Advertisment

୫୯ ବର୍ଷ ପରେ ଆଜି ଆକାଶରେ ଦିଶିବ ବିରଳ ଦୃଶ୍ୟ, ଖାଲି ଆଖିରେ ବି ଦେଖି ପାରିବେ...

ଆଜି ଆକାଶରେ ଦେଖିବାକୁ ମିଳିବ ବିରଳ ମହାଜାଗତିକ ଦୃଶ୍ୟ। ଆଜି ପୃଥିବୀର ସବୁଠାରୁ ନିକଟତର ହେବ ବୃହସ୍ପତି । ସାରା ବିଶ୍ୱବାସୀ ଖାଲି ଆଖିରେ ଏହି ବିରଳ ଦୃଶ୍ୟକୁ ଦେଖିପାରିବେ। ୫୯ ବର୍ଷ ପରେ ଆଜି ରାତିରେ ଏପରି ଦୃଶ୍ୟ ଦେଖିବାକୁ ମିଳିବ। ବୃହସ୍ପତି ପୃଥିବୀଠାରୁ ୫୯, ୦୬, ୨୯.୨୪୮ କିମି ଦୂରରେ ରହିବ।

author-image
Minati Mishra
ଅଦ୍ୟତନ ହୋଇଛି
Jupiter closest to Earth tonight

Jupiter closest to Earth tonight

ଆଜି ଆକାଶରେ ଦେଖିବାକୁ ମିଳିବ ବିରଳ ମହାଜାଗତିକ ଦୃଶ୍ୟ। ଆଜି ପୃଥିବୀର ସବୁଠାରୁ ନିକଟତର ହେବ ସୌର ମଣ୍ଡଳର ସବୁଠାରୁ ବଡ ଗ୍ରହ ବୃହସ୍ପତି । ସାରା ବିଶ୍ୱବାସୀ ଖାଲି ଆଖିରେ ଏହି ବିରଳ ଦୃଶ୍ୟକୁ ଦେଖିପାରିବେ। ୫୯ ବର୍ଷ ପରେ ଆଜି ରାତିରେ ଏପରି ଦୃଶ୍ୟ ଦେଖିବାକୁ ମିଳିବ। ବୃହସ୍ପତି ଆଜି ପୃଥିବୀଠାରୁ ୫୯, ୦୬, ୨୯.୨୪୮ କିମି ଦୂରରେ ରହିବ।

Advertisment

ଶେଷଥର ପାଇଁ ୧୯୬୩ ମସିହାରେ ବୃହସ୍ପତି ପୃଥିବୀର ଏତେ ନିକଟତର ହୋଇଥିଲା।  ଯେଉଁମାନେ ଏହି ଦୃଶ୍ୟକୁ ଆଜି ନ ଦେଖିବେ ହୁଏତ ତାଙ୍କ ଜୀବନକାଳ ଭିତରେ ଆଉ ଏ ସୁଯୋଗ ପାଇବେ ନାହିଁ। କାରଣ ଏହାପରେ ୧୦୭ ବର୍ଷ ପରେ ଅର୍ଥାତ୍‌ ୨୧୨୯ ମସିହାରେ ଏହି ବିରଳ ଦୃଶ୍ୟ ପୁଣି ଥରେ ଦେଖିବାକୁ ମିଳିବ ବୋଲି ଜ୍ୟୋତିର୍ବିଜ୍ଞାନୀମାନେ କହିଛନ୍ତି।  

ସୌରମଣ୍ଡଳର ସବୁଠାରୁ ବଡ ଗ୍ରହ ବୃହସ୍ପତି । ପୃଥିବୀର ନିକଟତର ହେଲେ ଏହା ଆକାଶରେ ଆହୁରି ଚମକିବ। ପୃଥିବୀଠାରୁ ୫୯ କୋଟି କିମି ଦୂରରେ ରହିବ। ନାସାର କହିବା ଅନୁଯାୟୀ, ଯେ କୌଣସି ସୌରମଣ୍ଡଳର ବସ୍ତୁ ପୂର୍ବପଟରେ ଆସିଥାଏ ଯେତେବେଳେ ସୂର୍ଯ୍ୟ ପଶ୍ଚିମରେ ଅସ୍ତ ହୋଇଥାନ୍ତି। ଏହି ସମୟରେ ସୂର୍ଯ୍ୟ ଏବଂ ମହାଜାଗତିକ ବସ୍ତୁ ପୃଥିବୀର ବିପରୀତ ଦିଗରେ ଦେଖିବାକୁ ମିଳିଥାଏ।

