Advertisment

ପୃଥିବୀ ଆଡ଼କୁ ମାଡ଼ିଆସୁଛି ବିରାଟ ଉଲକା ପିଣ୍ଡ

ପୃଥିବୀ ଆଡ଼କୁ ମାଡିଆସୁଛି ବିପଦ। ଏହି ମାନବ ଗ୍ରହ ପ୍ରତି ରହିଛି ଭୟ। ଦ୍ରୁତଗତିରେ ମାଡ଼ି ଆସୁଛି ଗୋଟିଏ ବିରାଟ ଉଲକା ପିଣ୍ଡ। ଏହାର ଆକାର ଗୋଟିଏ ଷ୍ଟାଡିୟମ ଭଳି ହେବ ବୋଲି ଅନୁମାନ କରାଯାଇଛି। ଏହା ଶୁଣି ଆପଣ ଜାଣିପାରୁଥିବେ ଏହାର ଆକାର କେତେ ବିରାଟ ହୋଇଥିବ।

author-image
Pramod Behera
ଅଦ୍ୟତନ ହୋଇଛି
ପୃଥିବୀ ଆଡ଼କୁ ମାଡ଼ିଆସୁଛି ବିରାଟ ଉଲକା ପିଣ୍ଡ

Asteroid

ୱାଶିଂଟନ: ପୃଥିବୀ ଆଡ଼କୁ ମାଡିଆସୁଛି ବିପଦ। ଏହି ମାନବ ଗ୍ରହ ପ୍ରତି ରହିଛି ଭୟ। ଦ୍ରୁତଗତିରେ ମାଡ଼ି ଆସୁଛି ଗୋଟିଏ ବିରାଟ ଉଲକା ପିଣ୍ଡ। ଏହାର ଆକାର ଗୋଟିଏ ଷ୍ଟାଡିୟମ ଭଳି ହେବ ବୋଲି ଅନୁମାନ କରାଯାଇଛି। ଏହା ଶୁଣି ଆପଣ ଜାଣିପାରୁଥିବେ ଏହାର ଆକାର କେତେ ବିରାଟ ହୋଇଥିବ। ଏହା ପୃଥିବୀରେ ଧକ୍କାଖାଏ ତେବେ କ’ଣ ହେବ ତାହା ଆପଣ ସହଜେ ଅନୁମାନ କରିପାରୁଥିବେ। 2008Go20 ନାମକ ଏହି ଉଲକା ପିଣ୍ଡ ଜୁଲାଇ ୨୪ରେ ପୃଥିବୀକୁ ଅତିକ୍ରମ କରିବ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି। ଏହା ବିପର୍ଯ୍ୟୟ ଘଟାଇବାର ଆଶଙ୍କା ଥିବାରୁ ନାସା ଏହାକୁ ବିପଦଜ୍ଜନକ କ୍ୟାଟାଗୋରୀରେ ରଖିଛି।

Advertisment

ସୂଚନା ଅନୁସାରେ, ଏହି ଉଲକାପିଣ୍ଡଟି ସେକେଣ୍ଡ ପିଛା ୮ କିମି ବେଗରେ ଗତି କରୁଛି। ଏହାର ଅର୍ଥ ଘଣ୍ଟାପ୍ରତି ବେଗ ୨୮,୮୦୦ ରହିଛି। ଗତି ଖୁବ ଅଧିକ ଥିବାରୁ ଏହାର ସାମ୍ନାରେ ଯାହା ବି ଆସିବ ସେଗୁଡ଼ିକ ଧ୍ୱଂସ ପାଇଯିବ ବୋଲି ଆଶଙ୍କା କରାଯାଉଛି। ତେବେ ନାସା ଏହାର ଗତିପଥ ଉପରେ ନଜର ରଖିଛି।

Advertisment

ଜୁନ୍‌ ମାସରେ ୨୦୨୧କେଟି୧ ନାମକ ଗୋଟିଏ ଉଲକା ପିଣ୍ଡ ପୃଥିବୀ ନିକଟରେ ପହଞ୍ଚିଥିଲା। ଏହାର ଆକାର ଇଫେଲ ଟାୱାର ଭଳି ରହିଥିଲା। ଏହା ପୃଥିବୀ ଠାରୁ ୪.୫ ମିଲିୟନ ଦୂରତାରେ ଅତିକ୍ରମ କରିଥିଲା। ସେତେବେଳେ ପୃଥିବୀ ଠାରୁ ୪.୬ ମିଲିୟନ ଦୂର ଦେଇ ଗତି କରୁଥିବା ସମସ୍ତ ବସ୍ତୁକୁ ବିପଦଜ୍ଜନକ ତାଲିକାରେ ରଖାଯାଇଥିଲା।

ତେବେ ବର୍ତ୍ତମାନର ଏହି ଷ୍ଟାଡିୟମ ଆକାରର ଉଲକା ପିଣ୍ଡର ନିୟର ଆର୍ଥ ଅବଜେକ୍ଟ(ଏନଇଓ) ୨୦ ମିଟର ଚଉଡ଼ା ଓ ଏହା ୨୮,୭୦,୮୪୭,୬୦୭ କିଲୋମିଟର ଦୂରରୁ ଦୃଶ୍ୟମାନ ହେବ। ଯାହା ପୃଥିବୀ ଏବଂ ଚନ୍ଦ୍ରର ମୋଟ ଦୂରତା ଠାରୁ ୮ ଗୁଣ ଅଧିକ। ଜୁଲାଇ ୨୪ ତାରିଖ ରାତିରେ ଏନଇଓ ଆପୋଲୋ ନାମକ ଏକ କକ୍ଷପଥ ଦେଇ ଏହା ଗତି କରିବ ବୋଲି କୁହାଯାଇଛି।

ଅବଶ୍ୟ ଏହା ପୃଥିବୀରେ ମାଡ଼ ହେବାର କୌଣସି ଆଶଙ୍କା ନ ଥିବା ବୈଜ୍ଞାନିକମାନେ କହିଛନ୍ତି। ତଥାପି ସେମାନେ ଏହାକୁ ସମ୍ଭାବ୍ୟ ବିପଜ୍ଜନକ ଉଲକା ପିଣ୍ଡ ଶ୍ରେଣୀରେ ରଖିଛନ୍ତି।

ବୃହସ୍ପତି ଗ୍ରହର କକ୍ଷପଥରେ ସାଧାରଣତଃ ଉଲକା ପିଣ୍ଡ ମିଳିଥାଏ। କିଛି ଉଲକା ପିଣ୍ଡ ଅନ୍ୟ ଗ୍ରହର କକ୍ଷରେ ପ୍ରବେଶ କରିଥିବା ଜଣାପଡ଼ିଥିବା ବେଳେ ସେହି ଗ୍ରହ ସହ ସୂର୍ଯ୍ୟ ଚାରିପଟେ ମଧ୍ୟ ପରିକ୍ରମା କରିଥାଆନ୍ତି। ଏବେ ବୈଜ୍ଞାନିକମାନଙ୍କ ପାଖରେ ପ୍ରାୟ ୧୦ ଲକ୍ଷ ଉଲକା ପିଣ୍ଡର ତଥ୍ୟ ରହିଛି। ଏହା ମଧ୍ୟରୁ ୨୨ଟି ଉଲ୍‌କା ଆସନ୍ତା ୧୦୦ ବର୍ଷ ମଧ୍ୟରେ ପୃଥିବୀ ପାଇଁ ବିପଦ ସାଜିପାରନ୍ତି।

Science News Asteroid
Advertisment
Advertisment