Advertisment

ବିପଦରେ ଭାରତ, ବ୍ୟାପିବାରେ ଲାଗିଛି ବିଷାକ୍ତ CO2 ଗ୍ୟାସ୍...ଦେଖନ୍ତୁ ନାସାର ଭିଡିଓ

ନାସାର ଗୋଡାର୍ଡ ସ୍ପେସ୍ ଫ୍ଲାଇଟ୍ ସେଣ୍ଟରର ଜଳବାୟୁ ବିଶେଷଜ୍ଞ କହିଛନ୍ତି ଯେ ଚୀନ୍, ଆମେରିକା ଏବଂ ଦକ୍ଷିଣ ଏସିଆର (ଭାରତ) ଶକ୍ତି ଉତ୍ପାଦନ କାରଖାନା ବା ପାୱାର ପ୍ଲାଣ୍ଟ ଏବଂ ଯାନବାହନରୁ CO2 ଅଧିକ ପରିମାଣରେ ନିର୍ଗତ ହେଉଛି।

author-image
Sonali Ojha
ଅଦ୍ୟତନ ହୋଇଛି
Visualizing Global Carbon Dioxide

Visualizing Global Carbon Dioxide

ଦିନକୁ ଦିନ ବାୟୁମଣ୍ଡଳ ଅତି ଖରାପ ଆଡ଼କୁ ଗତି କରୁଛି। ପ୍ରଦୂଷଣ ବୃଦ୍ଧି ପାଇଥିବା ବେଳେ କାର୍ବନ ଡାଇଅକ୍ସାଇଡ୍ ବା ଅଙ୍ଗାରକାମ୍ଳର ମାତ୍ରା ବଢିବାରେ ଲାଗିଛି। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛି ନାସା। ନାସା ବିଶ୍ୱର ଏକ ନୂଆ ମାନଚିତ୍ର ପ୍ରସ୍ତୁତ କରିଛି। ଯେଉଁଥିରେ ବିଷାକ୍ତ କାର୍ବନ ଡାଇଅକ୍ସାଇଡ୍ ମେଘ ଭଳି ସମଗ୍ର ବିଶ୍ୱରେ ପରିଭ୍ରମଣ କରୁଛି। ଯାହାର ଭିଡିଓ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। ସତରେ କେତେ ବଡ଼ ବିପଦରେ ଆମେ ପଡିବାକୁ ଯାଉଛେ।

Advertisment

ଏହି ନକ୍ସା ବା ହାଇ ରେଜୋଲୁସନ ମଡେଲ୍ ପ୍ରସ୍ତୁତ କରିବା ପାଇଁ ନାସା ସାଇଣ୍ଟିଫିକ୍‌ ଭିଜୁଆଲାଇଜେସନ୍ ଷ୍ଟୁଡିଓର ବ୍ୟବହାର କରିଛି। ଏଥିପାଇଁ ବୈଜ୍ଞାନିକମାନେ ଗୋଡାର୍ଡ ଆର୍ଥ ଅବଜରଭିଂ ସିଷ୍ଟମ (GEOS) ର ତଥ୍ୟର ସାହାଯ୍ୟ ନେଇଥିଲେ। ତେବେ ନାସା ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି। ଭିଡିଓରେ ବିଷାକ୍ତ କାର୍ବନ ଡାଇଅକ୍ସାଇଡ୍‌ର ବାଦଲ ଭାରତ ଉପରେ ଆଚ୍ଛାଦିତ ହୋଇଥିବା ଦେଖିବାକୁ ମିଳୁଛି। ଯଦି ଆପଣ ଏହାକୁ ଜୁମ୍ କରନ୍ତି, ତେବେ ଆପଣ ନିଜ ସହରର ପରିସ୍ଥିତି ଦେଖିପାରିବେ।

ଏହି ମାନଚିତ୍ର ପ୍ରସ୍ତୁତ କରିବାକୁ ନାସା ଜାନୁଆରୀରୁ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ତଥ୍ୟ ସଂଗ୍ରହ କରିଛି ।ଏହାକୁ ଜୁମ୍ କରିବା ପରେ ଆପଣ ମଧ୍ୟ ଜାଣିବେ ଯେ CO2 ବା କାର୍ବନ ଡାଇଅକ୍ସାଇଡ୍ ପାୱାର ପ୍ଲାଣ୍ଟ, ଜଙ୍ଗଲ ନିଆଁ, ସହରରେ ଚାଲୁଥିବା ଯାନବାହନରୁ ନିର୍ଗତ ହେଉଛି। ଏହି ବିଷାକ୍ତ ଗ୍ୟାସର ବାଦଲ ପୃଥିବୀର ସମଗ୍ର ବାୟୁମଣ୍ଡଳକୁ ଆଚ୍ଛାଦିତ କରୁଛି। ଏହା ଗୋଟିଏ ମହାଦେଶରୁ ଅନ୍ୟ ମହାଦେଶକୁ ସମୁଦ୍ର ଦେଇ ଗତି ଗତି କରୁଛି।

Advertisment

ତେବେ ଏତେ ପରିମାଣର CO2 କିପରି ନିର୍ଗତ ହେଉଛି ?

