/odishatv-khabar/media/post_attachments/uploadimage/library/16_9/16_9_0/RudraM_II__1716999177.jpg)
RudraM-II
ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆଉ ଏକ ବଳ । ଓଡ଼ିଶା ତଟରେ ସଫଳ ହେଲା ଆଣ୍ଟି-ରେଡିଏସନ୍ ମିଜାଇଲ୍ ରୁଦ୍ର ମାର୍କ-ଟୁ ବା ରୁଦ୍ରମ୍-ଟୁର ପରୀକ୍ଷଣ। DRDO ଦ୍ବାରା ପ୍ରସ୍ତୁତ ଏହି ଆକାଶରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା କ୍ଷେପଣାସ୍ତ୍ରକୁ, ବାୟୁସେନାର ଲଢ଼ୁଆ ବିମାନ ସୁଖୋଇ-30 MKIରୁ ପରୀକ୍ଷଣ କରାଯାଇଛି। ଚାନ୍ଦିପୁର ITRରୁ ଏହାର ପ୍ରପଲ୍ସନ ସିଷ୍ଟମ, କଣ୍ଟ୍ରୋଲ ଓ ଗାଇଡାନ୍ସ ଆଲଗରିଦିମ୍ ଆଦି ପରୀକ୍ଷା କରାଯାଇଛି ।
ଅଧିକ ପଢ଼ନ୍ତୁ: ଇସ୍ରୋର ମିଶନ୍ ମଙ୍ଗଳୟାନ-୨, ମଙ୍ଗଳରେ ଅବତରଣ କରିବ ରୋଭର ଓ ହେଲିକପ୍ଟର
ଆଣ୍ଟି ରେଡିଏସନ ମିଜାଇଲ୍ ଶତ୍ରୁପକ୍ଷର ରାଡାର୍, ଜାମର୍ ଓ ରେଡିଓ ସିଷ୍ଟମ ଆଦିକୁ ଚିହ୍ନଟ କରି ଧ୍ବଂସ କରିଥାଏ ଏବଂ ଯୋଗାଯୋଗ କ୍ଷମତାକୁ ନଷ୍ଟ କରିଥାଏ । ଭାରତର ପ୍ରଥମ ସ୍ବଦେଶୀ ଆଣ୍ଟି ରେଡିଏସନ୍ ମିଜାଇଲ୍ ରୁଦ୍ରମ୍-ୱାନ୍ ୨୦୨୦ରେ ପରୀକ୍ଷଣ ହୋଇଥିବା ବେଳେ, ୪ ବର୍ଷ ପରେ ଏହାର ଉନ୍ନତ ଭର୍ସନ ରୁଦ୍ରମ୍-ଟୁ ପରୀକ୍ଷଣ ହୋଇଛି। ଏବେ ଭାରତୀୟ ସେନା ବ୍ୟବହାର କରୁଥିବା ରୁଷର ଆଣ୍ଟି ରେଡିଏସନ୍ ମିଜାଇଲ୍ କେଏଚ୍-31ର ସ୍ଥାନ ନେବ ରୁଦ୍ରମ୍-ଟୁ।
Indigenously developed Air to Surface RudraM-II missile was successfully flight-tested from Su-30 MK-I off the Odisha coast today. The flight-test met all the trial objectives, validating the propulsion system, control & guidance algorithm@DefenceMinIndia@SpokespersonMoDpic.twitter.com/xEYxhckQTZ
— DRDO (@DRDO_India) May 29, 2024
ରୁଦ୍ରମ୍ -୨ ହେଉଛି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ଷେପଣାସ୍ତ୍ର ପ୍ରଣାଳୀ। ଡିଆରଡିଓର ବିଭିନ୍ନ ପରୀକ୍ଷାଗାର ଦ୍ୱାରା ବିକଶିତ ଅନେକ ଅତ୍ୟାଧୁନିକ ସ୍ୱଦେଶୀ ଜ୍ଞାନକୌଶଳକୁ ଏହି କ୍ଷେପଣାସ୍ତ୍ର ପ୍ରଣାଳୀରେ ଅନ୍ତର୍ଭୁକ୍ତ କରାଯାଇଛି। ରୁଦ୍ରମ୍ -୨ର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ, ଭାରତୀୟ ବାୟୁସେନା ଏବଂ ଉଦ୍ୟୋଗ ଜଗତକୁ ଅଭିନନ୍ଦନ ଜଣାଇଛନ୍ତି। ଏହି ସଫଳ ପରୀକ୍ଷଣ ସଶସ୍ତ୍ର ବାହିନୀର ଶକ୍ତି ବୃଦ୍ଧି କରିବ ବୋଲି ସେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)