• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଆମେରିକା ମହାଦେଶରେ ହେଲା ପୂର୍ଣ୍ଣ ସୂର୍ଯ୍ୟ ପରାଗ । କିଛି ସମୟ ପାଇଁ ଦିନରେ ସୃଷ୍ଟି ହେଲା ରାତିର ଭ୍ରମ । ଆମେରିକା, କାନାଡ଼ା ଓ ମେକ୍ସିକୋର କିଛି ଅଞ୍ଚଳରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ ଦେଖିବାକୁ ମିଳିଥିଲା । ଭାରତୀୟ ସମୟ ଅନୁସାରେ ଗତକାଲି ରାତି ୯ଟା ୧୨ ମିନିଟରେ ସୂର୍ଯ୍ୟ ପରାଗ ଆରମ୍ଭ ହୋଇ ଭୋର୍ ୨ଟା ୨୨ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । 

ସୂର୍ଯ୍ୟ ପରାଗକୁ ପୂରା ଦେଖିବା ପାଇଁ ନାସା ଏହାର ଅଫିସିଆଲ୍ ଚ୍ୟାନେଲ ୟୁଟ୍ୟୁବରେ ଲାଇଭ୍ ଷ୍ଟ୍ରିମ୍ ସେୟାର କରିଥିଲା । ପ୍ରାୟ ଏକ ଶତାବ୍ଦୀ ପରେ ପ୍ରଥମ ଥର ପାଇଁ ଆମେରିକା, କାନାଡ଼ା ଓ ମେକ୍ସିକୋର କିଛି ଅଞ୍ଚଳରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ ଦେଖିବାକୁ ମିଳିଥିଲା ।

ତେବେ ରାତି ୧୧ଟା ୪୭ ମିନିଟରେ ହୋଇଥିଲା ପୂର୍ଣ୍ଣ ସୂର୍ଯ୍ୟ ପରାଗ । ଏହି ପୂର୍ଣ୍ଣ ସୂର୍ଯ୍ୟପରାଗ ଭାରତର କୌଣସି ଅଞ୍ଚଳରେ ଦେଖାଯାଇନଥିଲା । ପୃଥିବୀ ଓ ସୂର୍ଯ୍ୟ ମଝିରେ ଚନ୍ଦ୍ର ଗୋଟିଏ ସରଳ ରେଖାରେ ରହିଲେ, ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡ଼ିଥାଏ। ଫଳରେ ଛାଇ ପଡ଼ୁଥିବା ଅଞ୍ଚଳ ଗୁଡ଼ିକରେ ସୂର୍ଯ୍ୟ ଦେଖାଯାଏ ନାହିଁ। ଦିନବେଳା ରାତିର ଭ୍ରମ ସୃଷ୍ଟି ହୋଇଥାଏ।

ଅଧିକ ପଢ଼ନ୍ତୁ: ଚନ୍ଦ୍ରପୃଷ୍ଠରେ କାରରେ ବୁଲିବେ ମହାକାଶଚାରୀ, ଗାଡ଼ି ନିର୍ମାଣ ପାଇଁ ଏହି ୩ କମ୍ପାନୀଙ୍କୁ ଦାୟିତ୍ୱ ଦେଲା ନାସା

ଅନ୍ୟପଟେ ଏହି ସୂର୍ଯ୍ୟ ପରାଗ ଭାରତ ତଥା ଆମ ରାଜ୍ୟ ଓଡ଼ିଶାରେ ଦୃଶ୍ୟମାନ ହେଉନଥିବାରୁ ଏହା ପାଳନୀୟ ହୋଇନାହିଁ । 

ତେବେ ନାସା ଲୋକଙ୍କୁ ସିଧାସଳଖ ସ୍ମାର୍ଟଫୋନ କ୍ୟାମେରାରେ ସୂର୍ଯ୍ୟ ପରାଗର ଫଟୋ ନେବାକୁ ଚାତାବନୀ ଜାରି କରିଥିଲା । ‘ଏକ୍ସ’ରେ କୌଣସି ପ୍ରଶ୍ନର ଉତ୍ତର ଦେଇ ନାସା ଲେଖିଥିଲା ଯେ, ଅମେ ନିଜ ଫୋନ ଟିମ@NASAHQPhoto କୁ ପଚାରିଛୁ ଏବଂ ତାଙ୍କର ଉତ୍ତର ଆସିଛି ଯେ, ଯଦି ସିଧା ସୂର୍ଯ୍ୟ ଆଡ଼କୁ କ୍ୟାମେରା ବୁଲାଯାଏ ତେବେ ଫୋନର ସେନ୍ସର ଖରାପ ହୋଇପାରେ । ଖାସକରି ଯଦି ଆପଣ ଫୋନରେ କୌଣସି ଜୁମ୍‌ ଲେନ୍ସ ଲଗାଇ ଫଟୋ ନେଉଛନ୍ତି ତେବେ ଏହା ଖରାପ ହୋଇଯିବ ।

ସୂର୍ଯ୍ୟ ପରାଗର ଫଟୋ ନେବା ପାଇଁ ଅପଣଙ୍କୁ ସେହିପରି ସ୍ପେଶାଲ ଫିଲ୍ଟର ନେବା ଆବଶ୍ୟକ, ଯେପରି ଅନ୍ୟ କୌଣସି କ୍ୟାମେରାରେ ଲାଗିଥାଏ । ସବୁଠାରୁ ଭଲ ଉପାୟ ଏହା ଯେ, ଯେତେବେଳେ ମଧ୍ୟ ଆପଣ ସୂର୍ଯ୍ୟ ପରାଗର ଫଟୋ ନେଉଛନ୍ତି, ତେବେ ନିଜ ଫୋନର ଲେନ୍ସ ସାମ୍ନାରେ ପରାଗ ଦେଖୁଥିବା ଲୋକେ ଚଷମା ପିନ୍ଧିବା ନିହାତି ଆବଶ୍ୟକ ।