Advertisment

ମହାକାଶରେ ପୁଣି ପାଦ ଥାପିଲେ ସୁନୀତା, ଖୁସିରେ କଲେ ଡ୍ୟାନ୍ସ...ଦେଖନ୍ତୁ ଭିଡିଓ

୫୯ ବର୍ଷୀୟ ୱିଲିୟମ୍ସ ପୂର୍ବରୁ ଦୁଇ ଥର ମହାକାଶ ଯାତ୍ରା କରିଥିବା ବେଳେ ଏହା ତାଙ୍କର ତୃତୀୟ ଯାତ୍ରା। ସ୍ପେଶ୍ ଷ୍ଟେସନରେ ପହଞ୍ଚିବା ପରେ ସୁନୀତା ବେଶ୍ ଖୁସିବ୍ୟକ୍ତ କରିବା ସହ କ୍ୟୁ ସଦସ୍ୟମାନଙ୍କୁ ନିଜର ଅନ୍ୟ ଏକ ପରିବାର ବୋଲି କହିଛନ୍ତି।

ଅଦ୍ୟତନ ହୋଇଛି
Sunita Williams Dances

Sunita Williams Dances

Advertisment

ସ୍ପେସ୍ ଷ୍ଟେସନରେ ଡ୍ୟାନ୍ସ। ଖୁସିରେ ନାଚିଲେ ମହାକାଶଚାରୀ। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ସଫଳ ଅବତରଣ ପରେ ଖୁସିରେ ଆତ୍ମବିଭୋର ହୋଇ ନାଚିଲେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ। ଗୁରୁବାର ସୁନୀତା ଓ କ୍ରିଉମେଟ୍ ବଚ୍ ୱିଲମୋର ସ୍ପେସ୍ ସେଣ୍ଟରରେ ଅବତରଣ କରିଥିଲେ। ସେଠାରେ ଓହ୍ଲାଇବା ପରେ ଡ୍ୟାନ୍ସ କରିଥିଲେ ସୁନୀତା।

Advertisment

ସାଥୀ ୭ ମହାକାଶଚାରୀଙ୍କୁ ଆଲିଙ୍ଗନ କରିଥିଲେ। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିବା ପରେ ପରମ୍ପରା ଅନୁସାରେ ସୁନୀତା ଓ ୱିଲମୋରଙ୍କୁ ବେଲ୍ ବଜାଇ ସ୍ବାଗତ କରାଯାଇଥିଲା। ଫ୍ଲୋରିଡାର କେପ୍ କାନାଭେରାଲ୍ ସ୍ପେସ୍ ଫୋର୍ସ ଷ୍ଟେସନରୁ ବୋଇଂ ଷ୍ଟାରଲାଇନର ମହାକାଶଯାନରେ ୨୬ଘଣ୍ଟା ଉଡ଼ାଣ ପରେ ସେମାନେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିଥିଲେ। ସେଠାରେ ଗୋଟିଏ ସପ୍ତାହ ରହିବେ।

ଅଧିକ ପଢ଼ନ୍ତୁ: ତୃତୀୟ ଥର ପାଇଁ ମହାକାଶରେ ଭାରତୀୟ ବଂଶୋଦ୍ଭବ, ୫୯ ବର୍ଷରେ ସୁନିତାଙ୍କ ଯାତ୍ରା

Advertisment

ତୃତୀୟ ଥର ଅନ୍ତର୍ଜାତୀୟ ସ୍ପେସ ସେଣ୍ଟର ଯାଇଛନ୍ତି ସୁନୀତା ୱିଲିୟମ୍ସ। ପୂର୍ବରୁ ଦୁଇ ଥର ଗସ୍ତ ବେଳେ ସାଙ୍ଗରେ ପ୍ରଭୁ ଗଣେଶଙ୍କ ମୂର୍ତ୍ତି ଓ ଭଗବତ ଗୀତକୁ ନେଇ ଯାଇଥିଲେ। ସୂଚନାଯୋଗ୍ୟ ସୁନୀତା ୱିଲିୟମ୍ସ ହେଉଛନ୍ତି ଭାରତୀୟ ବଂଶୋଭବ । ତାଙ୍କର ଗୋଟେ ଅଜବ ଅଭ୍ୟାସ ରହିଛି । ସେ ମହାକାଶରେ ସିଙ୍ଗଡ଼ା ଖାଇବାକୁ ଭଲ ପାଆନ୍ତି । ଏବେ ସେ ପୁଣି ଥରେ ମହାକାଶ ଅଭିଯାନରେ ଯାଇଛନ୍ତି।

Advertisment


ଅଧିକ ପଢ଼ନ୍ତୁ: ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଆଉ ଏକ ସୌରଝଡ଼; ହୋଇଯିବ ବ୍ଲାକ୍‌ଆଉଟ୍‌ !

