Advertisment

Axiom 4 Mission: ଆଜି ISSରେ ଡ୍ରାଗନ୍ ସ୍ପେଶ କ୍ୟାପସୁଲର ଡକିଂ

ଆକ୍ସିଅମ୍-୪ ମିଶନର ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସମେତ ୪ ମହାକାଶଚାରୀ ISSରେ ୧୪ ଦିନ ରହି ୬୦ରୁ ଅଧିକ ଏକ୍ସପେରିମେଣ୍ଟ କରିବେ।

ଅଦ୍ୟତନ ହୋଇଛି
Shubhanshu Shukla

Shubhanshu Shukla

Advertisment

ବହୁ ପ୍ରତୀକ୍ଷାର ଅନ୍ତ, ସତ ହେଲା ସ୍ବପ୍ନର ଉଡ଼ାଣ। ଦ୍ବିତୀୟ ଭାରତୀୟ ଭାବେ ମହାକାଶ ଗଲେ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା। ଗତକାଲି ନିର୍ଦ୍ଧାରିତ ସମୟରେ ଆକ୍ସିଅମ୍-୪ ମିଶନର ସଫଳ ଲଞ୍ଚିଂ ହୋଇଥିବା ବେଳେ, ଏବେ ମହାକାଶରେ ପୃଥିବୀ ଚାରିପଟେ ଘୁରି ବୁଲୁଛନ୍ତି ଶୁଭାଂଶୁଙ୍କ ସମେତ ୪ ମହାକାଶଚାରୀ। ଆଜି ଅପରାହ୍ନ ସାଢ଼େ ୪ଟାରେ ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନରେ ହେବ ଡ୍ରାଗନ୍ ସ୍ପେଶ କ୍ୟାପସୁଲ୍ ର ଡକିଂ।

Advertisment

ଅଧିକ ପଢ଼ନ୍ତୁ: ଲଞ୍ଚ ହେଲା ଆକ୍ସିଅମ-୪ ମିଶନ, ISS ଯାତ୍ରାରେ ଶୁଭାଂଶୁଙ୍କ ସମେତ ୪ ମହାକାଶଚାରୀ

୪ ମହାକାଶଚାରୀ ସେଠାରେ ୧୪ ଦିନ ରହିବେ ଓ କରିବେ ୬୦ରୁ ଅଧିକ ଏକ୍ସପେରିମେଣ୍ଟ। ତେବେ ଭୂ-ପୃଷ୍ଠରୁ ୪ଶହ କିଲୋମିଟର ଉପରେ ଘଣ୍ଟାପ୍ରତି ୨୮ ହଜାର କିଲୋମିଟର ବେଗରେ ବୁଲୁଥିବା ସ୍ପେଶ ଷ୍ଟେସନ ସହ ଡ୍ରାଗନ୍ ସ୍ପେଶ୍ କ୍ୟାପସୁଲର ଡକିଂ ବା ଯୋଡ଼ିହେବା ପ୍ରକ୍ରିୟା ଯେତିକି ଗୁରୁତ୍ବପୂର୍ଣ୍ଣ, ସେତିକି ଜଟିଳ। ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବେ ଶୁଭାଂଶୁ। ଡକିଂ ସଫଳ ହେଲେ ମହାକାଶଯାନରୁ ୪ ମହାକାଶଚାରୀ ବାହାରି ସ୍ପେଶ୍ ଷ୍ଟେସନରେ ପ୍ରବେଶ କରିବେ।

Advertisment

ସେଠାରେ ପ୍ରାୟ ୧୪ ଦିନର ରହଣି ଭିତରେ ସେମାନେ ୬୦ଟି ପରୀକ୍ଷାନିରୀକ୍ଷା କରିବେ। ଏଥିରୁ ୭ଟି ଗୁରୁତ୍ବପୂର୍ଣ୍ଣ ସାଇଣ୍ଟିଫିକ୍ ଏକ୍ସପେରିମେଣ୍ଟ ପାଇଁ ପ୍ରସ୍ତାବ ଦେଇଛି ଇସ୍ରୋ, ଯାହାର ମଙ୍ଗ ଧରିବେ ନିଜେ ଶୁଭାଂଶୁ। ଏଥିସହ ସାଉଁଟିବେ ଗଗନଯାନ ଓ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ପାଇଁ ଅଙ୍ଗେନିଭା ଅଭିଜ୍ଞତା।

ଗତ କାଲି ଭାରତୀୟ ସମୟ ଦିନ ୧୨ଟା ୧ରେ ଲଞ୍ଚ ହୋଇଥିଲା ଆକ୍ସିଅମ୍-୪ ମିଶନ । ଆମେରିକାର ଫ୍ଲୋରିଡାର କେନେଡ଼ି ସ୍ପେଶ୍ ସେଣ୍ଟରର ଲଞ୍ଚ କମ୍ପ୍ଲେକ୍ସ ୩୯A ରୁ ଉତକ୍ଷେପଣ ହୋଇଥିଲା ‘ସ୍ପେଶ୍ ଏକ୍ସ୍'ର ଶକ୍ତିଶାଳୀ ଫାଲକନ୍-୯ ରକେଟ୍ । ଡ୍ରାଗନ୍ ସ୍ପେଶ କ୍ୟାପସୁଲରେ ସ୍ପେଶ ଷ୍ଟେସନକୁ ଯାଇଛନ୍ତି ୪ ମହାକାଶଚାରୀ ।

Advertisment

ଅଧିକ ପଢ଼ନ୍ତୁ: ଆଜି Axiom-4 ମିଶନ ଲଞ୍ଚିଂ, ISSକୁ ଯିବେ ଶୁଭାଂଶୁ ଶୁକ୍ଳା

International Space Station
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