Advertisment

Axiom-4 Mission: ଶୁଭାଂଶୁ ଶୁକ୍ଳାଙ୍କ ସ୍ପେଶ୍ ମିଶନ୍ ଆକ୍ସିଅମ୍‌-୪ ପୁଣି ସ୍ଥଗିତ; ଏହି ଦିନ ISSକୁ କରିବେ ଯାତ୍ରା

ଜୁନ୍ ୧୦ ତାରିଖରେ ଉଡ଼ାଣ ଭରିବାକୁ ଥିବା ଶୁଭାଂଶୁ ଶୁକ୍ଳାଙ୍କ ସ୍ପେଶ୍ ମିଶନ୍ ଆକ୍ସିଅମ୍-୪ ଖରାପ ପାଗ ଯୋଗୁଁ ଜୁନ୍ ୧୧ରେ ଫ୍ଲୋରିଡ଼ା ସ୍ଥିତ କେନେଡ଼ି ସ୍ପେଶ୍ ସେଣ୍ଟରରୁ ISSକୁ ଯାତ୍ରା କରିବେ।

ଅଦ୍ୟତନ ହୋଇଛି
Axion-4 postponed

Axion-4 postponed

Advertisment

ପୁଣି ଘୁଞ୍ଚିଲା ଶୁଭାଂଶୁ ଶୁକ୍ଳାଙ୍କ ସ୍ପେଶ୍ ମିଶନ୍ ଆକ୍ସିଅମ୍-୪। ଖରାପ ପାଗ ଯୋଗୁଁ ପୁଣି ଘୁଞ୍ଚିଛି ଆକ୍ସିଅମ୍-୪ ମିଶନ। ଆଜି ସନ୍ଧ୍ୟାରେ ହେବାକୁ ଥିବା ଉଡ଼ାଣ ଆସନ୍ତାକାଲିକୁ ଘୁଞ୍ଚିଛି। ଜୁନ୍ ୧୦ ପରିବର୍ତ୍ତେ ଜୁନ୍ ୧୧ରେ ଇଣ୍ଟରନ୍ୟାସନାଲ୍ ସ୍ପେଶ୍ ଷ୍ଟେସନକୁ ଯାତ୍ରା କରିବେ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁଙ୍କ ସମେତ ୪ ମହାକାଶଚାରୀ। ଆମେରିକାର ଫ୍ଲୋରିଡ଼ା ସ୍ଥିତ କେନେଡ଼ି ସ୍ପେଶ୍ ସେଣ୍ଟରରୁ ଆସନ୍ତାକାଲି ଭାରତୀୟ ସମୟ ସନ୍ଧ୍ୟା ପ୍ରାୟ ସାଢେ ୫ଟାରେ ଆକ୍ସିଅମ୍-୪ ମିଶନ ଲଞ୍ଚ୍ ନେଇ ସ୍ଥିର କରାଯାଇଛି।

Advertisment

ଏନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତିକୂଳ ପାଗ ପାଇଁ ମିଶନ ଘୁଞ୍ଚିଥିବା ସ୍ପଷ୍ଟ କରିଛି ଇସ୍ରୋ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ବିଭିନ୍ନ କାରଣରୁ ଏହି ମିଶନକୁ ୩ ଥର ସ୍ଥଗିତ ରଖାଗଲାଣି। ଭାରତ, ଆମେରିକା, ପୋଲାଣ୍ଡ ଓ ହଙ୍ଗେରୀର ମହାକାଶଚାରୀଙ୍କୁ ନେଇ ଜୁନ ୧୦ ତାରିଖରେ କେନେଡି ସ୍ପେସ ସେଣ୍ଟରରୁ ଆକ୍ସିଅମ୍-୪ର ଉତକ୍ଷେପଣ କାର୍ଯ୍ୟକ୍ରମ ଥିଲା।

ଅଧିକ ପଢନ୍ତୁ: ଘୁଞ୍ଚିଲା ଶୁଭାଂଶୁ ଶୁକ୍ଳାଙ୍କ ସ୍ପେଶ୍ ମିଶନ୍; ସାଥିରେ ନେବେ ଭାରତୀୟ ଖାଦ୍ୟ ଓ ହଂସ

