ ଚୟନ କରିଛି । ଇଣ୍ଟୁଏଟିଭ୍ ମେସିନ୍, ଲୁନାର ଆଉଟପୋଷ୍ଟ ଏବଂ ଭେଣ୍ଟୁରି ଆଷ୍ଟ୍ରୋଲାବ୍‌କୁ ନାସା ଲୁନାର ଟେରେନ୍ ଭେଇକିଲ୍‌ (LTV) ନିର୍ମାଣ କରିବାକୁ ଦାୟିତ୍ୱ ଦେଇଛି ।

Advertisment

ଏହି ତିନୋଟି କମ୍ପାନୀ ବର୍ତ୍ତମାନ ନାସାର ଆର୍ଟେମିସ୍ ମୁନ୍‌ ମିଶନ ପାଇଁ ଲୁନାର ରୋଭର ନିର୍ମାଣ କରିବେ। ଏହି ରୋଭରଗୁଡିକ ବ୍ୟବହାର କରି ମହାକାଶଚାରୀମାନେ ଚନ୍ଦ୍ର ପୃଷ୍ଠରେ ଅଧିକ ଦୂରତା ଯାଇ ଅଧିକ ଗବେଷଣା କରିବାକୁ ସମର୍ଥ ହେବେ। ଏହି ଯାନଗୁଡିକ ଆର୍ଟେମିସ୍ -୫ ମିଶନରେ ମହାକାଶଚାରୀଙ୍କ ସହିତ ଚନ୍ଦ୍ରକୁ ପଠାଯିବ। ୨୦୨୯ ମସିହାରେ ଏହି ମିଶନ୍‌ କାର୍ଯ୍ୟକାରୀ ହେବ ବୋଲି ଟାର୍ଗେଟ ରଖିଛି ନାସା।

ଅଧିକ ପଢ଼ନ୍ତୁ: ୩ ହଜାର ବର୍ଷ ପୂର୍ବେ ଉଭାନ ହୋଇଯାଇଥିଲେ ସୂର୍ଯ୍ୟ, ମାଟି ଟାବଲେଟ୍‌ରୁ ମିଳିଲା ତଥ୍ୟ

Advertisment

ହ୍ୟୁଷ୍ଟନରେ ଥିବା ନାସାର ଜନସନ୍‌ ସ୍ପେସ୍ ସେଣ୍ଟରର ନିର୍ଦ୍ଦେଶକ ଭେନେସା ୱିସ୍ କହିଛନ୍ତି ଯେ ଆମେ ଆର୍ଟେମିସ୍ ଜେନେରେସନ୍ ଲୁନାର ଏକ୍ସପ୍ଲୋରେସନ୍ ଯାନ ନିର୍ମାଣ କରିବାକୁ ଯାଉଛୁ । ଏହି ଯାନଗୁଡ଼ିକ ଚନ୍ଦ୍ରରେ ମହାକାଶଚାରୀଙ୍କ ଶକ୍ତି ଏବଂ ସାମର୍ଥ୍ୟକୁ ବହୁ ପରିମାଣରେ ବୃଦ୍ଧି କରିବ ।

ଚନ୍ଦ୍ରରେ ଚାଲିବାକୁ ଥିବା ଯାନ ପାଇଁ ନାସା ଏହି ତିନୋଟି କମ୍ପାନୀକୁ ମୋଟ ୩୮,୩୭୪ କୋଟି ଟଙ୍କା ଦେବ । ସମସ୍ତ କମ୍ପାନୀ ପ୍ରଥମେ ଏକ ସମ୍ଭାବ୍ୟତା ରିପୋର୍ଟ ପ୍ରସ୍ତୁତ କରିବେ। ଏହା ପରେ ନାସାର ଆବଶ୍ୟକତା ଅନୁଯାୟୀ ଲୁନାର ଟେରେନ୍ ଭେଇକିଲ୍‌ (LTV) ପ୍ରସ୍ତୁତ କରିବେ । କିନ୍ତୁ କେବଳ ଗୋଟିଏ କମ୍ପାନୀର LTV ଚନ୍ଦ୍ରକୁ ପଠାଯିବ ।

Advertisment

ଅବଶିଷ୍ଟ ଦୁଇଟି କମ୍ପାନୀ ଚାହିଁଲେ ସେମାନଙ୍କର ଅନୁସନ୍ଧାନ ଜାରି ରଖିପାରିବେ। କିମ୍ବା ଅନ୍ୟ ବେସରକାରୀ ଏଜେନ୍ସି ଜରିଆରେ ସେମାନେ ଏହି LTVକୁ ଚନ୍ଦ୍ରକୁ ପଠାଇ ପାରିବ । ଆର୍ଟେମିସ୍‌ ମିଶନ୍‌ ସମୟରେ ଏହି LTVଗୁଡିକୁ ରିମୋଟଲୀ ଅପରେଟ୍‌ ମଧ୍ୟ କରାଯିବ ।

NASA NASA Moon Mission
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