/odishatv-khabar/media/post_attachments/uploadimage/library/16_9/16_9_0/ISRO_1714445093.jpg)
ISRO
ଚନ୍ଦ୍ରୟାନ-୩ ମିଶନକୁ ନେଇ ଆସିଲା ଆଉ ଏକ ବଡ଼ ଖବର । ଶେଷ ମୁହୂର୍ତ୍ତରେ, ୪ ସେକେଣ୍ଡ୍ ଘୁଞ୍ଚିଥିଲା ଚନ୍ଦ୍ରୟାନ-୩ ଉତକ୍ଷେପଣ ସମୟ । ଏକ ବଡ଼ ଅଘଟଣକୁ ଏଡ଼ାଇବା ପାଇଁ ନିର୍ଦ୍ଧାରିତ ସମୟ ଠାରୁ ୪ ସେକେଣ୍ଡ ବିଳମ୍ବରେ ଚନ୍ଦ୍ରୟାନ ଥିବା LVM3-M4 ରକେଟକୁ ଲଞ୍ଚ କରିଥିଲା ଇସ୍ରୋ ।
ଗତବର୍ଷ ଜୁଲାଇ ୧୪ ଦିନ ୨ଟା ୩୫ ବେଳେ ଭାରତର ତୃତୀୟ ମୁନ୍ ମିଶନ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଲଞ୍ଚ ହୋଇଥିଲା । ତେବେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଉତକ୍ଷେପଣ ପୂର୍ବରୁ ହିଁ ଏହା ଉପରକୁ ବିପଦ ଘନେଇ ଆସିଥିଲା । ଅଚାନକ ଚନ୍ଦ୍ରଯାନର ଗତିପଥ ଆଡ଼କୁ ଏକ ସ୍ପେଶ୍ ଡେବ୍ରିସ୍ ବା ମହାକାଶୀୟ ବର୍ଜ୍ୟବସ୍ତୁ କ୍ଷୀପ୍ର ଗତିରେ ଆସୁଥିବା ଜାଣିବାକୁ ପାଇଥିଲେ ଇସ୍ରୋ ବୈଜ୍ଞାନିକ ।
ଅଧିକ ପଢ଼ନ୍ତୁ: ଚନ୍ଦ୍ରଯାନ-୪ରେ ଜହ୍ନରୁ ଆସିବ ମାଟି; ସ୍ପଷ୍ଟ କଲେ ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ
କୋଲିଜନ୍ ଆଭଏଡାନ୍ସ ଆନାଲିସିସ୍ ବେଳେ ଏହା ଜଣାପଡ଼ିବା ପରେ, ନିଶ୍ଚିତ ବିପଦ ମୁହଁରୁ ଚନ୍ଦ୍ରୟାନକୁ ରକ୍ଷା କରିବା ପାଇଁ ୪ ସେକେଣ୍ଡ୍ ବିଳମ୍ବରେ ରକେଟ୍ ଉତକ୍ଷେପଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହା କରାଯାଇନଥିଲେ ଚନ୍ଦ୍ରୟାନ-୩ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବା ଆଗରୁ ହିଁ ସେହି ବର୍ଜ୍ୟବସ୍ତୁ ସହ ଧକ୍କା ହୋଇ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଥିଲା ।
ମିଶନ ଆରମ୍ଭ ହେଉ ହେଉ ମଉଳି ଯାଆନ୍ତା ସାରା ଭାରତର ଚନ୍ଦ୍ର ଅଭିଯାନ ଆଶା । କେବଳ ଏହି ଘଟଣା ନୁହେଁ, ମହାକାଶୀୟ ଆବର୍ଜନାରୁ ଭାରତୀୟ ସାଟେଲାଇଟକୁ ରକ୍ଷା କରିବା ପାଇଁ ଇସ୍ରୋ ୨୩ ଥର ସେଗୁଡ଼ିକର ଗତିପଥ ପରିବର୍ତ୍ତନ କରିଥିବା ଇସ୍ରୋର ବାର୍ଷିକ ଇଣ୍ଡିଆନ ସ୍ପେଶ୍ ସିଚୁଏସନାଲ୍ ଆସେସମେଣ୍ଟ ରିପୋର୍ଟରୁ ଜଣାପଡ଼ିଛି ।
ଚଳିତ ବର୍ଷ ମହାକାଶରେ ନୂଆ ୩ ହଜାର ୧୪୩ ବସ୍ତୁ ସାମିଲ ହୋଇଥିବା ମଧ୍ୟ ଏଥିରେ ଉଲ୍ଲେଖ ରହିଛି । ସୂଚନା ଯୋଗ୍ୟ ଯେ, ବର୍ଜ୍ୟବସ୍ତୁ ସଂଖ୍ୟାକୁ ଦେଖିଲେ, ଏବେ ମହାକାଶରେ ୩ହଜାରରୁ ଅଧିକ ଅଚଳ ସାଟେଲାଇଟ ଏବଂ ୩୦ ହଜାରରୁ ଅଧିକ ୧୦ ସେଣ୍ଟିମିଟରରୁ ବଡ଼ ଭଗ୍ନ ଯନ୍ତ୍ରାଂଶ ମହାକାଶରେ ପୃଥିବୀ ଚାରିପଟେ ଅହରହ ଘୁରି ବୁଲୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)