Advertisment

ମର୍ତ୍ତ୍ୟରେ ସ୍ୱର୍ଗର ଅନୁଭୂତି : ଗାଁର ଅପନ୍ତରା ମଶାଣି ପାଲଟିଛି ପାର୍କ, ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି

ସାଧାରଣତଃ ମଶାଣି କଥା ଶୁଣିଲେ ମନରେ ଭୟ ଆସେ । ଅନେକ କଳ୍ପନା କଳ୍ପନା ଆଉ ଆଇମା’ ଠାରୁ ଶୁଣିଥିବା ଭୂତ କାହାଣୀ କଥା ମନେ ପଡି ଯାଏ । ମଶାଣି କେବଳ ମୃତ ଲୋକ ମାନଙ୍କ ପାଇଁ ପ୍ରଯୁଜ୍ୟ ବୋଲି ମନେ ହୁଏ । ମାତ୍ର ଏମିତି ଏକ ମଶାଣି ଅଛି, ଯେଉଁଠାକୁ ଲୋକମାନେ ବୁଲିବାକୁ ଯାଆନ୍ତି ।

author-image
Prangyan Parimita
ଅଦ୍ୟତନ ହୋଇଛି
ମର୍ତ୍ତ୍ୟରେ ସ୍ୱର୍ଗର ଅନୁଭୂତି : ଗାଁର ଅପନ୍ତରା ମଶାଣି ପାଲଟିଛି ପାର୍କ, ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି

ସୁନ୍ଦର ଶ୍ମଶାନ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : ସାଧାରଣତଃ ମଶାଣି କଥା ଶୁଣିଲେ ମନରେ ଭୟ ଆସେ । ଅନେକ କଳ୍ପନା କଳ୍ପନା ଆଉ ଆଇମା’ ଠାରୁ ଶୁଣିଥିବା ଭୂତ କାହାଣୀ କଥା ମନେ ପଡି ଯାଏ । ମଶାଣି କେବଳ ମୃତ ଲୋକ ମାନଙ୍କ ପାଇଁ ପ୍ରଯୁଜ୍ୟ ବୋଲି ମନେ ହୁଏ । ମାତ୍ର ଏମିତି ଏକ ମଶାଣି ଅଛି, ଯେଉଁଠାକୁ ଲୋକମାନେ ବୁଲିବାକୁ ଯାଆନ୍ତି ।

Advertisment

ନୟାଗଡ଼ ବିରୁଡ଼ା ପଞ୍ଚାୟତର ଏକ ଗାଁ ମଶାଣିକୁ ପାର୍କରେ ପରିଣତ କରିଛନ୍ତି ଗାଁର ଲୋକେ । ମଶାଣିକୁ ଏଠି ପାର୍କର ରୂପ ଦିଆ ଯାଇଛି । ଯେଉଁ ମଶାଣିକୁ ଦିନେ ଆସିବାକୁ ଭୟ ଲାଗୁଥିଲା, ଅଳିଆ ଆବର୍ଜନା କଣ୍ଟା ଗଛରେ ଭର୍ତ୍ତି ହୋଇ ରହିଥିଲା, ସେହି ମଶାଣି ଆଜି ପାର୍କର ରୂପ ନେଇଛି । ମଶାଣିରେ ଅତି ଚମତ୍କାର କାରୁକାର୍ଯ୍ୟ ଭରା ମୂର୍ତ୍ତିମାନ ନିର୍ମାଣ ହୋଇଛି । ଦେଖିଲେ ଆଖି ଲାଖି ଯାଉଛି । ଏଠି ମାସ୍ ଟଏଲେଟ, ପାଣିର ସୁବିଧା, ପାର୍କିଂ ପ୍ଲେସ, ଵିଶ୍ରାମକକ୍ଷ ଠାରୁ ଆରମ୍ଭ କରି ସୁନ୍ଦର ଉଦ୍ୟାନ ଆଦି ରହିଛି,ଯାହା ମଶାଣିର ଶୋଭାବର୍ଦ୍ଧନ କରୁଛି । ପର୍ଯ୍ୟଟକ ଙ୍କ ଠାରୁ ଆରମ୍ଭ କରି ଛୋଟ ଛୋଟ ପିଲା ମାନେ କିଭଳି ବୁଲୁଛନ୍ତି । ଫଟୋ ଉଠାଉଛନ୍ତି ଖେଳୁଛନ୍ତି । ଏସବୁ ସମ୍ଭବ ହୋଇ ପାରିଛି କେବଳ ଏକ ନିଆରା ଚିନ୍ତାଧାରା ଏବଂ ଦୃଢ଼ ଇଛାଶକ୍ତି ବଳରେ । ବିରୁଡ଼ା ପଞ୍ଚାୟତର ଗ୍ରାମବାସୀ, ମହିଳା ସରପଞ୍ଚ,ସମିତିସଭ୍ୟ ତଥା ପ୍ରଶାସନିକ ଅଧିକାରୀଙ୍କ ନିଷ୍ଠା ଯୋଗୁଁ ଏସବୁ ସମ୍ଭବ ହୋଇ ପାରିଛି ।

Advertisment

ଏଠି ପିଲାଙ୍କ ମନୋରଞ୍ଜନ ଠାରୁ ଆରମ୍ଭ କରି ପୌରାଣିକ ଚରିତ୍ରର ସୁନ୍ଦର ବ୍ୟାଖ୍ୟା ହୋଇ ପାରିଛି ଚିତ୍ରବିଚିତ୍ର ତଥା ମୂର୍ତ୍ତି ମାଧ୍ୟମରେ । ତେଣୁ ପ୍ରତିଦିନ ଏଠି ସକାଳ ସନ୍ଧ୍ୟାରେ ଭିଡ଼ ଜମୁଛି । ସରପଞ୍ଚ ବିଷ୍ଣୁ ପ୍ରିୟା ସ୍ୱାଇଁଙ୍କ ତତ୍ୱାବଧାନରେ । ନିୟମିତ ଏଠି ନୂଆ ନୂଆ ସୌନ୍ଦର୍ଯ୍ୟକରଣ କାମ ହେଉଛି । ଗାଁ ଲୋକ ମାନେ ଏହାର ରକ୍ଷଣାବେକ୍ଷଣ କରୁଛନ୍ତି । ଗୋଟିଏପଟେ ଗାଁ ର ବିକାଶ ପାଇଁ ଆସୁଥିବା MNREGS ଆଦି ବିକାଶ ମୂଳକ ଯୋଜନାରେ ଘୋଟାଲା ଚାଲିଥିବା ବେଳେ ଅନ୍ୟପଟେ ଏହି ଯୋଜନା ବଳରେ ଗାଁର ଯେ ବିକାଶ ସମ୍ଭବ ହୋଇପାରେ ଏହି ଉଦାହରଣ ଦେଉଛନ୍ତି ଗାଁର ଲୋକ ପ୍ରତିନିଧି ଆଉ ଏହାର ମୂକସାକ୍ଷୀ ଏଇ ସୁନ୍ଦର ଶ୍ମଶାନ ।

Odisha Nayagarh
Advertisment
Advertisment