ନାସାର ଗୋଡାର୍ଡ ସ୍ପେସ୍ ଫ୍ଲାଇଟ୍ ସେଣ୍ଟରର ଜଳବାୟୁ ବିଶେଷଜ୍ଞ କହିଛନ୍ତି ଯେ ଚୀନ୍, ଆମେରିକା ଏବଂ ଦକ୍ଷିଣ ଏସିଆର (ଭାରତ) ଶକ୍ତି ଉତ୍ପାଦନ କାରଖାନା ବା ପାୱାର ପ୍ଲାଣ୍ଟ ଏବଂ ଯାନବାହନ ଯେପରି ଟ୍ରକ ଆଦିରୁ CO2 ଅଧିକ ପରିମାଣରେ ନିର୍ଗତ ହେଉଛି। ଯଦି ଆମେ ଆଫ୍ରିକା ଏବଂ ଦକ୍ଷିଣ ଆମେରିକା ବିଷୟରେ କହିବା, ସେଠାରେ ଅଧିକାଂଶ ସମୟ ଜଙ୍ଗଲରେ ନିଆଁ ଲାଗିଥାଏ । ଯେଉଁଥିରୁ ଅଧିକାଂଶ କାର୍ବନ ଡାଇଅକ୍ସାଇଡ୍ ନିର୍ଗମନ ହୁଏ। ସେଠାରେ ନିୟନ୍ତ୍ରିତ କୃଷି ପଦ୍ଧତି ଜଙ୍ଗଲ ନଷ୍ଟ ହେବାର ପ୍ରମୁଖ କାରଣ। ଏହା ବ୍ୟତୀତ ତେଲ ଏବଂ କୋଇଲା ଜଳିବା କାରଣରୁ କାର୍ବନ ଡାଇଅକ୍ସାଇଡ୍ ମଧ୍ୟ ନିର୍ଗତ ହେଉଛି ।ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏତେ ପରିମାଣର କାର୍ବନ ଡାଇଅକ୍ସାଇଡ୍ ନିର୍ଗତ ହେଲେ ତେବେ ପୃଥିବୀର ଜଳବାୟୁ ପରିବର୍ତ୍ତନ ହେବା ସହ ପାଣିପାଗ ନେଇ ଆକଳନ କରିବା ସେତେଟା ସହଜ ହେବନି।

ନାସାର ରିପୋର୍ଟ ମୁତାବକ, ଗତ ବର୍ଷ ବିଶ୍ୱର ସବୁଠାରୁ ଉତ୍ତପ୍ତ ବର୍ଷ ଥିଲା। କିନ୍ତୁ ବର୍ତ୍ତମାନ ଏହି ବର୍ଷ ମଧ୍ୟ ଅଧିକ ଗରମ ଅନୁଭୂତ ହେଉଛି। ଅନେକ ସ୍ଥାନରେ, ଏହି ଉତ୍ତାପର କାରଣ ହେଉଛି ଅଙ୍ଗାରକାମ୍ଳର ଅତ୍ୟଧିକ ନିର୍ଗମନ । ମେ ୨୦୨୪ ରେ, କେତେକ ସ୍ଥାନରେ ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡ୍ ପରିମାଣ ୪୨୭ ପୋର୍ଟସ୍‌ରେ ରେକର୍ଡ କରାଯାଇଥିଲା। ଯେତେବେଳେ କି ୧୭୫୦ ମସିହାରେ ଏହା ପ୍ରତି ମିଲିୟନ୍‌ରେ ୨୭୮ ପୋର୍ଟସ୍‌ରେ ଥିଲା।ଆମେ କାର୍ବନ ଡାଇଅକ୍ସାଇଡ୍ କିଛି ପରିମାଣରେ ଆବଶ୍ୟକ କରୁ, କିନ୍ତୁ ବାୟୁମଣ୍ଡଳରେ ଏହାର ପରିମାଣ କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଗତ ୫୦ବର୍ଷରେ ଏହି କାରଣରୁ ଉତ୍ତାପ ବୃଦ୍ଧି ପାଇଛି । ଯାହାକୁ ଗ୍ଲୋବାଲ୍ ୱାର୍ମିଂ କୁହାଯାଉଛି। ଏହି କାରଣରୁ ସମଗ୍ର ବିଶ୍ୱରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି।

NASA
Advertisment
Advertisment