Advertisment

ବୃହସ୍ପତି ୧୧ ବର୍ଷରେ ଥରେ ସୂର୍ଯ୍ୟଙ୍କୁ ପରିକ୍ରମା କରିଥାଏ। ଏହି ପରିକ୍ରମା ସମୟରେ ଏହା କକ୍ଷପଥରେ ସୂର୍ଯ୍ୟଙ୍କର ଠିକ ବିପରୀତରେ ରହିଥାଏ। ଯାହା ଫଳରେ ପୃଥିବୀର ନିକଟତର ଦେଖା ଯାଇଥାଏ। ପ୍ରତି ୩୯୯ ଦିନ ବା ପ୍ରତି ୧୩ ମାସ ୪ ଦିନରେ ବୃହସ୍ପତି ଏମିତି ପୃଥିବୀର ଆକାଶରେ ଚମକିଥାଏ। ତେବେ ଚଳିତବର୍ଷ ସେପ୍ଟେମ୍ବର ୨୭ ରାତି ୧.୩୦ରେ ବୃହସ୍ପତି ସୂର୍ଯ୍ୟଙ୍କର ଠିକ ବିପରୀତରେ ରହିବ। ସେପ୍ଟେମ୍ବର ୨୬ ତାରିଖ ଅର୍ଥାତ୍‌ ଆଜି ଏହା ସବୁଠାରୁ ଅଧିକ ନିକଟତର ହେବ ବୋଲି କହିଛନ୍ତି ବିର୍ଲା ଇନ୍‌ଷ୍ଟିଚ୍ୟୁଟ ଅଫ ଫଣ୍ଡାମେଣ୍ଟାଲ ରିସର୍ଚ୍ଚର ଅଧିକାରୀ ବୈଜ୍ଞାନିକ ଶିଳ୍ପା ଗୁପ୍ତା।

ସେ କହିଛନ୍ତି, ବୃହସ୍ପତି ୨.୯ ମ୍ୟାଗ୍ନିଚ୍ୟୁଡରେ ଅତି ଉଜ୍ଜ୍ୱଳ ଭାବେ ଦେଖାଯିବ । ଏତେ ଉଜ୍ଜ୍ୱଳ ଦିଶିବ ଯେ ଜଣେ ଚାହିଁଲେ ଏହାକୁ ଖାଲି ଆଖିରେ ବି ଦେଖିପାରିବେ। ଏହି ବିରଳ ଦୃଶ୍ୟକୁ ସାରା ବିଶ୍ୱବାସୀ ଦେଖିପାରିବେ। 

ଜୁପିଟର ବା ବୃହସ୍ପତି ରହସ୍ୟର ଏକ ଭଣ୍ଡାର। ଏହାକୁ ନେଇ ଜ୍ୟୋତିର୍ବିଜ୍ଞାନୀଙ୍କ ମନରେ ଅନେକ ଉତ୍କଣ୍ଠା ରହିଛି। ପୃଥିବୀ ବାହାରେ ଜୀବଜଗତର ସନ୍ଧାନ ଏବେ ବି ଜ୍ୟୋତିର୍ବିଜ୍ଞାନୀମାନେ କରୁଛନ୍ତି। ବୃହସ୍ପତିର ୫୩ ଉପଗ୍ରହ ଅଛନ୍ତି। ଏହି ଗ୍ରହକୁ ଏକ ଛୋଟ ସୌରମଣ୍ଡଳ ବୋଲି ବି ଜ୍ୟୋତିର୍ବିଜ୍ଞାନୀମାନେ କହିଥାନ୍ତି। ଏହାର ମାଧ୍ୟାକର୍ଷଣ ଶକ୍ତି ମଧ୍ୟ ଖୁବ ଅଧିକ। ଯାହା ଫଳରେ ପୃଥିବୀ ଆଡକୁ ମୁହାଁଉଥିବା ଏକାଧିକ ଏଷ୍ଟ୍ରୋଏଡ୍‌କୁ ଟାଣି ଏହାକୁ ସୁରକ୍ଷା ଦେଇଥାଏ ।

Jupiter Solar System
Advertisment
Advertisment