• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିଚିତ୍ର ଏ ବ୍ରହ୍ମାଣ୍ଡ । ରହସ୍ୟମୟ ମହାକାଶ । ପୃଥିବୀ ବ୍ୟତିତ ଅନ୍ୟ କେଉଁଠାରେ ଜୀବଜଗତ ସମ୍ଭବ ହେବା ନେଇ ବୈଜ୍ଞାନିକମାନେ ସନ୍ଧାନ ଚଳାଇଛନ୍ତି । ପୃଥିବୀକୁ ଛାଡ଼ି ମଣିଷ କିପରି ସୁରକ୍ଷିତ ଭାବେ ବଞ୍ଚିପାରିବ ସେନେଇ ଗବେଷଣା ଜାରି ରଖିଛନ୍ତି ବୈଜ୍ଞାନିକ । ବର୍ତ୍ତମାନ ଏହି ପ୍ରସଙ୍ଗରେ ନାସା ଆଉ ଦୁଇପାଦ ଆଗକୁ ଯାଇଛି । ପୃଥିବୀ ବ୍ୟତିତ ଅନ୍ୟ ଏକ ଗ୍ରହରେ ଜୀବଜଗତ ସମ୍ଭବ ବୋଲି ଦାବି କରିଛି । ତା’ଛଡ଼ା ଠାବ ହୋଇଥିବା ନୂତନ ଗ୍ରହରେ ଅମ୍ଳଜାନ ଓ ଜଳ ଗଚ୍ଛିତ ଥିବା ଦାବି କରିଛି ନାଶା । 

ଅଧିକ ପଢ଼ନ୍ତୁ: ମଙ୍ଗଳ ଗ୍ରହରେ ଜୀବନ ଅଛି କି? ନାସା ବୈଜ୍ଞାନିକ ଦେଲେ ଚାଞ୍ଚଲ୍ୟକର ବୟାନ

ଲୋକମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ବୋଲି ନାଶା କହିଛି । ଖାଲି ସେତିକି ନୁହେଁ, ନ୍ୟାସନାଲ ଏରୋନେଟିକ୍ସ ଏବଂ ସ୍ଫେସ୍ ଆଡିମିନିଷ୍ଟ୍ରେସନ୍ (ନାସା)ର ବୈଜ୍ଞାନିକ ମାନେ ଏହା ଘୋଷଣା କରିଛନ୍ତି । ବୈଜ୍ଞାନିକ ମାନେ କହିଛନ୍ତି ଯେ, ଚିହ୍ନଟ କରାଯାଇଥିବା ଏହି ଗ୍ରହର ଆକାର ପୃଥିବୀ ପରି ।  ଏହି ଗ୍ରହର ନାଁ TOI 700e । ଏଥିରେ ୯୫% ସ୍ଥଳ ଭାଗ ସହ ଜଳ ତରଳ ଅବସ୍ଥାରେ ଥିବା ସୂଚନା ମିଳିଛି । ନାଶାର ଏହି ରିପୋର୍ଟ ଯଦି ସତ ହୁଏ ତେବେ ସେଠାରେ ଜୀବଜଗତ ସମ୍ଭବ ବୋଲି କୁହାଯାଉଛି । 

ଏହା ପୂର୍ବରୁ ମଧ୍ୟ ନାଶା କିଛି ଗ୍ରହକୁ ନେଇ ଗବେଷଣା କରିଥିଲା । ଗ୍ରହ ଗୁଡ଼ିକରେ ଜୀବଜଗତ ସମ୍ଭବ କି ନୁହେଁ ସେନେଇ ବୈଜ୍ଞାନିକ ମାନେ ଗବେଷଣା ଚଳାଇଥଲେ । ହେଲେ ବର୍ତ୍ତମାନ ନୂଆ ଗ୍ରହ TOI 700eର ସନ୍ଧାନ ମିଳିଛି । ନାଶାର ବୈଜ୍ଞାନିକ ମାନେ ଏନେଇ ଗବେଷଣା ଚଳାଇଛନ୍ତି । ସେଠାରେ ଜୀବନ ସମ୍ଭବ ନା ଜୀବନ ସମ୍ଭବ ନୁହେଁ ତାକୁ ନେଇ ଗବେଷଣା ଜାରି ରହିଛି ।