Advertisment

ମିଶନରେ ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲା ଅନ୍ତର୍ଜାତୀୟ ମହାକାଶ ଗବେଷଣା କେନ୍ଦ୍ରକୁ ଯିବେ। ଶୁଭାଂଶୁଙ୍କ ସମେତ ୪ ଜଣ ମହାକାଶକୁ ଉଡ଼ାଣ ଭରିବେ। ଆକ୍ସିଅମ୍-୪ ପାଇଁ ମିଶନ୍ ପାଇଲଟ୍ ଭାବେ ଗୁରୁଦାୟିତ୍ବ ତୁଲାଇବେ ଏହି ଭାରତୀୟ ବାୟୁସେନା ଅଧିକାରୀ। ଇସ୍ରୋର ମିଶନ୍ ଗଗନଯାନ ପାଇଁ ସାଉଁଟିବେ ବହୁମୂଲ୍ୟ ଅଭିଜ୍ଞତା। ଏହି ଅଭିଯାନ ଆକ୍ସିଅମ୍ ସ୍ପେସ, ନାସା, ସ୍ପେସ ଏକ୍ସ ଓ ଇସ୍ରୋର ମିଳିତ ପ୍ରୟାସ।

ରାକେଶ ଶର୍ମାଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ସେ ମହାକାଶକୁ ଯାଉଥିବା ବେଳେ, ପ୍ରଥମ ମହାକାଶଚାରୀ ଭାବେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯିବେ। ସେଠାରେ ଶୁଭାଂଶୁଙ୍କ ସମେତ ଅନ୍ୟ ମହାକାଶଚାରୀମାନେ ୧୪ ଦିନ ରହିବେ। ଏହି ଅବଧିରେ ନକ୍ଷତ୍ର ବିଜ୍ଞାନୀ ୬୦ ବୈଜ୍ଞାନିକ ଅଧ୍ୟୟନ ଓ ଗତିବିଧିରେ ଭାଗ ନେବେ।

Advertisment

ମହାକାଶକୁ ଯିବା ପୂର୍ବରୁ ଏବେ କ୍ବାରେଣ୍ଟିନରେ ଅଛନ୍ତି ଶୁଭାଂଶୁ। ମେ ୨୫ ତାରିଖରୁ କେନେଡି ସ୍ପେସ ସେଣ୍ଟରରେ କ୍ବାରେଣ୍ଟିନରେ ଅଛନ୍ତି। ମହାକାଶକୁ ଯିବା ପୂର୍ବରୁ କୌଣସି ସଂକ୍ରାମକ ରୋଗରେ ସଂକ୍ରମିତ ନ ହେବା ଓ ରୋଗ ମୁକ୍ତ ହେବା ପାଇଁ ସ୍ବାସ୍ଥ୍ୟ ପରୀକ୍ଷାର ଏହା ଏକ ପ୍ରୋଟୋକଲ। କାରଣ ମହାକାଶକୁ ଯିବା ପରେ ସଂକ୍ରାମକ ରୋଗ ବ୍ୟାପିଲେ ମହାକାଶଯାତ୍ରୀ ଓ କ୍ରୁ ମେମ୍ବରଙ୍କୁ ବିପଦରେ ପକାଇପାରେ। ଏହି ସମୟ ମଧ୍ୟରେ ମହାକାଶଯାତ୍ରୀ ଓ କ୍ରୁ ମେମ୍ବରଙ୍କୁ ପରିଷ୍କାର ପରିଚ୍ଛନତା ଅବଲମ୍ବନ କରିବା ସହ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଏ। ଏହା ସହ ବାହାର ଲୋକଙ୍କୁ ଭେଟିବାରେ କଟକଣା ଲଗା ଯାଇଥାଏ।

ଅଧିକ ପଢନ୍ତୁ: ମହାକାଶ ଯିବା ଆଗରୁ ଶୁଭାଂଶୁଙ୍କ ଫୁଲ୍ ଡ୍ରେସ୍ ରିହର୍ସଲ, ସାମ୍ନାକୁ ଆସିଲା ଫଟୋ

NASA ISRO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