୫୯ ବର୍ଷୀୟ ୱିଲିୟମ୍ସ ପୂର୍ବରୁ ଦୁଇ ଥର ମହାକାଶ ଯାତ୍ରା କରିଥିବା ବେଳେ ଏହା ତାଙ୍କର ତୃତୀୟ ଯାତ୍ରା। ସ୍ପେଶ୍ ଷ୍ଟେସନରେ ପହଞ୍ଚିବା ପରେ ସୁନୀତା ବେଶ୍ ଖୁସିବ୍ୟକ୍ତ କରିବା ସହ କ୍ୟୁ ସଦସ୍ୟମାନଙ୍କୁ ନିଜର ଅନ୍ୟ ଏକ ପରିବାର ବୋଲି କହିଛନ୍ତି। ଏଥିସହ ସେମାନଙ୍କୁ ଭବ୍ୟ ସ୍ୱାଗତ ପାଇଁ ଧନ୍ୟବାଦ ଜଣାଇଛନ୍ତି। ପ୍ରକାଶ ଥାଉକି, ୨୦୦୬ ଡିସେମ୍ବର ୯ରେ 'ଡିସକଭରୀ' ମହାକାଶ ଯାନ ଯୋଗେ ପ୍ରଥମ ଥର ପାଇଁ ମହାକାଶ ଯାତ୍ରା କରିଥିଲେ ସୁନୀତା ୱିଲିୟମ୍ସ।ଇଣ୍ଟରନ୍ୟାସନାଲ ସ୍ପେସ୍ ସେଣ୍ଟରରେ ଅନେକ ଦିନ ଧରି ରହିଥିଲେ।

ଏହି ସମୟରେ ସେ ଚାରିଥର ସ୍ପେଶ୍ ସେଣ୍ଟରରୁ ବାହାରି ମହାକାଶରେ ପଦଯାତ୍ରା କରିଥିଲେ।ପୁଣି ୨୦୧୨ ଜୁଲାଇ ୧୫ରେ କାଜାଖସ୍ତାନର ବୈକାନୁର କସ୍ ମୋଡ୍ରମରୁ ସୋୟୁଜ-୦୫ଏମ ରକେଟ ଜରିଆରେ ଦ୍ୱିତୀୟ ଥର ମହାକାଶ ଯାତ୍ରା କରିଥିଲେ। ବର୍ତ୍ତମାନ ସେ ତୃତୀୟ ଥର ପାଇଁ ମହାକାଶ ଯାତ୍ରା କରି ଇତିହାସ ରଚିଛନ୍ତି।

ଡକ୍ଟର ଦୀପକ ପାଣ୍ଡ୍ୟା ଏବଂ ବୋନି ପାଣ୍ଡ୍ୟାଙ୍କଠାରୁ ଜନ୍ମ ନେଇଛନ୍ତି ସୁନୀତା ୱିଲିୟମ୍ସ । ଏହି ଯାତ୍ରା ସହ ସେ ଇତିହାସ ମଧ୍ୟ ସୃଷ୍ଟି କରିଛନ୍ତି । ୫୯ ବର୍ଷିୟା ସୁନୀତା ନ୍ୟୁ ହ୍ୟୁମାନ୍ ରେଟେଡ୍ ମହାକାଶଯାନରେ ପ୍ରଥମ ମହିଳା ଭାବେ ଉଡ଼ି ଇସିହାସ ସୃଷ୍ଟି କରିଛନ୍ତି । ୱିଲିୟମ୍ସଙ୍କ ପିତା ଗୁଜୁରାଟର ମେହସାନା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ପରେ ସେ ସେ ଆମେରିକା ଯାଇ ବୋନିଙ୍କୁ ବିବାହ କରିଥିଲେ ।

NASA Space Scientist
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