Miraculous Shiva Lingam Emerges
ଫାଟିଲା ସିମେଣ୍ଟ ଚଟାଣ । ବହିଲା କ୍ଷୀର, ବାହାରିଲେ ସ୍ବୟଂ ମହାଦେବ । ମାଟି ଫଟାଇ ଉଭାହେଲା ଶିବଲିଙ୍ଗ । ସମସ୍ତେ ତାଜୁବ, ପରିବାରର ଆଖି ସାମ୍ନାରେ ଘଟୁଥିଲା ଅଲୌକିକ ଘଟଣା । କୁହାଯାଏ ଭଗବାନଙ୍କ ବିନା ନିର୍ଦ୍ଦେଶରେ ପତ୍ରଟିଏ ବି ହେଲେନି । ତାଙ୍କ ବିନା କିଛି ବି ହୁଏନି । ସେ କେଉଁଠି ଦର୍ଶନ ଦେବେ କେଉଁଠି ଆବିର୍ଭାବ ହେବେ କେବଳ ତାଙ୍କୁ ହିଁ ଜଣା । ପବିତ୍ର ଶୀତଳଷଷ୍ଠୀ ପାଇଁ ପ୍ରଭୁ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ପ୍ରସ୍ତୁତି ଚାଲିଥାଏ । ମହାପ୍ରଭୁଙ୍କ ବାହାଘର ପାଇଁ ସମସ୍ତଙ୍କ ମନରେ ଥାଏ ଭକ୍ତିଭାବ । ହେଲେ ହଠାତ୍ ରାତି ୧୨ଟାବେଳେ ମହାପ୍ରଭୁଙ୍କ ଆବିର୍ଭାବ ପୂରା ଅଞ୍ଚଳରେ ଭକ୍ତିଭରା ପରିବେଶ ସୃଷ୍ଟି କରିଥିଲା ।
ବଲାଙ୍ଗିର ସହର ବରପାଲିପଡ଼ା ଅଶୋକ ବେହେରାଙ୍କ ଘରେ ଏମିତି ଅଲୌକିକ ଘଟଣା ଘଟିଛି । ଗତ ବୁଧବାର ରାତିରେ ଅଶୋକଙ୍କ ଭାଇବୋହୂଙ୍କ ଜନ୍ମଦିନ ଥିଲା । ସରପ୍ରାଇଜ ପାର୍ଟି ଦେବା ପାଇଁ ପରିବାର ଲୋକେ ଘର ପଛପଟେ କେକ ଓ ଗିଫ୍ଟ ଲୁଚାଇ ରଖିଥିଲେ । ହେଲେ ଗିଫ୍ଟି ଆଣିବାକୁ ଯିବାବେଳେ ଦେଖିବାକୁ ମିଳିଥିଲା କାନ୍ଥକଡ଼ରୁ କ୍ଷୀର ବହାରୁଛି । କ୍ଷୀର କେଉଁଠୁ ଆସୁଛି ଜାଣିବା ପାଇଁ ମାଟି ଖୋଳିବାରୁ ଏକ କଳାରଙ୍ଗର ଶିବଲିଙ୍ଗ ଆବିର୍ଭାବ ହୋଇଥିଲେ ।
ଅଧିକ ପଢନ୍ତୁ : ତୁଟିଲା ଲିଙ୍ଗରାଜଙ୍କ ନୀତି ବିବାଦ; ୨୪ ଘଣ୍ଟାରେ ADM ଦେବେ ରିପୋର୍ଟ
ଆଉ ଏବେ ଶିବଲିଙ୍ଗ ବୃଦ୍ଧି ପାଉଥିବା ପରିବାର ଲୋକେ କହିଛନ୍ତି । ନିୟମ ଅନୁସାରେ ଶିବଲିଙ୍ଗ ୨୧ ଦିନ ଯାଏ ବୃଦ୍ଧି ପାଏ ବୋଲି କୁହାଯାଉଛି । ଲିଙ୍ଗ ଆବିର୍ଭାବର ୨୧ ଦିନ ଯାଏଁ ପୂଜା କରାଯାଏ ନାହିଁ । ତେଣୁ ଏବେ କେବଳ ବାହାରେ ଧୂପ ଦୀପ ଦିଆଯାଉଛି ।
ଘଟଣା ସମ୍ପର୍କରେ ଜାଣିବା ପରେ ଦୂର ଦୁରାନ୍ତରରୁ ଭକ୍ତଙ୍କ ଛୁଆ ଛୁଟୁଛି । କିନ୍ତୁ ଘର ବାହାରେ ଏକ ଛୋଟିଆ ଜାଗାରେ ଶିବଙ୍କ ଆବିର୍ଭାବ ହୋଇଥିବାରୁ ଅଧିକ ଲୋକ ଏକାଥରେ ଦର୍ଶନ କରିପାରୁନାହାନ୍ତି । ବର୍ତ୍ତମାନ ଶୀତଳଷଷ୍ଠୀର ମାହୋଲ ଥିବା ବେଳେ ମହାଦେବଙ୍କ ଆବିର୍ଭାବ ଭକ୍ତିଭରା ପରିବେଶ ସୃଷ୍ଟି କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748752820.jpg)